ଦୃଷ୍ଟିପାତ, ଚାରି ଦିନିଆ କାର୍ଯ୍ୟ ସପ୍ତାହ

ସେବାକ୍ଷେତ୍ର ଉଦ୍ୟୋଗ ଉପରେ ଦେଶବ୍ୟାପୀ ସର୍ବେକ୍ଷଣ ହେବ

Photo-Representational image

କର୍ମଚାରୀମାନଙ୍କ କାର୍ଯ୍ୟ ସମୟ ସହିତ କାର୍ଯ୍ୟରେ ସଫଳତାର କି ସଂପର୍କ ରହିଛି, ‌େସ ବାବଦରେ ଜାପାନରେ ହୋଇଥିବା ଏକ ପରୀକ୍ଷାରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ ଫର୍ମୁଲାର ପ୍ରୟୋଗ କରାଯାଇଛି। ‘ମାଇକ୍ରୋସଫ୍‌ଟ’ କଂପାନିର ଜାପାନ ଶାଖାରେ ଗଲା ଅଗଷ୍ଟ ମାସରେ ହୋଇଥିବା ଏହି ପରୀକ୍ଷଣରେ ନିୟମିତ କର୍ମଚାରୀମାନଙ୍କୁ ସପ୍ତାହକୁ ଚାରି ଦିନ କାମ କରିବାକୁ କୁହାଗଲା, ଅଧିକାରୀମାନଙ୍କ ଦୈନନ୍ଦିନ ବୈଠକର ସମୟକୁ ୩୦ ମିନିଟ ଭିତରେ ସୀମିତ ରଖାଗଲା ଏବଂ କର୍ମଚାରୀମାନେ ମୁହାଁମୁହିଁ ଆଲୋଚନା କରିବା ବଦଳରେ ‘ଅନ୍‌ଲାଇନ୍‌’ ଜରିଆରେ କଥାବାର୍ତ୍ତା କଲେ। ଫଳ ସ୍ବରୂପ ଦେଖାଗଲା ଯେ ଗଲା ବର୍ଷ ଅଗଷ୍ଟ ମାସ ତୁଳନାରେ ଚଳିତ ବର୍ଷ ଅଗଷ୍ଟରେ ପ୍ରତି କର୍ମଚାରୀ ତାଙ୍କ ବିକ୍ରିରେ ୪୦% ଅଭିବୃଦ୍ଧି ଦେଖାଇଛନ୍ତି।

ଏବେ ଜାପାନରେ ବାର୍ଦ୍ଧକ୍ୟ ହେତୁ ବିଦାୟ ନେଉଥିବା କର୍ମଚାରୀଙ୍କ ତୁଳନାରେ କମ୍ ସଂଖ୍ୟକ କର୍ମଚାରୀ କାର୍ଯ୍ୟକ୍ଷେତ୍ରରେ ପ୍ରବେଶ କରୁ ଥିବାରୁ ଏକ ମାନବ ସମ୍ବଳଜନିତ ସଂକଟ ଦେଖାଦେଇଛି। ଏହି କାରଣରୁ କର୍ମଚାରୀମାନେ ଅଧିକ ସମୟ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ, ଏହା ଦ୍ବାରା କର୍ମଚାରୀମାନଙ୍କ ପ୍ରଦର୍ଶନ ଆ‌ଶାନୁରୂପକ ହେଉନାହିଁ। ଏ ସମସ୍ୟା ଜାପାନର ପ୍ରଧାନମନ୍ତ୍ରୀ ସନ୍‌ଜୋ ଆବେଙ୍କୁ ମଧ୍ୟ ବିଚଳିତ କରିଛି। ତେଣୁ ‘ମାଇକ୍ରୋସଫ୍‌ଟ’ ପକ୍ଷରୁ ଏଭଳି ଏକ ପରୀକ୍ଷଣ କରାଯାଇଥିଲା। କଂପାନି ପକ୍ଷରୁ କୁହାଯାଇଛି ଯେ ୯୨% କର୍ମଚାରୀ ଏଭଳି ବ୍ୟବସ୍ଥାରେ ଖୁସି। କେବଳ ସେତିକି ନୁହେଁ ଦପ୍ତର ତିନି ଦିନ ବନ୍ଦ ରହିବାରୁ ମାଇକ୍ରୋସଫ୍‌ଟ କଂପାନି ବିଜୁଳି ଖର୍ଚ୍ଚରେ ୨୩% ଏବଂ ପ୍ରିଣ୍ଟର୍‌ରେ ବ୍ୟବହୃତ କାଗଜରେ ୫୯% ହ୍ରାସ କରିପାରିଛି। ତେବେ, ଜାପାନୀମାନଙ୍କ ଭଳି ଅତ୍ୟନ୍ତ ପରିଶ୍ରମୀ, ନିଷ୍ଠାପର ଏବଂ ବିବେକବନ୍ତ କର୍ମଚାରୀ ତଥା ସେଠାକାର ଅତ୍ୟନ୍ତ ପାରଦର୍ଶୀ କର୍ମସଂସ୍କୃତି ଅନ୍ୟ ଦେଶମାନଙ୍କ ତୁଳନାରେ ଯଥେଷ୍ଟ ଉନ୍ନତ ହୋଇଥିବାରୁ ଅନ୍ୟ ଦେଶରେ ଏଭଳି ‘ଚାରି ଦିନିଆ କାର୍ଯ୍ୟ ସପ୍ତାହ’ ଫର୍ମୁଲା ଯେ ସମାନ ଲାଭଦାୟକ ଫଳ ଦେଖାଇବ, ତାହା କୁହାଯାଇ ନ ପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe