କାହାକୁ ବିଶ୍ବାସ କରିବା?

Advertisment

ଦର୍ପଣ

ଦର୍ପଣ

କାହାକୁ ବିଶ୍ବାସ କରିବା?

ଇପସୋସ୍ ନାମକ ଏକ ସଂସ୍ଥା ଦ୍ବାରା ଏକ ବିଶ୍ବସ୍ତରୀୟ ସର୍ବେକ୍ଷଣ କରାଯାଇଥିଲା ଯେଉଁଥିରେ ବିଭିନ୍ନ ପ୍ରଭାବଶାଳୀ ବୃତ୍ତିକୁ ବିଶ୍ବସନୀୟତାର କଷଟି ପଥରରେ ତଉଲାଯାଇଛି। ସର୍ବେକ୍ଷଣରେ ଭାଗ ନେଇଥିବା ଲୋକଙ୍କୁ ଡାକ୍ତର, ବୈଜ୍ଞାନିକ, ସାମ୍ବାଦିକ, ବ୍ୟାଙ୍କର୍, ଶିକ୍ଷକ, ମନ୍ତ୍ରୀ, ରାଜନେତା ଓ ଯବାନ ଆଦି ବିଭିନ୍ନ ପ୍ରକାର ପେସାଦାରଙ୍କୁ ବିଶ୍ବସନୀୟତା ଅନୁଯାୟୀ ମୂଲ୍ୟାଙ୍କନ କରିବାକୁ କୁହାଯାଇଥିଲା। ଏହି ସର୍ବେକ୍ଷଣର ଫଳାଫଳ ଅନୁଯାୟୀ ସର୍ବେକ୍ଷଣରେ ଭାଗ ନେଇଥିବା ୬୪% ଲୋକ ଡାକ୍ତରଙ୍କୁ ବିଶ୍ବସନୀୟ କହିଥିବା ବେଳେ ମାତ୍ର ୧୦% ସେମାନଙ୍କୁ ଅବିଶ୍ବାସ କରୁଥିବା ପ୍ରକାଶ କରିଥିଲେ। ତେଣୁ ସମୁଦାୟ ୫୪% ବିଶ୍ବସନୀୟତା ହାର ପାଇଁ ଡାକ୍ତରମାନେ ସବୁଠାରୁ ଅଧିକ ଆସ୍ଥା ଲାଭ କରୁଥିବା ବୃତ୍ତିଧାରୀର ମାନ୍ୟତା ପାଇଛନ୍ତି। ଏହା ପଛକୁ କ୍ରମାନ୍ବୟରେ ବୈଜ୍ଞାନିକ (୫୨%), ଶିକ୍ଷକ (୪୩%) ଓ ସଶସ୍ତ୍ର ଯବାନ (୨୨%) ଲୋକଙ୍କ ବିଶ୍ବାସ ହାସଲ କରିବାରେ ସଫଳ ରହିଛନ୍ତି। ସେହିଭଳି ରାଜନେତାମାନେ ବିଯୁକ୍ତ ୫୨ ହାର ସହିତ ସବୁଠାରୁ ଅଧିକ ବିଶ୍ବାସହାନିର ଶିକାର ହୋଇଛନ୍ତି। ରାଜନେତାଙ୍କ ପଛକୁ ମନ୍ତ୍ରୀ (ବିଯୁକ୍ତ ୩୯%), ବିଜ୍ଞାପନ ପେସାଦାର (ବିଯୁକ୍ତ ୨୨%), ବ୍ୟାଙ୍କର୍ (ବିଯୁକ୍ତ ୧୧%) ଓ ସାମ୍ବାଦିକ (ବିଯୁକ୍ତ ୧୦%)ମାନେ ଅନାସ୍ଥାର ନିଶୁଣିରେ ଉପରୁ ତଳ ଯାଏ ଅଛନ୍ତି। ବିଶ୍ବ ସ୍ତରରେ ରାଜନେତାମାନେ ସବୁଠାରୁ ଅଧିକ ବିଶ୍ବାସହାନିର ଶରବ୍ୟ ହୋଇଥିଲା ବେଳେ ଭାରତରେ ଏମାନେ ୧୯% ଲୋକଙ୍କ ବିଶ୍ବାସ ଜିଣି ବେଶ୍‌ ସମ୍ମାନାସ୍ପଦ ସ୍ଥାନରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe