କୁଡ଼ିମାର୍!

Advertisment

ରା‌ଜନୈତିକ ସଶକ୍ତୀକରଣ କ୍ଷେତ୍ରରେ ଭାରତର ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିବା ଜଣାପଡ଼ିଛି। ୨୦୨୪ ତୁଳନାରେ ଏଥିରେ ଭାରତର ସ୍କୋରରେ ୦.୬ ପଏଣ୍ଟ ସ୍ଖଳନ ଘଟିଛି। ଭାରତୀୟ ପାର୍ଲିଆମେଣ୍ଟରେ ମହିଳାମାନଙ୍କର ପ୍ରତିନିଧିତ୍ବରେ ସ୍ଖଳନ ଘଟି ୧୪.୭ ଶତାଂଶ ସ୍ଥାନରେ ହୋଇଛି ୧୩.୮ ଶତାଂଶ।

ରା‌ଜନୈତିକ ସଶକ୍ତୀକରଣ କ୍ଷେତ୍ରରେ ଭାରତର ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିବା ଜଣାପଡ଼ିଛି। ୨୦୨୪ ତୁଳନାରେ ଏଥିରେ ଭାରତର ସ୍କୋରରେ ୦.୬ ପଏଣ୍ଟ ସ୍ଖଳନ ଘଟିଛି। ଭାରତୀୟ ପାର୍ଲିଆମେଣ୍ଟରେ ମହିଳାମାନଙ୍କର ପ୍ରତିନିଧିତ୍ବରେ ସ୍ଖଳନ ଘଟି ୧୪.୭ ଶତାଂଶ ସ୍ଥାନରେ ହୋଇଛି ୧୩.୮ ଶତାଂଶ।

samp1

ରା‌ଜନୈତିକ ସଶକ୍ତୀକରଣ କ୍ଷେତ୍ରରେ ଭାରତର ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିବା ଜଣାପଡ଼ିଛି। ୨୦୨୪ ତୁଳନାରେ ଏଥିରେ ଭାରତର ସ୍କୋରରେ ୦.୬ ପଏଣ୍ଟ ସ୍ଖଳନ ଘଟିଛି। ଭାରତୀୟ ପାର୍ଲିଆମେଣ୍ଟରେ ମହିଳାମାନଙ୍କର ପ୍ରତିନିଧିତ୍ବରେ ସ୍ଖଳନ ଘଟି ୧୪.୭ ଶତାଂଶ ସ୍ଥାନରେ ହୋଇଛି ୧୩.୮ ଶତାଂଶ। ମନ୍ତ୍ରୀ ପଦରେ ଆସୀନା ମହିଳାମାନଙ୍କର ଅନୁପାତରେ ହ୍ରାସ ଘଟି ୬.୫ ଶତାଂଶ ସ୍ଥାନରେ ହୋଇଛି ୫.୬ ଶତାଂଶ।

କାଞ୍ଚନ କୁମାରୀ ଓରଫ୍ କମଲ୍ କଉର୍ ଭାବୀ ନାମ୍ନୀ ୨୭ ବର୍ଷୀୟା ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍‌ସର୍‌ଙ୍କର ଲକ୍ଷ ଲକ୍ଷ ସଂଖ୍ୟାରେ ଅନ୍‌ଲାଇନ୍ ପ୍ରଶଂସକ ଓ ଅନୁସରଣକାରୀ ଥିଲେ। ସେ ତାଙ୍କର ଭିଡିଓ ମାଧ୍ୟମରେ ଅଶ୍ଳୀଳତା ପ୍ରସାର କରି ଏଭଳି ଅସୀମ ଲୋକପ୍ରିୟତା ଅର୍ଜନ କରିଥିଲେ ବୋଲି ଅଭିଯୋଗ ହୋଇ ଆସୁଥିଲା। ଜୁନ୍ ୧୧ରେ ପଞ୍ଜାବର ବଥିଣ୍ଡା ଠାରେ ଏକ କାର୍ ଭିତରୁ ତାଙ୍କର ମୃତ ଶରୀର ଆବିଷ୍କୃତ ହେବା ପରେ ଅମ୍ରିତପାଲ୍ ସିଂହ ନାମକ ମୁଖ୍ୟ ଅଭିଯୁକ୍ତ ଜଣକ ଦୁବାଇକୁ ପଳାୟନ କରି ଏହି ହତ୍ୟାକାଣ୍ଡକୁ ଯଥାର୍ଥ ପ୍ରତିପାଦନ କରି ଭିଡିଓ ପ୍ରସାର କରିଛି। ଚିନ୍ତାଜନକ ଭାବରେ ପଞ୍ଜାବରେ ସମାଜର କେତେକ ଅଂଶରେ ଏହି ହତ୍ୟାକାଣ୍ଡ ପ୍ରତି ବ୍ୟାପକ ସମର୍ଥନ ମିଳିବା ଦେଖାଯାଉଛି। କମଲ୍ କୁମାରୀଙ୍କ ହତ୍ୟାକୁ ଅଶ୍ଳୀଳତା ପ୍ରସାର ପାଇଁ ଉଚିତ ଶାସ୍ତି ରୂ‌େପ ବିଚାର କରାଯାଉଛି। ଆଇନର ଶାସନ ଥିବା ଥିବା କୌଣସି ଦେଶରେ କୌଣସି ନାଗରିକ ଆଇନକୁ ନିଜ ହାତକୁ ନେଇ ଏକ ହତ୍ୟାକାଣ୍ଡ ରଚନା କରିବା ଅାଦୌ ଗ୍ରହଣୀୟ ହୋଇ ନ ଥିବାବେଳେ, ସେଥିପ୍ରତି ପ୍ରକାଶ ପାଉଥିବା ସାମାଜିକ ସମର୍ଥନ ସ୍ବାଭାବିକ ଭାବରେ ଘୋର ଚିନ୍ତାଜନକ ହୋଇଥାଏ।
ଅନ୍ୟ ଅନେକ ଏଇଭଳି ଘଟଣାମାନଙ୍କ ଭଳି (ଯେମିତି ଉତ୍ତରପ୍ରଦେଶ, ହରିଆନା ଆଦି ରାଜ୍ୟରେ ଘଟୁଥିବା ନାରୀମାନଙ୍କର ‘ହନର୍ କିଲିଙ୍ଗ୍’ ବା ‘ଇଜ୍ଜତ ହତ୍ୟା’ ଘଟଣାମାନ) ପଞ୍ଜାବରେ ଘଟିଥିବା ଏଇ ଘଟଣା ପ୍ରମାଣ କରିଥାଏ ଯେ ସ୍ବାଧୀନ ଭାରତରେ ନାରୀମାନଙ୍କୁ ସମାଜରେ ପୁ‌ରୁଷମାନଙ୍କ ସହିତ ସମାନ ଅଧିକାର ପ୍ରଦାନ କରିବାକୁ ଓ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ସଂବିଧାନ ଓ ଆଇନରେ ସୁଚିନ୍ତିତ ବ୍ୟବସ୍ଥା କରାଯାଇଥିଲେ ହେଁ ଭାରତୀୟ ସମାଜରେ ଯୁଗ ଯୁଗ ଧରି ବସା ବାନ୍ଧି ଆସିଥିବା ପୁରୁଷପ୍ରଧାନ ମାନସିକତାରେ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ପରିବର୍ତ୍ତନ ଘଟିନାହିଁ।
ଯେଉଁ ପଞ୍ଜାବ ରାଜ୍ୟରେ ଏହି ସଦ୍ୟ ଘଟଣା ଘଟିଛି ଅତୀତରେ ଏହି ମାନସିକତା ବା ‘ପାଟ୍ରିଆର୍କି’ର ଏକ ଚରମ ତଥା ଅତ୍ୟନ୍ତ କ୍ରୂର ପରିପ୍ରକାଶ ସ୍ବରୂପ ଏକଦା କନ୍ୟାଶିଶୁମାନଙ୍କୁ କିପରି ‘ମୂଳୁ ମାରିଲେ ଯିବ ସରି’ ନୀତି ଅନୁସରଣ କରି ନିଷ୍ଠୁର ଭାବରେ ହତ୍ୟା କରି ଦିଆଯାଉଥିଲା, ତାହା ଇତିହାସରେ ଲିପିବଦ୍ଧ ହୋଇ ରହିଛି। ଉଦାହରଣ ସ୍ବରୂପ ଐତିହାସିକା ଲଳିତା ପାଣିଗ୍ରାହୀ ତାଙ୍କର ଗବେଷଣାତ୍ମକ ପୁସ୍ତକ ‘ବ୍ରିଟିଶ ସୋସିଆଲ୍ ପଲିସି ଆଣ୍ଡ୍ ଫିମେଲ୍ ଇନ୍‌ଫାଣ୍ଟିସାଇଡ୍ ଇନ୍ ଇଣ୍ଡିଆ’ (‘ବ୍ରିଟିଶ ସାମାଜିକ ନୀତି ଓ ଭାରତରେ କନ୍ୟାଶିଶୁ ହତ୍ୟା’)ରେ ଉଲ୍ଲେଖ କରିଛନ୍ତି ଯେ ଏକଦା ପଞ୍ଜାବରେ ବେଦୀମାନେ ଖୋଲାଖୋଲି ଭାବରେ ଶିଶୁକନ୍ୟା ହତ୍ୟା କରୁଥିବା ଘୋଷଣା କରୁଥିବାରୁ ସେ ସମୟରେ ସେମାନଙ୍କୁ ‘କୁଡ଼ିମାର୍’ (‘କନ୍ୟାହନ୍ତା’) ରୂ‌େପ ସମ୍ବୋଧନ କରାଯାଉଥିଲା। ଐତିହାସିକ ଅଂଶୁ ମାଲହୋତ୍ରାଙ୍କ ଅନୁସାରେ ଗୁରଦାସପୁର ଜିଲ୍ଲାର ଡେପୁଟି କମିସନର ମେଜର୍ ଲେକ୍ ସେଠାରେ ଏହି ନୃଶଂସ ପ୍ରଥାର ଆବିଷ୍କାର ସମ୍ବନ୍ଧରେ ସର୍ବପ୍ରଥମେ ୧୮୫୧ରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଇନ, ସଂବିଧାନ ଓ ପ୍ରଶାସନିକ ଉଦ୍ୟମ ଦ୍ବାରା ସାମାଜିକ ସଂସ୍କାରରେ ପରିବର୍ତ୍ତନ ହାସଲ କରିବା ପାଇଁ ସ୍ବାଧୀନ ଭାରତରେ ଅବିରତ ଉଦ୍ୟମ ଜାରି ରହିଛି; କିନ୍ତୁ ଏହି ପ୍ରକ୍ରିୟା ଯେ ମନ୍ଥର ହୋଇଥାଏ, ପଞ୍ଜାବରେ ଘଟିଥିବା ଏହି ସଦ୍ୟ ‘କୁଡ଼ିମାର୍’ ଘଟଣା ତା’ର ପ୍ରମାଣ ବହନ କରିଥାଏ।
ନାରୀ-ନ୍ୟାୟ କ୍ଷେତ୍ରରେ ଅଗ୍ରଗତିରେ ଏଭଳି ମନ୍ଥରତାର ଅନ୍ୟ ଯେଉଁ ଏକ ତାଜା ପ୍ରମାଣ ଆମକୁ ଏବେ ଦେଖିବାକୁ ମିଳିଛି, ତାହା ହେଉଛି ‘ୱର୍ଲଡ୍ ଇକୋନମିକ୍ ଫୋରମ୍’ ଦ୍ବାରା ପ୍ରସ୍ତୁତ ଓ ସଦ୍ୟ ପ୍ରକାଶିତ ‘ଗ୍ଲୋବାଲ୍ ଜେଣ୍ଡର୍ ଗ୍ୟାପ୍ ଇଣ୍ଡେକ୍‌ସ ୨୦୨୫’ ମର୍ଯ୍ୟାଦା ତାଲିକାରେ ଭାରତକୁ ମିଳିଥିବା ସ୍ଥାନ। ଚାରିଟି ବିଭିନ୍ନ କ୍ଷେତ୍ରରେ ନାରୀ-ପୁରୁଷଙ୍କ ମଧ୍ୟରେ ପାତରଅନ୍ତରଜନିତ ତଫାତ୍‌କୁ ଭିତ୍ତି କରି ୧୪୮ଟି ଦେଶକୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ମର୍ଯ୍ୟାଦା ତାଲିକାରେ ଭାରତକୁ ପ୍ରଦାନ କରାଯାଇଥିବା ସ୍ଥାନ ହେଉଛି ୧୩୧ ତମ। ଏମିତିରେ ଏହା ଲଜ୍ଜାଜନକ ହୋଇଥିବାବେଳେ, ଯାହା ଆହୁରି ଚିନ୍ତାଜନକ ହୋଇଥାଏ, ତାହା ହେଲା, ଗତ ବର୍ଷ ଭାରତ ଥିଲା ଏହି ତାଲିକାରେ ୧୨୯ତମ ସ୍ଥାନରେ; ଏଣୁ ଏଥର ଭାରତ ଦୁଇଟି ପାହାଚ ତଳକୁ ଖସି ଆସିଛି। ତେବେ ସାମାନ୍ୟ ଆଶ୍ବାସନାର କଥା ଏତିକି ଯେ ଭାରତର ଏହି ସ୍ଖଳନ ତା’ର ଦୋଷରୁ ନ ଘଟି, ଅନ୍ୟ ଦେଶମାନଙ୍କର ଅଧିକ ଉତ୍ତମ ପ୍ରଦର୍ଶନ ଯୋଗୁଁ ଘଟିଛି। ବରଂ ଭାରତର ‘ଲିଙ୍ଗ ସାମ୍ୟ’ ବା ‘ଜେଣ୍ଡର୍ ପ୍ୟାରିଟି’ ସ୍କୋରରେ ଗତ ବର୍ଷ ତୁଳନାରେ ୦.୩ ପଏଣ୍ଟ ବୃଦ୍ଧି ଘଟି ତାହା ହୋଇଛି ୬୪.୪ ଶତାଂଶ। ଏହା ମଧ୍ୟ ସମସ୍ତ ୧୪୮ ଯାକ ଦେଶର ହାରାହାରି ସ୍କୋର ୬୮.୮ ଶତାଂଶ ଠାରୁ କମ୍ ହୋଇଥାଏ।
ଯେଉଁ ଚାରିଟି କ୍ଷେତ୍ରରେ ନାରୀମାନଙ୍କର ସ୍ଥିତିକୁ ବିଚାରକୁ ନେଇ ଏହି ଲିଙ୍ଗ ତଫାତ୍‌ର ଆକାର ଆକଳନ କରାଯାଇଥାଏ, ସେଗୁଡ଼ିକ ହେଲେ- ଅର୍ଥନୈତିକ ସହଭାଗିତା ଓ ସୁଯୋଗ; ଶିକ୍ଷାଗତ ଉପଲବ୍‌ଧି; ସ୍ବାସ୍ଥ୍ୟ ଓ ବଞ୍ଚି ରହିବା; ରାଜନୈତିକ ସଶକ୍ତୀକରଣ। ଅର୍ଥନୈତିକ ସହଭାଗିତା ଓ ସୁଯୋଗରେ ଭାରତର ସ୍କୋରରେ ୦.୯ ପଏଣ୍ଟ ବୃଦ୍ଧି ଘଟି ହୋଇଛି ୪୦.୭ ଶତାଂଶ। କିନ୍ତୁ ଏଥିସତ୍ତ୍ବେ ଏ କ୍ଷେତ୍ରରେ ୧୪୮ଟି ଦେଶ ମଧ୍ୟରେ ଭାରତର ସ୍ଥାନ ହେଉଛି ଏକ ଶୋଚନୀୟ ୧୪୪ତମ। ଏଥିରେ ଭାରତ ତଳେ ଥିବା ଚାରିଟି ମାତ୍ର ଦେଶ ହେଲେ- ଇଜିପ୍ଟ (୪୦.୬ ଶତାଂଶ), ଇରାନ୍ (୩୪.୯ ଶତାଂଶ), ପାକିସ୍ତାନ (୩୪.୭ ଶତାଂଶ) ଓ ସୁଦାନ (୩୧.୩ ଶତାଂଶ)। ଶ୍ରମ ଶକ୍ତିରେ ଅଂଶଗ୍ରହଣରୁ ପାରିଶ୍ରମିକରେ ସାମ୍ୟ, ଅର୍ଜିତ ଆୟ ଆଦି ପର୍ଯ୍ୟନ୍ତକୁ ବିଚାରକୁ ନେଇ ଅର୍ଥନୈତିକ ସହଭାଗିତା ଓ ସୁଯୋଗର ଆକଳନ କରାଯାଇଥାଏ।
ଶିକ୍ଷାଗତ ଉପଲବ୍‌ଧିରେ କିନ୍ତୁ ଭାରତରେ ନାରୀ-ପୁରୁଷଙ୍କ ମଧ୍ୟରେ ପ୍ରାୟ ପାଖାପାଖି ସଂପୂର୍ଣ୍ଣ ସାମ୍ୟ ପ୍ରତିଷ୍ଠିତ ହେଲାଣି ବୋଲି ଭାରତର ସ୍କୋରରୁ ଜଣାପଡ଼ିଥାଏ, ଯାହା ହେଉଛି ୯୭.୧ ଶତାଂଶ। ରିପୋର୍ଟରେ ତେଣୁ ସ୍ବୀକାର କରାଯାଇଛି ଯେ ସାକ୍ଷରତା ଓ ଉଚ୍ଚଶିକ୍ଷାରେ ମହିଳାମାନଙ୍କର ଅଂଶଗ୍ରହଣ ଅନୁପାତରେ ଘଟିଥିବା ସକାରାତ୍ମକ ପରିବର୍ତ୍ତନର ଏହା ହେଉଛି ପ୍ରମାଣ। ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଲିଙ୍ଗ ଅନୁପାତ ଓ ସୁସ୍ଥ ଆୟୁ କାଳକୁ ବିଚାରକୁ ନେଇ ଭାରତର ସ୍କୋରରେ ସନ୍ତୋଷଜନକ ବୃଦ୍ଧି ଘଟିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।
ତେବେ ରା‌ଜନୈତିକ ସଶକ୍ତୀକରଣ କ୍ଷେତ୍ରରେ ଭାରତର ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିବା ଜଣାପଡ଼ିଛି। ୨୦୨୪ ତୁଳନାରେ ଏଥିରେ ଭାରତର ସ୍କୋରରେ ୦.୬ ପଏଣ୍ଟ ସ୍ଖଳନ ଘଟିଛି। ଭାରତୀୟ ପାର୍ଲିଆମେଣ୍ଟରେ ମହିଳାମାନଙ୍କର ପ୍ରତିନିଧିତ୍ବରେ ସ୍ଖଳନ ଘଟି ୧୪.୭ ଶତାଂଶ ସ୍ଥାନରେ ହୋଇଛି ୧୩.୮ ଶତାଂଶ। ମନ୍ତ୍ରୀ ପଦରେ ଆସୀନା ମହିଳାମାନଙ୍କର ଅନୁପାତରେ ହ୍ରାସ ଘଟି ୬.୫ ଶତାଂଶ ସ୍ଥାନରେ ହୋଇଛି ୫.୬ ଶତାଂଶ। ୨୦୨୪ରେ ନିର୍ବାଚିତ ହୋଇ ଗଠିତ ହୋଇଥିବା ଦେଶର ଅଷ୍ଟାଦଶ ଲୋକସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ହେଉଛି ୭୪, ଯାହା ହେଉଛି ମୋଟ ସଦସ୍ୟ ସଂଖ୍ୟାର ୧୩.୬ ଶତାଂଶ; ୨୦୧୯ରେ ଗଠିତ ପୂର୍ବବର୍ତ୍ତୀ ଲୋକସଭାରେ ଏହି ଅନୁପାତ ଥିଲା ୧୪.୪ ଶତାଂଶ।
କହିବା ବାହୁଲ୍ୟ ଏହି ଜେଣ୍ଡର୍ ଗ୍ୟାପ୍ ଇଣ୍ଡେକ୍‌ସରେ ଭାରତକୁ ମିଳିଥିବା ନୀଚା ସ୍ଥାନ ସ୍ବାଧୀନତାର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ଏଠାରେ ନାରୀମାନେ ଯେ ତୀବ୍ର ଲିଙ୍ଗ ବିଦ୍ବେଷର ସମ୍ମୁଖୀନ ହୋଇଥାନ୍ତି‌, ତାହାର ଯେଉଁ ଅସ୍ବସ୍ତିକର ବାସ୍ତବତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ, ପଞ୍ଜାବର ଉପରୋକ୍ତ ଆଧୁନିକ ‘କୁଡ଼ିମାର୍’ ଘଟଣା ହେଉଛି ତାହାର ଏକ ଭୟଙ୍କର ପରିପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe