ରଣଭୂମି ନୁହେଁ

Advertisment

୨୦୨୩ ମସିହାର ବିଧାନସଭା ମୌସୁମୀ ଅଧିବେଶନ‌ କାଳ‌େର ତତ୍‌କାଳୀନ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଉପରକୁ ଡାଲି ଫିଙ୍ଗି ବିରୋଧୀ ବିଜେପି ଦଳର ଦୁଇ ବିଧାୟକ ମୁକେଶ ମହାଲିଙ୍ଗ ଓ ମୋହନ ଚରଣ ମାଝୀ...

୨୦୨୩ ମସିହାର ବିଧାନସଭା ମୌସୁମୀ ଅଧିବେଶନ‌ କାଳ‌େର ତତ୍‌କାଳୀନ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଉପରକୁ ଡାଲି ଫିଙ୍ଗି ବିରୋଧୀ ବିଜେପି ଦଳର ଦୁଇ ବିଧାୟକ ମୁକେଶ ମହାଲିଙ୍ଗ ଓ ମୋହନ ଚରଣ ମାଝୀ...

samp1

୨୦୨୩ ମସିହାର ବିଧାନସଭା ମୌସୁମୀ ଅଧିବେଶନ‌ କାଳ‌େର ତତ୍‌କାଳୀନ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଉପରକୁ ଡାଲି ଫିଙ୍ଗି ବିରୋଧୀ ବିଜେପି ଦଳର ଦୁଇ ବିଧାୟକ ମୁକେଶ ମହାଲିଙ୍ଗ ଓ ମୋହନ ଚରଣ ମାଝୀ ନିଲମ୍ବିତ ହୋଇଥିଲେ, ଯାହା ବିଧାନସଭାର କାର୍ଯ୍ୟକୁ କିଛି ଦିନ ଲାଗି ଅଚଳ କରିଦେବା ଭଳି ତୁମୂଳ ହଟ୍ଟଗୋଳ ସୃଷ୍ଟି କରିଥିଲା। ବର୍ତ୍ତମାନ ସମୟ ଚକ୍ରର ପୂର୍ଣ୍ଣ ଘୂର୍ଣ୍ଣନ ଘଟିଛି। ସେ ଦିନର ବିରୋଧୀ ଦଳର ନିଲମ୍ବିତ ବିଧାୟକ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ‌େସ ଦିନର ଶାସକ ବିଜେଡି ସଂପ୍ରତି ବି‌‌େରାଧୀ ପକ୍ଷଭୁକ୍ତ; କିନ୍ତୁ ବିଡ଼ମ୍ବନା ହେଲା, ସ୍ଥିତିରେ ପରିବର୍ତ୍ତନ ହୋଇନାହିଁ, ୨୦୨୩ର ପୁନରାବୃତ୍ତି ୨୦୨୫ରେ ଘଟିଛି।

ଗଲା ୭ ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନଟି ତୁମୂଳ ହଟ୍ଟଗୋଳ ପ୍ରତ୍ୟକ୍ଷ କରିବା ସହିତ ଏକ ଅଦୃଷ୍ଟପୂର୍ବ ଦୃଷ୍ଟାନ୍ତ ମଧ୍ୟ ସ୍ଥାପନ କରିଛି, ଯହିଁରେ ବିରୋଧୀ କଂ‌େଗ୍ରସର ସମସ୍ତ ୧୪ ଜଣ ଯାକ ବିଧାୟକ ଗୃହରୁ ନିଲମ୍ବିତ ହୋଇଛନ୍ତି ଏବଂ ଏକ କଂଗ୍ରେସ ଶୂନ୍ୟ ବିଧାନସଭାରେ ଗୁରୁତ୍ବପୂର୍ଣ୍ଣ ଖର୍ଚ୍ଚ ଦାବି ଅନୁମୋଦିତ ହୋଇଯାଇଛି। ପ୍ରକାଶ ଥାଉ କି ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପକ୍ଷରୁ ଦୁଇ ଭିନ୍ନ ଭିନ୍ନ ପ୍ରସଙ୍ଗ (ଯଥାକ୍ରମେ ଆରକ୍ଷଣ ବ୍ୟବସ୍ଥା ଓ ନାରୀ ବିରୋଧୀ ହିଂସା)କୁ ନେଇ ଗୃହରେ ବିଶଦ ଆଲୋଚନା ସକାଶେ ଦାବିର ଉଚ୍ଚାଟ ସୃଷ୍ଟି କରାଯାଇଥିଲା। ତେବେ ଶାସକ ଦଳ ପକ୍ଷରୁ ଏହା ଅଗ୍ରାହ୍ୟ ହେବା ପରିପ୍ରେକ୍ଷୀରେ କଂଗ୍ରେସର ହୁଙ୍କାର ତୀବ୍ରତା ସ୍ପର୍ଶ କରି ଗୃହ କାର୍ଯ୍ୟକୁ ବସ୍ତୁତଃ ସଂପୂର୍ଣ୍ଣ ଅଚଳ କରି ଦେଇଥିଲା, ଯାହା ଅବଲୀଳା କ୍ରମେ ନିଲମ୍ବନ ଆଦେଶ, ମର୍ସାଲମାନଙ୍କ ଦ୍ବାରା ଧାରଣାରତ କଂଗ୍ରେସ ବିଧାୟକଙ୍କ ବଳପୂର୍ବକ ଅପସାରଣ, ଧସ୍ତାଧସ୍ତି ଏବଂ ସେହି କାରଣରୁ ଜ‌ନୈକ ବିଧାୟକ ଆହତ ହେବା ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ପ୍ରକାଶ ଥାଉ କି ବିଗତ କେଇ ବର୍ଷ ଧରି ବିଧାନ ଗୃହରେ ଗଣ୍ଡଗୋଳ, ମୁହୁର୍ମୁହୁଃ ମୁଲତବୀ ଓ ଅଚଳାବସ୍ଥା ଏକ ନିୟମିତ ଧାରାରେ ପରିଣତ ହୋଇଥିବାରୁ ପ୍ରଶ୍ନ ଉଠିଥାଏ ଯେ ଏହି ଗୃହଟି କେବଳ ୧୪୭ ଜଣ ବିଧାୟକଙ୍କ ଏକ କର୍ମ କ୍ଷେତ୍ର ମାତ୍ର ନା ଏହା ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରତୀକାତ୍ମକ ଉପସ୍ଥିତିର କେନ୍ଦ୍ର? ସୁତରାଂ, ଏଭଳି ଅଭାବନୀୟ ପରିସ୍ଥିତିଗୁଡ଼ିକରୁ ସମଗ୍ର ରାଜ୍ୟ ଉଦ୍ଦେଶ୍ୟରେ କିଭଳି ସନ୍ଦେଶ ପ୍ରସାରିତ ହୋଇଥାଏ, ତାହା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ। 
ଅଧିକାଂଶ ରାଜନୈତିକ ବିଶେଷଜ୍ଞ କହନ୍ତି ଯେ ଗୃହର ସୁଚାରୁ ପରିଚାଳନା ଯଦିଓ ମୂଳତଃ ଶାସକ ଦଳର ଦାୟିତ୍ବ, କିନ୍ତୁ ତାହା ଏକତରଫା ହୋଇ ନ ଥାଏ; ଅର୍ଥାତ୍‌ ଏଥିରେ ବିରୋଧୀ ଦଳର ନେତାମାନଙ୍କ ମଧ୍ୟ ଉତ୍ତର ଦାୟିତ୍ବ ରହିଛି। ଶଂସିତ ଘଟଣାରେ ନାରୀ ବିରୋଧୀ ହିଂସା ରୋକିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଏକ ଆଲୋଚନା ସକାଶେ କଂଗ୍ରେସ ପକ୍ଷରୁ ହୋଇଥିବା ପ୍ରବଳ ଦାବିକୁ ଶାସକ ଦଳ ପକ୍ଷରୁ କର୍ଣ୍ଣପାତ କରା ନ ଯିବା ହିଁ ଏହି ଅଚଳାବସ୍ଥାର ବୀଜ କାରଣ, ଯାହାକୁ ହୁଏତ କୌଣସି ଗୃହ କମିଟିର ଅନୁଧ୍ୟାନ ବା ସେହି ଭଳି କୌଣସି ପ୍ରତିକାରର ପ୍ରତିଶ୍ରୁତି ସହିତ ପ୍ରତିହତ କରାଯାଇ ପାରିଥାଆନ୍ତା, କିନ୍ତୁ, ଉଭୟ ପକ୍ଷ ଆପଣା ଜିଦିରେ ଅଟଳ ରହିଲେ ମଧ୍ୟମ ପନ୍ଥାଟିଏ ଦୃଷ୍ଟିଗୋଚର ହୋଇ ନ ଥାଏ, ଯାହା ହୁଏତ ଏକ ପ୍ରଭାବଶାଳୀ ଓ ଫଳପ୍ରସୂ ଉପାୟରେ ସମସ୍ୟାର ସମାଧାନ ଦିଗରେ ଏକ ପଦ‌େକ୍ଷପ ହୋଇଥାଆନ୍ତା। କିନ୍ତୁ ସେଭଳି ନ ହେବାରୁ ନିଜ ପ୍ରତିବାଦର ସ୍ବରକୁ ଅଧିକ ‘ଡେସିବଲ ଯୁକ୍ତ’ କରିବା ସକାଶେ ଗୃହ ମଧ୍ୟରେ କଂଗ୍ରେସ ବିଧାୟକମାନଙ୍କ ଦ୍ବାରା ନିର୍ଘାତ ଘଣ୍ଟ ମାଡ଼ ଏଭଳି ଏକ ଜାନ୍ତବ ବାତାବରଣ ସୃଷ୍ଟି କରିଥିଲା, ଯହିଁରେ ବିଚାରଶୀଳ ଦୃଷ୍ଟି ସମ୍ଭବପର ହୋଇ ନ ଥାଏ। ତେବେ, ସେ ଯାହା ହେଉ, ବିଧାନ ଗୃହରୁ ସାମୟିକ ଭାବେ ବହିଷ୍କୃତ କଂଗ୍ରେସ ନିଜ ପକ୍ଷରେ ଯତ୍‌ ସମ୍ଭବ ସହାନୁଭୂତି ଠୁଳ କରି ପ୍ରତିବାଦକୁ ସଡ଼କକୁ ଘେନି ଯିବାକୁ ଉଦ୍ୟତ। କିନ୍ତୁ ପ୍ରଶ୍ନ ହେଲା ହଟ୍ଟଗୋଳ, ହିଂସା ଓ ମୁହୁର୍ମୁହୁଃ ମୁଲତବୀ ଆଦି ଦ୍ବାରା ଅଚଳ ହୋଇଯାଉଥିବା ବିଧାନଗୃହଟି କ୍ରମେ ଜନ ମାନସରେ ତା’ର ପତିଆରା ହରାଇ ବସିବ ନାହିଁ ତ?
ପ୍ରକାଶ ଥାଉ କି ଏହି ସ୍ତମ୍ଭ ଲେଖା ହେବା ବେଳକୁ ବିଧାନସଭାର ୩୯ରୁ ଅଧିକ କାର୍ଯ୍ୟ-ଘଣ୍ଟାର ଅପଚୟ ହୋଇସାରିଛି। ଏହି ଧାରା କିଭଳି ନିୟମିତ, ତାହା ନିମ୍ନୋକ୍ତ ଉଦାହରଣରୁ ସ୍ପଷ୍ଟ ହେବ। ୨୦୨୩ ମସିହାରେ ମାର୍ଚ୍ଚ ୧୦ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ବିଧାନସଭା ଅଧିବେଶନରେ ୩୫ କାର୍ଯ୍ୟ-ଘଣ୍ଟା ନଷ୍ଟ ହୋଇଥିଲା, ଅର୍ଥାତ୍‌ ହାରାହାରି ଛଅଟି କାର୍ଯ୍ୟ ଦିବସ। ସେହି ଭଳି ସେହି ବର୍ଷ ସେପ୍‌ଟେମ୍ବର ୨୨ ତାରିଖରୁ ଅକ୍‌ଟୋବର ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ମୌସୁମୀ ଅଧିବେଶନରେ ମାତ୍ର ୭ଟି କାର୍ଯ୍ୟ ଦିବସ ଯେନତେନପ୍ରକାରେଣ ସମ୍ଭବ ହୋଇ ପାରିଥିଲା। ଏହା କେବଳ ଗୋଟିଏ ଉଦାହରଣ ମାତ୍ର; ଗଲା କେଇ ବର୍ଷ ଧରି ଏଭଳି ଘଟଣାମାନ ବାରମ୍ବାର ଦୃଶ୍ୟମାନ ହେବାରେ ଲାଗିଛି। ୨୦୨୩ ମସିହା‌ରେ କେତେକ ଗଣମାଧ୍ୟମର ରିପୋର୍ଟ ସଚେତନ କରାଇ ଦେଇଥିଲା ଯେ ବିଧାନସଭା ଅଧିବେଶନ କାଳରେ ଦୈନିକ ୫୦ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ହେଉଥିବାରୁ ଏଭଳି କାର୍ଯ୍ୟ-ଦିବସର ନଷ୍ଟ ରାଜକୋଷକୁ ଅଯଥାରେ ଭାରାକ୍ରାନ୍ତ କରୁଛି। ପ୍ରକାରାନ୍ତରେ ଏହା ଥିଲା ସମ୍ମାନାସ୍ପଦ ଜନ ପ୍ରତିନିଧିମାନଙ୍କ ଉଦ୍ଦେଶ୍ୟରେ ଏକ ଅର୍ଥପୂର୍ଣ୍ଣ ସନ୍ଦେଶ। କିନ୍ତୁ ସମ୍ଭବତଃ, ଏହି ସନ୍ଦେଶ ସେମାନଙ୍କୁ ଭେଦି ପାରିନାହିଁ।
ତେବେ, ଏଭଳି ଏକ ସମୟରେ, ଗତ ୨୪ ତାରିଖ‌େର ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ରାଜ୍ୟରେ ଘଟୁଥିବା ଅପରାଧର ସ୍ଥିତିକୁ ନେଇ ଏକ ‘ଶ୍ବେତ ପତ୍ର’ ମଧ୍ୟ ପ୍ରକାଶ ପାଇଛି, ଯାହା ନିର୍ଦ୍ଦିଷ୍ଟ ଭାବେ ଦର୍ଶାଇଛି ଯେ ପୂର୍ବ ବର୍ଷ ତୁଳନାରେ ୨୦୨୪ ମସିହାରେ ଦୁଷ୍କର୍ମ ମାମଲାରେ ୭.୫% ବୃଦ୍ଧି ଘଟିଛି; ଥାନାରେ ପଂଜୀକୃତ ଅଭିଯୋଗ ସଂଖ୍ୟା ୨୦୨୩ ମସିହା‌େର ୨୮୨୬ରୁ ବୃଦ୍ଧି ପାଇ ୩୦୫୪ରେ ପହଞ୍ଚିଛି। ପ୍ରକାଶ ଥାଉ କି ‘ନେସନାଲ କ୍ରାଇମ ରେକର୍ଡସ ବ୍ୟୁରୋ’ (ଏନ.ସି.ଆର.ବି.) ପକ୍ଷରୁ ପ୍ରକାଶିତ ପରିସଂଖ୍ୟାନମୂଳକ ତଥ୍ୟାନୁସାରେ ନାରୀ ବିରୋଧୀ ହିଂସା କ୍ଷେତ୍ରରେ ଆମ ରାଜ୍ୟ ଗଲା କେଇ ବର୍ଷ ଧରି ଧାରାବାହିକ ଭାବେ ଶୀର୍ଷସ୍ଥ ପାଞ୍ଚଟି ରାଜ୍ୟ ମଧ୍ୟରେ ରହି ଆସିଛି। ଏଭଳି ଉଦ୍‌ବେଗଜନକ ସ୍ଥିତିରେ ନାରୀ ବିରୋଧୀ ହିଂସା ଭଳି ସଂଦର୍ଭଟି ଦଳୀୟ ସଂକୀର୍ଣ୍ଣତାକୁ ଅତିକ୍ରମ କରି ସମ୍ମିଳିତ ଆଲୋଚନା, ନିଷ୍କର୍ଷ ଓ ନିଷ୍ପତ୍ତିର ବିଷୟବସ୍ତୁ ହେବା ଉଚିତ। ସେହି ଦୃଷ୍ଟିରୁ ଏକ ବିଶଦ ଆଲୋଚନା ସକାଶେ କଂଗ୍ରେସର ଆଗ୍ରହକୁ ଶାସକ ଦଳ ପକ୍ଷରୁ ସଂପୂର୍ଣ୍ଣ ନଜରଅନ୍ଦାଜ କରି ଦିଆଯିବା‌ ସମୀଚୀନ ହୋଇନାହିଁ। କହିବା ବାହୁଲ୍ୟ ଯେ ବିଧାନ ଗୃହଟି ରାଜନୈତିକ କ୍ଷମତା ଓ ଇଚ୍ଛାଶକ୍ତିର ଉତ୍ସ ହୋଇଥିବାରୁ ବିଭିନ୍ନ ଦୁର୍ଦଶା ଓ ସମସ୍ୟା ପ୍ରତି ସେଠାକାର ଦୃଷ୍ଟି ଆକର୍ଷିତ ହେଉ ବୋଲି ସାଧାରଣ ନାଗରିକମାନେ ଚାହିଁ ରହିଥାଆନ୍ତି, ଯେଉଁ କାରଣରୁ ଗୃହ ଅଧିବେଶନ କାଳରେ ବିଭିନ୍ନ ସମସ୍ୟା ସଂବଳିତ ସମ୍ବାଦମାନ ପ୍ରକାଶ କରିବା ସକାଶେ ଗଣମାଧ୍ୟମଗୁଡ଼ିକୁ ସାଧାରଣ ନାଗରିକ ବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅନୁରୋଧର ସୁଅ ଛୁଟେ। କହିବାର ତାତ୍ପର୍ଯ୍ୟ ହେଲା, ବିଧାନସଭାରୁ ପ୍ରବାହିତ କ୍ଷମତାର ସ୍ରୋତ ଭୂମି ଉପରେ ଶାସନ ଓ ପ୍ରଶାସନ କଳକୁ ଚଳମାନ କରି ସେମାନଙ୍କ ସମସ୍ୟାକୁ ଲାଘବ କରିବ ବୋଲି ସେମାନଙ୍କ ଆସ୍ଥା ରହିଛି। ସେହି ଦୃଷ୍ଟିରୁ ଦିନ ଦିନ ଧରି ଅଚଳ ରହୁଥିବା ବିଧାନସଭାରୁ କୌଣସି ସାନ୍ତ୍ବନା ମିଳି ନ ଥାଏ। ସୁତରାଂ, ଭୁବନେଶ୍ବର ଠାରୁ ପ୍ରାୟ ଅଢ଼େଇ ଶହ କିଲୋମିଟର ଦୂରସ୍ଥ ଉପାନ୍ତ ଟିକାବାଲିରେ ଜଣେ ନାବାଳିକାର ଗଣଧର୍ଷଣ ଓ ହତ୍ୟା ଭଳି ଏକ ଅତ୍ୟନ୍ତ ନରକୀୟ ଘଟଣା ଏକ ସ୍ଥା‌ନୀୟ ମାମଲା ମାତ୍ର ଭଳି ହୋଇ ରହିଯାଇଥାଏ, ଯାହାର ପ୍ରତିଧ୍ବନି ରାଜଧାନୀର ବକ୍ଷରେ ହୁଏତ ଆଶାନୁରୂପକ କଂପନ ସୃଷ୍ଟି କରି ପାରେନାହିଁ। ଏକ କାର୍ଯ୍ୟକ୍ଷମ ବିଧାନସଭା ରାଜ୍ୟର ଅନ୍ତିମ କୋଣରେ ରହୁଥିବା ନାଗରିକମାନଙ୍କୁ ସେହି ସ‌େନ୍ତାଷ ପ୍ରଦାନ କରିଥାଏ ଯେ ସେମାନଙ୍କ ଦୁଃଖ ଶୁଣିବା ଲାଗି କ୍ଷମତାର ନାଭିକେନ୍ଦ୍ରରେ କେହି ଜଣେ ତ ଅଛି!
୨୦୨୩ ମସିହାର ବିଧାନସଭା ମୌସୁମୀ ଅଧିବେଶନ‌ କାଳ‌େର ତତ୍‌କାଳୀନ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଉପରକୁ ଡାଲି ଫିଙ୍ଗି ବିରୋଧୀ ବିଜେପି ଦଳର ଦୁଇ ବିଧାୟକ ମୁକେଶ ମହାଲିଙ୍ଗ ଓ ମୋହନ ଚରଣ ମାଝୀ ନିଲମ୍ବିତ ହୋଇଥିଲେ, ଯାହା ବିଧାନସଭାର କାର୍ଯ୍ୟକୁ କିଛି ଦିନ ଲାଗି ଅଚଳ କରିଦେବା ଭଳି ତୁମୂଳ ହଟ୍ଟଗୋଳ ସୃଷ୍ଟି କରିଥିଲା। ବର୍ତ୍ତମାନ ସମୟ ଚକ୍ରର ପୂର୍ଣ୍ଣ ଘୂର୍ଣ୍ଣନ ଘଟିଛି। ସେ ଦିନର ବିରୋଧୀ ଦଳର ନିଲମ୍ବିତ ବିଧାୟକ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ‌େସ ଦିନର ଶାସକ ବିଜେଡି ସଂପ୍ରତି ବି‌‌େରାଧୀ ପକ୍ଷଭୁକ୍ତ; କିନ୍ତୁ ବିଡ଼ମ୍ବନା ହେଲା, ସ୍ଥିତିରେ ପରିବର୍ତ୍ତନ ହୋଇନାହିଁ, ୨୦୨୩ର ପୁନରାବୃତ୍ତି ୨୦୨୫ରେ ଘଟିଛି। ଏବଂ କିଂବଦନ୍ତୀୟ ସମ୍ରାଟ ବିକ୍ରମାଦିତ୍ୟଙ୍କ ‘ବତ୍ରିଶ ସିଂହାସନ’ ଆରୋହଣ ମାତ୍ରକେ ଉପବେଶନକାରୀର ଭାଷା, ଭାବ, ଗଦ୍ୟ ଓ ବ୍ୟାଖ୍ୟାନ ବଦଳି ଯାଉଥିବା ଭଳି ବର୍ତ୍ତମାନର ଶାସକ ବିଜେପିର ଭାଷାରେ ୨୦୨୩ ମସିହାରେ କ୍ଷମତାରୂଢ଼ ବିଜେଡି ସରକାରଙ୍କ ସ୍ବରର ପ୍ରତିଧ୍ବନି ଶ୍ରୁତିଗୋଚର ହେଉଛି ଏବଂ ବିରୋଧୀ ପକ୍ଷର ମର୍ମଦାହ ସମାନ ଓ ଚିରନ୍ତନ ଭଳି ବୋଧ ହେଉଛି। ଏହାର ଅର୍ଥ ସେହି ଚର୍ବିତଚର୍ବଣତା ଅପରିବର୍ତ୍ତିତ ରହିଛି। ଦେଖିବାକୁ ବାକି ରହିଲା କେବେ ଚୈତନ୍ୟ ଉଦୟ ହେବ! କେବେ ବିଧାନ ଗୃହଟି ଜୋତା ଫିଙ୍ଗା, ମାଇକ ଭଙ୍ଗା, ଘଣ୍ଟ ମାଡ଼, ଧସ୍ତାଧସ୍ତି ଓ ବାଡ଼ିଆପିଟା ଭଳି ଦୃଶ୍ୟ ଦ୍ବାରା ଆହତ ନ ହୋଇ ତର୍କ-ବିତର୍କ, ଯୁକ୍ତି-ପ୍ରତିଯୁକ୍ତି, ଆଲୋଚନା, ତିର୍ଯ୍ୟକ୍‌ ଓ କଟାକ୍ଷ ଆଦିର କଳରବରେ ମୁଖର ହେବ! କାରଣ ବିଧାନ ଗୃହଟି ଏକ ରଣଭୂମି ନୁହେଁ, ଏହା ଆସ୍ଥାର କେନ୍ଦ୍ର!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe