ବିଦାୟ, ସବୁଜ ବିପ୍ଳବର ସ୍ଥପତି

Advertisment
ବିଡ଼ମ୍ବନା

Twitter

୧୯୯୯ରେ, ଆମେରିକାର ‘ଟାଇମ’ ସ୍ବାମୀନାଥନ୍‌ଙ୍କୁ ପୃଥିବୀର ୨୦ ଜଣ ବିଖ୍ୟାତ ବ୍ୟକ୍ତିଙ୍କ ଭିତରେ ଅନ୍ତର୍ଭୁକ୍ତ କରିଥିଲା ଯହିଁରେ ତାଙ୍କ ଭିନ୍ନ ଆଉ ଦୁଇ ଜଣ ମାତ୍ର ଭାରତୀୟ ଥିଲେ- ମହାତ୍ମା ଗାନ୍ଧୀ ଓ ରବୀନ୍ଦ୍ର ନାଥ ଟାଗୋର। ଏଗାର ବର୍ଷ ବୟସରେ ପିତାଙ୍କୁ ହରେଇଥିବା ଜଣେ ଭାରତୀୟ କିଶୋର ନିଜର ଦୃଢ଼ ମନୋବଳ, ଏବଂ ଅଧ୍ୟବସାୟ ବଳ‌େର କିଭଳି ଗାନ୍ଧୀ ଓ ଦଲାଇ ଲାମାଙ୍କ ଭଳି ବିଖ୍ୟାତ ‌ହୋଇପାରିଲେ ତାହା ବାସ୍ତବିକ ଅନୁଧ୍ୟାନର ବିଷୟ।

ଡକ୍ଟର ମଣକମ୍ବୁ ସମ୍ବାଶିଭନ୍‌ ସ୍ବାମୀନାଥନ୍‌, ସଂକ୍ଷେପରେ ଏମ୍‌.ଏସ୍‌. ସ୍ବାମୀନାଥନ୍‌ଙ୍କ ପରଲୋକ ସହିତ ଗୋଟିଏ ଜୀବନ୍ତ କି˚ବଦନ୍ତି ଅନ୍ତର୍ହିତ ହୋଇଯାଇଛି ଯାହାକୁ ଭାରତ ସବୁଜ ବିପ୍ଳବର ମୁଖ୍ୟ ସ୍ଥପତି ଭାବରେ ସମ୍ମାନ ଏବଂ ସ୍ବୀକୃତି ଜଣାଇ ଆସିଥିଲା। ଆଉ ଦୁଇ ବର୍ଷ ପରେ ଏହି କୃଷିବିଜ୍ଞାନୀ ଜଣକ ଶହେ ବର୍ଷରେ ପାଦ ଦେଇଥାଆନ୍ତେ। ତେବେ ସଂଖ୍ୟା ଶତବାର୍ଷିକୀ ସେ ପୂରଣ କରନ୍ତୁ କି ନାହିଁ ତାହା ବଡ଼ କଥା ନୁହେଁ, ବଡ଼ କଥା ହେଉଛି ନିଜ ଜୀବନରେ ସେ ଯେଉଁ ବିରାଟ ବିରାଟ କୀର୍ତ୍ତିମାନ ସ୍ଥାପନ କରିଯାଇଛନ୍ତି ତାହା ଅନେକଙ୍କ ଲାଗି ଅନତିକ୍ରମଣୀୟ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଭାଷାରେ ‘ମାନବ ଜୀବନ ନୁହଁଇ କେବଳ ବର୍ଷ, ମାସ, ଦିନ, ଦଣ୍ଡ; କର୍ମେ ଜିଏଁ ନର, କର୍ମ ଏକା ତା’ର ଜୀବନର ମାନଦଣ୍ଡ।’
ଗତ ଶତକର ଷାଠିଏ ଦଶକ। ଭାରତ ଓ ପଡ଼ୋଶୀ ପାକିସ୍ତାନରେ ଖାଦ୍ୟ ପାଇଁ ଚିତ୍କାର। ମାତ୍ର ତେର ବର୍ଷ ତଳେ ସ୍ବାଧୀନତା ଲାଭ କରିଥିବା ଦୁଇ ଦେଶର ନାଗରିକଙ୍କ ‘ହା ଅନ୍ନ’ ଚିତ୍କାର, ସ୍ବାଧୀନତାର ଅର୍ଥକୁ ବିଡ଼ମ୍ବିତ କରୁଥାଏ। ସେହି ସମୟରେ, ପରବର୍ତ୍ତୀ କାଳରେ ନୋବେଲ ବିଜେତା ଡକ୍ଟର ନରମାନ ବୋରଲାଗ ଉଦ୍ଭାବନ କଲେ ଗୋଟେ ନୂଆ ପ୍ରଜାତିର ଗହମ ଯାହା ପରବର୍ତ୍ତୀ ସମୟରେ ଭାରତ ଓ ପାକିସ୍ତାନକୁ ଆସିଲା। ଏହି ନୂଆ କିସମର ବିହନ ଦୁଇ ଦେଶ ବିଶେଷ କରି ଭାରତର ଗହମ ଉତ୍ପାଦନକୁ ଦୁଇଗୁଣା କରିଦେଲା, ମାତ୍ର ପାଞ୍ଚ ବର୍ଷର ସମୟ ମଧ୍ୟରେ, ୧୯୬୫ରୁ ୧୯୭୦। ପରବର୍ତ୍ତୀ ସମୟରେ ଡକ୍ଟର ନରମାନ ବରଲାଗଙ୍କୁ ନୋବେଲ ପୁରସ୍କାର ମିଳିଲା। ସେ ବିଶ୍ବ ବିଖ୍ୟାତ ହେଲେ। ଏହି ବିଶ୍ବବିଖ୍ୟାତ କୃଷି ବିଜ୍ଞାନୀ କିନ୍ତୁ ସମଧର୍ମା ଭାରତୀୟ ବିଜ୍ଞାନୀ ଏମ୍‌.ଏସ୍‌. ସ୍ବାମୀନାଥନ୍‌ଙ୍କୁ ଭୁଲି ନ ଥିଲେ; ବରଂ ତାଙ୍କର ଅବଦାନକୁ ସ୍ମରଣ କରି ଲେଖିଥିଲେ, ‘ଏ ଶ୍ରେୟର ବଡ଼ଭାଗ ଆପଣଙ୍କୁ ହିଁ ଯିବ ଡଃ ସ୍ବାମୀନାଥନ୍‌। କାରଣ ଆପଣ ହିଁ ପ୍ରଥମେ ଏହି ମେକ୍ସିକାନ ଗହମ ବିହନର ମୂଲ୍ୟ ବୁଝି ତାକୁ ବ୍ୟବହାର କଲେ। ଯଦି ଆପଣ ସେ କଥା କରିନଥା’ନ୍ତେ, ତାହାହେଲେ ଏସିଆରେ ସବୁଜ ବିପ୍ଳବ କଦାପି ସମ୍ଭବ ହୋଇନଥାନ୍ତା।’ ଏକଥା ସତ୍ୟ, କାରଣ ଏମ୍‌.ଏସ୍‌. ସ୍ବାମୀନାଥନ୍‌ ହିଁ ଉତ୍ତର ଭାରତର କ୍ଷେତରେ ଏହି ନୂଆ ଗହମ ବିହନର ଉପଯୋଗ କରି ବିସ୍ମୟ ସୃଷ୍ଟି କରିଥିଲେ। ବିହନ ସାଙ୍ଗକୁ କୃଷି କୌଶଳ, କୀଟନାଶକ ପ୍ର‌େୟାଗ କ୍ଷେତ୍ରରେ ମଧ୍ୟ ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ।
ଏମ୍‌.ଏସ୍‌. ସ୍ବାମୀନାଥନ୍‌ ଥିଲେ ଯୋଗ୍ୟ ପିତାଙ୍କର ଯୋଗ୍ୟ ସନ୍ତାନ। ପିତା ଜଣେ ସୁଦକ୍ଷ ସର୍ଜନ ଥିଲେ, ଯିଏ ଭାରତରୁ ଗୋଦର ବେମାର ଦୂରୀକରଣ ଯୋଜନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପିତା ଚାହୁଁଥିଲେ ପୁତ୍ର ଏମ୍‌.ଏସ୍‌. ସ୍ବାମୀନାଥନ୍‌ ତାଙ୍କ ପରି ଡାକ୍ତର ହୁଅନ୍ତୁ। ପୁତ୍ର ମଧ୍ୟ ସେହି ଉଦ୍ଦେଶ୍ୟରେ ପ୍ରାଣୀବିଜ୍ଞାନ ବିଷୟ ନେଇ ପାଠ ପଢ଼ିଥିଲେ। ମାତ୍ର ୧୯୪୩ର ବଙ୍ଗ ଦୁର୍ଭିକ୍ଷ ତାଙ୍କର ଦୃଷ୍ଟିକୋଣ ବଦଳେଇ ଦେଲା। ସେ ସ୍ଥିର କଲେ, ଚିକିତ୍ସକ ହୋଇ ସ୍ବଚ୍ଛନ୍ଦ ଜୀବନଯାପନ କରିବା ଅପେକ୍ଷା ଦେଶକୁ କ୍ଷୁଧାରୁ ମୁକ୍ତି ଦେବା ଦିଗରେ କାର୍ଯ୍ୟ କରିବା ଅଧିକ ଗୁରୁତ୍ବପୂର୍ଣ୍ଣ। ଏହା ପରେ ସେ କୃଷିବିଜ୍ଞାନ ପଢ଼ିଲେ ଏବଂ ୧୯୪୯ରେ ଆଳୁ ସନ୍ଦର୍ଭରେ ଗବେଷଣା ପାଇଁ ମନ ବଳାଇଲେ। ଆଜି ଭାବିଲେ କୌତୂହଳ ସୃଷ୍ଟି ହୁଏ ଯେ ସେହି ସମୟରେ ସ୍ବାମୀନାଥନ୍‌ ଭାରତୀୟ ପୁଲିସ ସେବାରେ ଭର୍ତ୍ତି ହେବା ପାଇଁ ମନୋନୀତ ହୋଇଥିଲେ। ଯଦି ସେ ସେଦିନ କୃଷି ଛାଡ଼ି ପୁଲିସ ଚାକିରି ପାଇଁ ମନ ବଳାଇଥାଆନ୍ତେ, ତାହା ହେଲେ ଭାରତ ଓ ସ୍ବାମୀନାଥନ୍‌ ଉଭୟଙ୍କର ପରିସ୍ଥିତି ଆଜି ଭିନ୍ନ ହୋଇଥାଆନ୍ତା। ଏହାପରେ ସ୍ବାମୀନାଥନ୍‌ ୟୁନେସ୍କୋ ଫେଲୋସିପ୍‌ ପାଇ ନେଦରଲ୍ୟାଣ୍ଡସ ଯାଇଥିଲେ ଓ ତା’ ପରର କଥା ଇତିହାସ।
ମଣିଷ ହାସଲ କରିଥିବା ସମସ୍ତ ସଫଳତା ଭିତରେ କ୍ଷୁଧା ଉପରେ ସଫଳତା ବା କ୍ଷୁଧା ନିବାରଣ କ୍ଷେତ୍ରରେ ସାମର୍ଥ୍ୟ ହାସଲ ହେଉଅଛି ସବୁଠାରୁ ବଡ଼ ସଫଳତା। ସ୍ବାମୀନାଥନ୍‌ ସେହି ଦିଗରେ ଦେଶକୁ ସ୍ବାବଲମ୍ବନଶୀଳ କରିଥିବାରୁ ସେ କୋଟି କୋଟି ଦେଶବାସୀଙ୍କର ପ୍ରିୟ ଥିଲେ। ଓଡ଼ିଶା ପାଇଁ ଗୌରବର କଥା ଯେ, ୧୯୫୪ରେ ସ୍ବାମୀନାଥନ୍‌ ଭାରତକୁ ଫେରିବା ପରେ, ତାଙ୍କ ଯୋଗ୍ୟତାର ଜଣେ ବିଶିଷ୍ଟ କୃଷି ବିଜ୍ଞାନୀଙ୍କୁ ଯେତେବେଳେ କିଭଳି ଉପଯୋଗ କରାଯିବ ସେ ନେଇ ନିର୍ଦ୍ଦିଷ୍ଟ କିଛି ସ୍ଥିର ହୋଇନଥିଲା, ସେତେବେଳେ ‌ସେ କଟକସ୍ଥିତ ସିଆର୍‌ଆର୍‌ଆଇରେ ସାମୟିକ ଭାବେ ଆସି କାର୍ଯ୍ୟ କରିଥିଲେ। ଏହି ଠାରେ ଦେଢ଼ବର୍ଷ କାର୍ଯ୍ୟ କଲାପରେ ସେ ଦିଲ୍ଲୀ ଯାଇ ଭାରତୀୟ କୃଷି ଗବେଷଣା ସଂସ୍ଥାନ (ଆଇଏଆର୍‌ଆଇ)ରେ ଯୋଗ ଦେଇଥିଲେ ଏବଂ ସେଇଠି ସେ ପ୍ରାୟ ଅଠର ବର୍ଷ କାଳ ଗବେଷଣା, ତାଲିମ ଏବଂ ଯୋଜନା ପ୍ରଣୟନ କାର୍ଯ୍ୟ‌େର ନିଜର ଅବଦାନ ଦେଇଥିଲେ। ଏମ୍‌.ଏସ୍‌. ସ୍ବାମୀନାଥନ୍‌ଙ୍କୁ ବହୁ ଦେଶ ଓ ବିଦେଶ‌େର ସମ୍ମାନ ମିଳିଥିଲା, ତାହା ଭିତରେ ଏକ ଉଲ୍ଲେଖନୀୟ ସମ୍ମାନ ହେଉଛି ‘ଜେନେରାଲ ଫୁଡ ୱାର୍ଲଡ ପ୍ରାଇଜ’ ଯାହାର ସେ ଥିଲେ ପ୍ରଥମ ପ୍ରାପକ। ଏହାକୁ କୃଷି ଗବେଷଣା କ୍ଷେତ୍ରରେ ନୋବେଲ ପୁରସ୍କାରର ମାନ୍ୟତା ଦିଆଯାଇଥାଏ। ୧୯୯୯ରେ, ଆମେରିକାର ‘ଟାଇମ’ ସ୍ବାମୀନାଥନ୍‌ଙ୍କୁ ପୃଥିବୀର ୨୦ ଜଣ ବିଖ୍ୟାତ ବ୍ୟକ୍ତିଙ୍କ ଭିତରେ ଅନ୍ତର୍ଭୁକ୍ତ କରିଥିଲା ଯହିଁରେ ତାଙ୍କ ଭିନ୍ନ ଆଉ ଦୁଇ ଜଣ ମାତ୍ର ଭାରତୀୟ ଥିଲେ- ମହାତ୍ମା ଗାନ୍ଧୀ ଓ ରବୀନ୍ଦ୍ର ନାଥ ଟାଗୋର। ଏଗାର ବର୍ଷ ବୟସରେ ପିତାଙ୍କୁ ହରେଇଥିବା ଜଣେ ଭାରତୀୟ କିଶୋର ନିଜର ଦୃଢ଼ ମନୋବଳ, ଏବଂ ଅଧ୍ୟବସାୟ ବଳ‌େର କିଭଳି ଗାନ୍ଧୀ ଓ ଦଲାଇ ଲାମାଙ୍କ ଭଳି ବିଖ୍ୟାତ ‌ହୋଇପାରିଲେ ତାହା ବାସ୍ତବିକ ଅନୁଧ୍ୟାନର ବିଷୟ। ସେ ଉପଲବ୍‌ଧି କରିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ବିଫଳତା ଏବଂ ଉନ୍ନତ ବିହନର ଅଭାବ ସାଙ୍ଗକୁ ଠିକଣା ଜ୍ଞାନର ଅଭାବ ଭାରତୀୟ କୃଷିର ବଡ଼ ପ୍ରତିବନ୍ଧକ। ସେଥିପାଇଁ ସେ ଏହିସବୁ ପ୍ରତିବନ୍ଧକ ଦୂର କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ଏଭଳି ଜଣେ ସମର୍ଥ ସନ୍ତାନଙ୍କ ପାଇଁ ଭାରତମାତା ସଦାବେଳେ ଗର୍ବ ଅନୁଭବ କରୁଥିବ ଏବଂ ଭାରତୀୟମାନେ ସର୍ବଦା ତାଙ୍କୁ ସ୍ମରଣରେ ରଖିଥିବେ, ଏଥିରେ ଦ୍ବିରୁକ୍ତିର ଅବକାଶ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe