ଦର୍ପଣ: ଭାରତୀୟ ରେଳରେ ମହିଳା ଯାତ୍ରୀ, ଅପରାଧ ଓ ପ୍ରତିକ୍ରିୟା

Advertisment
ଦର୍ପଣ: ଭାରତୀୟ ରେଳରେ ମହିଳା ଯାତ୍ରୀ, ଅପରାଧ ଓ ପ୍ରତିକ୍ରିୟା

ନିକଟରେ ‘ଗଭର୍ନମେଣ୍ଟ ରେଲୱେ ପୁଲିସ’ (ଜିଆର୍‌ପି) ଦ୍ବାରା ରେଳଯାତ୍ରା ସମୟରେ ମହିଳାଙ୍କ ସୁରକ୍ଷା ନେଇ ଏକ ସର୍ବେକ୍ଷଣ କରାଯାଇଥିଲା। ମୁମ୍ବାଇ ରେଳବାଇରେ ଯାତ୍ରା କରୁଥିବା ୨,୯୯୩ ମହିଳା ଯାତ୍ରୀଙ୍କୁ ନେଇ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ଗତ ଛଅମାସରେ ସେମାନଙ୍କ ମଧ୍ୟରୁ ଏକ-ପଞ୍ଚମାଂଶ ମହିଳା ଅପରାଧର ଶିକାର ହୋଇଥିଲେ ହେଁ ସେମାନଙ୍କ ମଧ୍ୟରୁ ଅଧିକାଂଶ ସେ ନେଇ ପୁଲିସ ପାଖରେ ଅଭିଯୋଗ ଦାଖଲ ନ କରିବାର ନିଷ୍ପତ୍ତି ନେଇଥିଲେ।
ଗତ ମାର୍ଚ୍ଚ ମାସରେ ଟ୍ରେନ୍‌ର ମହିଳା ଯାତ୍ରୀମାନଙ୍କ ପାଖରୁ ୨୧ଟି ପ୍ରଶ୍ନର ଉତ୍ତର ସଂଗ୍ରହ କରାଯାଇଥିଲା। ୨,୯୯୩ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଅର୍ଦ୍ଧେକ ଅଫିସ କର୍ମଚାରୀ ଥିଲେ। ସେମାନଙ୍କ ଭିତରୁ ୧୮% ମହିଳା କହିଥିଲେ ଯେ ଗତ ଛଅ ମାସରେ ସେମାନେ ଏକ ବା ଏକାଧିକ ଅପରାଧର ସମ୍ମୁଖୀନ ହୋଇଛନ୍ତି। ଅପରାଧର ସମ୍ମୁଖୀନ ୧୮%ଙ୍କ ମଧ୍ୟରୁ ୭୧% ମହିଳା ସେ ସମ୍ପର୍କରେ ପୁଲିସରେ ଅଭିଯୋଗ କରିନାହାନ୍ତି। ଏହାର କାରଣ ସ୍ବରୂପ ସେମାନେ କହିଛନ୍ତି ଯେ ସମୟସାପେକ୍ଷ ନ୍ୟାୟିକ ପ୍ରକ୍ରିୟାରେ ସେମାନେ ସମୟ ନଷ୍ଟ କରିବାକୁ ଚାହାନ୍ତି ନାହିଁ। ଯୌନ ଅପରାଧର ଶିକାର ମହିଳାମାନେ ଲଜ୍ଜାବୋଧ କରି ପୁଲିସରେ ଅଭିଯୋଗ କରି ନ ଥିବା ବେଳେ ଚୋରି ଭଳି ମାମଲା ପୁଲିସ ନିକଟରେ ରିପୋର୍ଟ କରିବା ଲାଗି ଯୋଗ୍ୟ ନୁହେଁ ବୋଲି ସେମାନେ ବିଚାର କରନ୍ତି ବୋଲି କହିଥିଲେ। ସେହିପରି ୮% ମହିଳା ରେଳ-ସମ୍ପର୍କିତ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଅପରାଧର ସମ୍ମୁଖୀନ ହୋଇଥିବା ମହିଳାଙ୍କ ମଧ୍ୟରୁ ୩୭% ଅପରାଧ ଟ୍ରେନ୍ ଭିତରେ ହୋଇଥିବା ବେଳେ ୩୩% ଅପରାଧ ପ୍ଲାଟଫର୍ମରେ, ୧୩% ଷ୍ଟେସନ୍ ବାହାରେ, ୧୨% ଫୁଟ୍ ଓଭରବ୍ରିଜ୍‌ରେ ଓ ୫% ଟିକେଟ୍‌ କାଉଣ୍ଟରରେ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe