ଭାଷା ବିଷ

Advertisment

୨୦୧୭ ‘ବିଏମ୍‌ସି’ ନିର୍ବାଚନରେ ଶିବସେନା ‘ଭାଜପା’କୁ ପରାସ୍ତ କରିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଦଳର ବିଭାଜନ ଯୋଗୁଁ ‌ତା’ର ବୀର୍ଯ୍ୟହାନି ଘଟିଥିଲା। ‘ଏମ୍ଏନ୍ଏସ୍’ ମାତ୍ର ହାତଗଣତି କେତେଗୋଟି ଆସନ ଜିଣିଥିଲା, କିନ୍ତୁ କେବଳ ଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତ ବିଜୟୀ....

୨୦୧୭ ‘ବିଏମ୍‌ସି’ ନିର୍ବାଚନରେ ଶିବସେନା ‘ଭାଜପା’କୁ ପରାସ୍ତ କରିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଦଳର ବିଭାଜନ ଯୋଗୁଁ ‌ତା’ର ବୀର୍ଯ୍ୟହାନି ଘଟିଥିଲା। ‘ଏମ୍ଏନ୍ଏସ୍’ ମାତ୍ର ହାତଗଣତି କେତେଗୋଟି ଆସନ ଜିଣିଥିଲା, କିନ୍ତୁ କେବଳ ଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତ ବିଜୟୀ....

samp1

୨୦୧୭ ‘ବିଏମ୍‌ସି’ ନିର୍ବାଚନରେ ଶିବସେନା ‘ଭାଜପା’କୁ ପରାସ୍ତ କରିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଦଳର ବିଭାଜନ ଯୋଗୁଁ ‌ତା’ର ବୀର୍ଯ୍ୟହାନି ଘଟିଥିଲା। ‘ଏମ୍ଏନ୍ଏସ୍’ ମାତ୍ର ହାତଗଣତି କେତେଗୋଟି ଆସନ ଜିଣିଥିଲା, କିନ୍ତୁ କେବଳ ଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତ ବିଜୟୀ ପ୍ରାର୍ଥୀମାନେ ସେ ଦଳ ତ୍ୟାଗ କରି ପଳାୟନ କରିଥିଲେ। ଗତ ବର୍ଷ ବିଧାନସଭା ନିର୍ବାଚନରେ ଉଭୟ ଦଳ ଶୋଚନୀୟ ଭାବରେ ମତଦାତାମାନଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି। ରାଜ୍ୟ ରାଜନୀତିରେ ଉଭୟ ଭାଇଙ୍କ ସ୍ଥିତି ଏପରି ସଂପୂର୍ଣ୍ଣ ବିପନ୍ନ ହୋଇପଡ଼ିଥିବା ବେଳେ ସେମାନେ ଏବେ ଭାଷା ବିଷ ପ୍ରୟୋଗ କରି ମରାଠୀ ମତଦାତାମାନଙ୍କ ମନକୁ ବିଷାକ୍ତ କରି ‘ବିଏମ୍‌ସି’ ନିର୍ବାଚନରେ ବିଜୟ ଲାଭ ଦ୍ବାରା ପୁନର୍ଜୀବନ ଲାଭ କରିବାକୁ ଉଦ୍ୟମ କରୁଛନ୍ତି। ସେମାନେ ଯଦି ଏଥିରେ ସଫଳ ହୁଅନ୍ତି, ମହାରାଷ୍ଟ୍ର ସହିତ ଦେଶର ଘୋର କ୍ଷତି ଘଟିବ।

ବର୍ଟ୍ରାଣ୍ଡ୍ ରସେଲ୍ ତାଙ୍କର ଅନ୍ୟତମ ପ୍ରସିଦ୍ଧ ପ୍ରବନ୍ଧ, ‘ଲାଙ୍ଗୁଏଜ୍’ରେ ଭାଷାର ଯେଉଁ ଚାରିଟି ଅବତାର ସମ୍ବନ୍ଧରେ ଉଲ୍ଲେଖ କରିଥିଲେ, ତାହା ହେଲା- କଥିତ, ଶ୍ରୁତ, ଲିଖିତ ଓ ପଠିତ। କିନ୍ତୁ ଭାଷାର ସଂସ୍କରଣମାନ କେବଳ ଏହି ଚାରିଟି ମଧ୍ୟରେ ଯେ ସୀମିତ ନୁହେଁ, ତାହା ମଧ୍ୟ ସେ ଏକ ବେଶ୍ ରୋଚକ ଢଙ୍ଗରେ ତାଙ୍କର ସେଇ ପ୍ରବନ୍ଧରେ ସୂଚାଇ ଦେଇଥିଲେ। ଭାଷା ଯଦି ଭାବ ପ୍ରକାଶର ମାଧ୍ୟମ ହୋଇଥାଏ, ତେବେ ମୁକବଧିରମାନେ ବ୍ୟବହାର କରୁଥିବା ବିଭିନ୍ନ ଅଙ୍ଗଭଙ୍ଗୀରୁ ଆରମ୍ଭ କରି ଫରାସୀମାନଙ୍କର କାନ୍ଧ ହଲାଇବା ପର୍ଯ୍ୟନ୍ତ ମଧ୍ୟ ହେଉଛନ୍ତି ଭାଷା ବୋଲି ରସେଲ୍ ସେଥିରେ ଉଲ୍ଲେଖ କରିଥିଲେ। ତେଣୁ ଯେ କୌଣସି ଦୃଶ୍ୟମାନ ଶାରୀରିକ ଚଳନ ଭାଷା ରୂପେ ବ୍ୟବହୃତ ହେବାର କ୍ଷମତା ବହନ କରିଥାଏ। କିନ୍ତୁ ତା’ ହେଲେ ମନୁଷ୍ୟ ପାଟି ଓ ଜିଭର ମାଂସପେଶୀ ସଞ୍ଚାଳନ କରି କହୁଥିବା କଥା ସର୍ବତ୍ର ଭାଷା ରୂପେ ପ୍ରାଧାନ୍ୟ ଲାଭ କରିବାର କାରଣ କ’ଣ? ରସେଲ୍‌ଙ୍କ ମତରେ ଏହାର କାରଣ ହେଲା ଅନ୍ୟ ଯେ କୌଣସି ଶାରୀରିକ ସଞ୍ଚାଳନ ତୁଳନାରେ ପାଟିରେ କଥା କହିବା ଶରୀରର ମାଂସପେଶୀ ଉପରେ ସବୁଠାରୁ କମ୍ ଚାପ ପକାଇଥାଏ; ଅର୍ଥାତ୍ ମୁଖନିସୃତ କଥା ବକ୍ତାଙ୍କ ପାଇଁ ସବୁଠାରୁ କମ୍ କଷ୍ଟଦାୟକ ହୋଇଥାଏ।
ମହାନ ଦାର୍ଶନିକ ରସେଲ୍‌ଙ୍କର ଏହି ଭାଷାତତ୍ତ୍ବ କିନ୍ତୁ ଏବେ ଭାରତରେ ଭୁଲ୍ ସାବ୍ୟସ୍ତ ହେବା ଦେଖାଯାଇଛି। ଅବଶ୍ୟ ଅନ୍ୟ କୌଣସି ଭାଷାତତ୍ତ୍ବବିତ୍ କିମ୍ବା ଦାର୍ଶନିକ ଏହାକୁ ଭୁଲ୍ ସାବ୍ୟସ୍ତ କରିନାହାନ୍ତି; ଯେଉଁମାନେ ଏହି ବୌଦ୍ଧିକ ଚମତ୍କାରିତା ହାସଲ କରିଛନ୍ତି, ସେମାନେ ହେଉଛନ୍ତି ବିଶୁଦ୍ଧ ବାହୁବଳରେ ବିଶ୍ବାସ କରୁଥିବା ଭାରତୀୟ ପାରିବାରିକ ରାଜନୀତିର ଦୁଇ ଜଣ ପ୍ରମୁଖ ହିତାଧିକାରୀ- ମହାରାଷ୍ଟ୍ରର ଦୁଇ ଠାକରେ ଭ୍ରାତା, ରାଜ୍‌ ଠାକରେ ଓ ଉଦ୍ଧବ ଠାକରେ। ଏମାନଙ୍କ ନେତୃତ୍ବରେ ବର୍ତ୍ତମାନ ମହାରାଷ୍ଟ୍ରରେ ଓ ବିଶେଷ କରି ଦେଶର ବିତ୍ତୀୟ ପ୍ରାଣକେନ୍ଦ୍ର ମୁମ୍ବାଇ (ଭାଷା ରାଜନୀତି ଚାପରେ ‘ବମ୍ବେ’ର ରୂପାନ୍ତର)ରେ ଯଦି ଦୋକାନବଜାର, ରାସ୍ତାଘାଟ କିମ୍ବା କୌଣସି ସର୍ବସାଧାରଣ ସ୍ଥାନରେ କାହାର ପାଟିରୁ ହିନ୍ଦୀ, ଇଂରେଜୀ ଅଥବା ଅନ୍ୟ କୌଣସି ଅଣ-ମରାଠୀ ଭାଷା ବାହାରିବା ଶୁଣାଯାଉଛି, ତେବେ ସେମାନଙ୍କ ପିଠିରେ ତାହା ଅତ୍ୟନ୍ତ କଷ୍ଟଦାୟକ ମାଡ଼ରେ ରୂପାନ୍ତରିତ ହେଉଛି। ଏ ମାଡ଼ ଦେଉଛନ୍ତି ଏହି ପରିବାରର ଅନୁଗତ ରାଜନୈତିକ ଦଳଦ୍ବୟ - ଶିବସେନା(ଉ) ଓ ‘ଏମ୍ଏନ୍ଏସ୍’ -ର ଗୁଣ୍ଡାବାହିନୀମାନେ। ସେମାନଙ୍କର ଏହି ଗୁଣ୍ଡାରାଜ କେବଳ ଶାରୀରିକ ଆକ୍ରମଣରେ ସୀମିତ ରହିନାହିଁ ମଧ୍ୟ; ସେମାନେ ଭାଷାକୁ ଅାଳ କରି ମୁମ୍ବାଇରେ ଅଣ-ମରାଠୀମାନଙ୍କର ବ୍ୟବସାୟ ପ୍ରତିଷ୍ଠାନମାନଙ୍କ ଉପରେ ଚଢ଼ାଉ କରି ସଂପତ୍ତି ଧ୍ବଂସ କରିବା ବି ଦେଖାଗଲାଣି।
ଶିବସେନା ଦଳର ସଂକୀର୍ଣ୍ଣ ରାଜନୀତିରେ ଭାଷା ସର୍ବଦା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଥିବାବେଳେ ବର୍ତ୍ତମାନ ଯେଉଁ ତାତ୍‌କାଳିକ ରାଜନୈତିକ ଲାଭ ଅର୍ଜନର ଲୋଭ ସେମାନଙ୍କୁ ଏହି ବିଭାଜନ ସୃଷ୍ଟିକାରୀ ପ୍ରସଙ୍ଗରେ ପୁଣି ପ୍ରାଣ ସଞ୍ଚାର କରିବାକୁ ପ୍ରବୃତ୍ତ କରିଛି, ତାହା ହେଲା ସେଠାରେ ଆସନ୍ନ ପୌରପାଳିକା-ବୃହନ୍ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (‘ବିଏମ୍‌ସି’)- ନିର୍ବାଚନ। ସେମାନଙ୍କୁ ଏଥିପାଇଁ ଯାହା ଉପଲକ୍ଷ ଯୋଗାଇ ଦେଇଛି, ତାହା ହେଲା ସେ ରାଜ୍ୟର ବିଦ୍ୟାଳୟମାନଙ୍କରେ ହିନ୍ଦୀକୁ ଏକ ତୃତୀୟ ଭାଷା ରୂପେ ପଢ଼ାଯିବା ପାଇଁ ସେଠାରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ବାଧୀନ ମିଳିତ ସରକାର ନିକଟରେ ଗ୍ରହଣ କରିଥିବା ଏକ ନିଷ୍ପତ୍ତି।
କେବଳ ମହାରାଷ୍ଟ୍ରରେ ନୁହେଁ, ଦାକ୍ଷିଣାତ୍ୟର କେତେକ ରାଜ୍ୟରେ ମଧ୍ୟ ଏହି ହିନ୍ଦୀ ଶିକ୍ଷା ଉଦ୍ୟମ ପ୍ରତି ରାଜନୈତିକ ବିରୋଧ ପ୍ରକାଶ ପାଇବା ଦେଖାଯାଇଛି। ମହାରାଷ୍ଟ୍ରରେ ବିରୋଧୀ ଦଳମାନେ ମଧ୍ୟ ଏଭଳି ତୀବ୍ର ବିରୋଧ ପ୍ରଦର୍ଶନ କରିବା ପରେ ସରକାର ଆଗପଛ ହୋଇ ଏହାକୁ ଟାଳିଦେବା ପାଇଁ ଚେଷ୍ଟା କରି ବିଫଳ ହୋଇ ଅଗତ୍ୟା ସେଇ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ। ତେବେ ସରକାର ଏଥି ସଙ୍ଗେ ସଙ୍ଗେ ନିଜର ସମ୍ମାନ ରକ୍ଷା କରିବା ଉଦ୍ଦେଶ୍ୟରେ ରାଜ୍ୟର ବିଦ୍ୟାଳୟମାନଙ୍କରେ ତ୍ରିଭାଷୀ ଫର୍ମୁଲା କାର୍ଯ୍ୟକାରୀ କରିବା ନିମିତ୍ତ ଉପଯୁକ୍ତ କାର୍ଯ୍ୟପନ୍ଥା ସୁପାରିସ କରିବା ଲାଗି ଏକ ଉପଦେଷ୍ଟା କମିଟି ଗଠନ କରିଛନ୍ତି।
ସରକାରଙ୍କର ଏହି ପଛଘୁଞ୍ଚା କିନ୍ତୁ ପ୍ରତିପକ୍ଷ ପାଇଁ ବାଘ ରକ୍ତ ଚାଖିଲା ପରି ହୋଇଛି। ଏହାକୁ ସେମାନଙ୍କର ଏକ ବିଜୟ ରୂପେ ବିଚାର କରି ଏହା ଦ୍ବାରା ଉତ୍ସାହିତ ହୋଇ ସେମାନଙ୍କର ଦୀର୍ଘ ଦିନର ଶତ୍ରୁତା ଓ ବିଚ୍ଛେଦରେ ଅନ୍ତ ବା ବିରତି ଘଟାଇ ଏହି ଦୁଇ ଠାକରେ ଭାଇ ଏବେ ଏକାଠି ହୋଇ ‘ବିଏମ୍‌ସି’ ନିର୍ବାଚନରେ ବିଜୟ ଲାଭ କରିବା ଆଶାରେ ହାତ ମିଳାଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ କେବଳ ୧୯୯୦ ଦଶକରେ ସ୍ବଳ୍ପ କାଳ ପାଇଁ ବାଦ୍ ଦେଲେ ଅବିଭାଜିତ ଶିବସେନା ୧୯୮୫ ଠାରୁ ୨୦୨୨ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଦେଶର ଏହି ସର୍ବାଧିକ ଧନଶାଳୀ ନଗରପାଳିକାକୁ ନିଜ ଦଖଲରେ ରଖି ଆସିଥିଲା। ୨୦୨୨ରେ ‘ବିଏମ୍‌ସି’ର କାର୍ଯ୍ୟକାଳ ସମାପ୍ତ ହେବା ପରଠାରୁ ଆଉ ନିର୍ବାଚନ ଅନୁଷ୍ଠିତ କରା ନ ଯାଇ ସରକାରଙ୍କ ଦ୍ବାରା ନିଯୁକ୍ତ ଜଣେ ପ୍ରଶାସକଙ୍କ ଦ୍ବାରା ଏହାର ପରିଚାଳନା କରାହୋଇ ଆସୁଛି। ସୁପ୍ରିମ୍ କୋର୍ଟ କିନ୍ତୁ ଚାରି ମାସ ମଧ୍ୟରେ ନଗରପାଳିକା ନିର୍ବାଚନ ଅନୁଷ୍ଠିତ କରାଯିବା ପାଇଁ ମଇ ମାସରେ ନିର୍ଦ୍ଦେଶ ଦେବା ପରେ ବର୍ତ୍ତମାନ ମୁମ୍ବାଇରେ ରାଜନୀତି ସରଗରମ ହୋଇ ଉଠିଛି।
ଅଣ-ମରାଠୀମାନଙ୍କୁ ଅନୁପ୍ରବେଶକାରୀ ରୂପେ ଚିତ୍ରିତ କରିବା ଶିବସେନା-‘ଏମ୍ଏନ୍ଏସ୍’ମାର୍କା ରାଜନୀତିର ସର୍ବଦା ମୁଖ୍ୟ ଆଧାର ହୋଇ ଆସିଛି- ଅଣ-ମରାଠୀମାନେ ହେଉଛନ୍ତି: ‘ସେମାନେ’। ଆଧୁନିକ ମୁମ୍ବାଇର ନିର୍ମାଣରେ ଏହି ‘ସେମାନେ’ମାନଙ୍କର ଅବଦାନ ସର୍ବାଧିକ ହୋଇଥିଲେ ହେଁ, ଏହି ଦଳମାନେ ସେମାନଙ୍କୁ ମରାଠୀମାନଙ୍କର ଶତ୍ରୁ ରୂପେ ପ୍ରଦର୍ଶିତ କରି ନିଜ ପାଇଁ ଏକ ଅତ୍ୟନ୍ତ ଲାଭଜନକ ମରାଠୀ ଭୋଟ୍‌ବ୍ୟାଙ୍କ୍ ସୃଷ୍ଟି କରିବାରେ ସଫଳ ହୋଇ ଆସିଛନ୍ତି। କୁହାଯାଇପାରେ ଏହି କୌଶଳ ଅବଲମ୍ବନ କରି ଶିବସେନାର ପ୍ରତିଷ୍ଠାତା ସ୍ବର୍ଗତ ବାଲ୍ ଠାକରେ ଓ ତାଙ୍କର ଦାୟାଦମାନେ ପ୍ରସିଦ୍ଧ ଫରାସୀ ଦାର୍ଶନିକ ଜଁା ପଲ୍ ସାତ୍ରଙ୍କର ସେଇ ଉକ୍ତିକୁ ଅନୁସରଣ କରିଛନ୍ତି, ଯାହା ଅନୁସାରେ: ‘‘ନର୍କ ହେଉଛି ସେମାନେ।’’ ଏହି ରାଜନୀତିର ଅଂଶସ୍ବରୂପ ଶିବସେନାର ସମର୍ଥକମାନେ ନିୟମିତ ଭାବରେ ଦକ୍ଷିଣ ଭାରତୀୟ ଓ ଉତ୍ତର ଭାରତୀୟ ପ୍ରବାସୀମାନଙ୍କୁ ବିଭିନ୍ନ ପ୍ରକାରେ ହଇରାଣ ହରକତ କରିଆସିଛନ୍ତି, ଯେଉଁଥିରେ ହିଂସାତ୍ମକ ଆକ୍ରମଣ ଅନ୍ତର୍ଭୁକ୍ତ।
୨୦୧୭ ‘ବିଏମ୍‌ସି’ ନିର୍ବାଚନରେ ଶିବସେନା ‘ଭାଜପା’କୁ ପରାସ୍ତ କରିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଦଳର ବିଭାଜନ ଯୋଗୁଁ ‌ତା’ର ବୀର୍ଯ୍ୟହାନି ଘଟିଥିଲା। ‘ଏମ୍ଏନ୍ଏସ୍’ ମାତ୍ର ହାତଗଣତି କେତେଗୋଟି ଆସନ ଜିଣିଥିଲା, କିନ୍ତୁ କେବଳ ଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତ ବିଜୟୀ ପ୍ରାର୍ଥୀମାନେ ସେ ଦଳ ତ୍ୟାଗ କରି ପଳାୟନ କରିଥିଲେ। ଗତ ବର୍ଷ ବିଧାନସଭା ନିର୍ବାଚନରେ ଉଭୟ ଦଳ ଶୋଚନୀୟ ଭାବରେ ମତଦାତାମାନଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି। ରାଜ୍ୟ ରାଜନୀତିରେ ଉଭୟ ଭାଇଙ୍କ ସ୍ଥିତି ଏପରି ସଂପୂର୍ଣ୍ଣ ବିପନ୍ନ ହୋଇପଡ଼ିଥିବା ବେଳେ ସେମାନେ ଏବେ ଭାଷା ବିଷ ପ୍ରୟୋଗ କରି ମରାଠୀ ମତଦାତାମାନଙ୍କ ମନକୁ ବିଷାକ୍ତ କରି ‘ବିଏମ୍‌ସି’ ନିର୍ବାଚନରେ ବିଜୟ ଲାଭ ଦ୍ବାରା ପୁନର୍ଜୀବନ ଲାଭ କରିବାକୁ ଉଦ୍ୟମ କରୁଛନ୍ତି। ସେମାନେ ଯଦି ଏଥିରେ ସଫଳ ହୁଅନ୍ତି, ମହାରାଷ୍ଟ୍ର ସହିତ ଦେଶର ଘୋର କ୍ଷତି ଘଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe