ଝରକା ‘ମାସ୍କ’ ଅମଙ୍ଗ ଲୋକ

Advertisment
ଟ୍ରମ୍ପ କରୋନା ସଂକ୍ରମିତ ହେବା ପରେ ସାରା ବିଶ୍ୱର ଷ୍ଟକ ବଜାରରେ ହଇଚଇ

The Intercept

କରୋନା ସଂକ୍ରମଣ କାଳରେ ଯଦି କୌଣସି ଗୋଟିଏ ଚିଜ ସବୁଠାରୁ ଅଧିକ ସଂଶୟ ଓ ରାଜନୀତିର ଶିକାର ହୋଇଥାଏ, ତେବେ ତାହା ହେଉଛି ‘ମାସ୍କ୍‌’। କାରଣ ଏହି ସଂକ୍ରମଣର ପ୍ରାରମ୍ଭିକ କାଳରେ ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ପକ୍ଷରୁ କୁହାଗଲା ଯେ ‘ମାସ୍କ୍’ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ। ଲୋକେ ତାହା ବିଶ୍ବାସ କରିଗଲା ବେଳକୁ ପୁଣି ସେହି ବିଶ୍ବସ୍ତରୀୟ ଅନୁଷ୍ଠାନ କହିଲା- ନା, ‘ମାସ୍କ୍‌’ ପିନ୍ଧିବା ଅତ୍ୟନ୍ତ ଜରୁରୀ। ସୁତରାଂ, ପୁଣି ‘ମାସ୍କ୍‌’ ପିନ୍ଧିବାକୁ ବିଭିନ୍ନ ଦେଶରେ ବାଧ୍ୟତାମୂଳକ କରାଗଲା।

କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡେନାଲ୍‌ଡ ଟ୍ରମ୍ପ୍‌ ‘ମାସ୍କ୍‌’ ପିନ୍ଧିବାକୁ ପ୍ରତ୍ୟାଖ୍ୟାନ କଲେ। ତାଙ୍କ ମତ ଥିଲା ଯେ କରୋନା ଭୂତାଣୁ ଏତେ ଶକ୍ତିଶାଳୀ ନୁହେଁ ଯେ କିଛି ଗୋଟାଏ ବଡ଼ କ୍ଷତି କରି ପକାଇବ। ତାଙ୍କ ଧୃଷ୍ଟତା, ଅବିମୃଶ୍ୟକାରିତା, ଅହମିକା ଓ ଭ୍ରାନ୍ତି ଯୋଗୁ ଆମେରିକା ଯେ କିଭଳି କଳବଲ ହେଉଛି ତାହା ସମସ୍ତଙ୍କୁ ଜଣା। ଏଣେ ଟ୍ରମ୍ପ୍‌ ‘ମାସ୍କ୍‌ ନ ପିନ୍ଧିବାରୁ ତାଙ୍କ ଦଳର ଲୋକେ ତଥା ତାଙ୍କ ସମର୍ଥକମାନେ ମଧ୍ୟ ‘ମାସ୍କ୍‌ ପିନ୍ଧିଲେ ନାହିଁ ଏବଂ କହିଲେ ଯେ ‘ମାସ୍କ୍’ ପିନ୍ଧିବା ଅର୍ଥ ମନୁଷ୍ୟର ବ୍ୟକ୍ତିଗତ ସ୍ବାଧୀନତାକୁ ହନନ କରିବା।

ଏହା ଏକ ଉଦ୍‌ବେଗଜନକ ବିଷୟ ଥିଲା। ତେବେ ସେ ଯାହାହେଉ ଏବେ ଟ୍ରମ୍ପ୍‌ଙ୍କ ସୁବୁଦ୍ଧି ଉଦୟ ହୋଇଛି। ସେ ନିଜେ ‘ମାସ୍କ୍’ ପିନ୍ଧିବା ସହିତ ସେହି ଫଟୋକୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରି ସମର୍ଥକମାନଙ୍କୁ ଅନୁରୋଧ କରି କହିଛନ୍ତି, ‘ମା‌ସ୍କ୍‌ ପିନ୍ଧ। କାରଣ ବର୍ତ୍ତମାନ ସମୟରେ ତାହା ହିଁ ଦେଶପ୍ରେମର ପ୍ରତୀକ।’ ଭାରତରେ ମାସ୍କ୍‌ ପିନ୍ଧିବା ଲାଗି ଅମଙ୍ଗମାନଙ୍କ ସଂଖ୍ୟା କେତେ ଅଧିକ ତାହା କେବଳ ଗୋଟିଏ ଉଦାହରଣରୁ ଜଣାପଡ଼ିବ। ଗଲା ସାଢ଼େ ତିନି ମାସ ଭିତରେ କେବଳ ଦିଲ୍ଲୀ ପୁଲିସ ମାସ୍କ୍‌ ନ ପିନ୍ଧି ରାସ୍ତାକୁ ଓହ୍ଲାଇଥିବା ଲୋକଙ୍କ ଠାରୁ ୨.୪ କୋଟି ଟଙ୍କା ଜରିମାନା ଭାବେ ଆଦାୟ କରିଛି। ପୁଲିସ ପକ୍ଷରୁ ୧, ୩୫୦୮୩ଟି ‘ମାସ୍କ୍’ ଏହି ଅମାନିଆମାନଙ୍କୁ ବଣ୍ଟା ଯାଇଛି।

ଏଣେ ଜାପାନ ବା ଦକ୍ଷିଣ କୋରିଆର ଲୋକେ ନିୟମ କଲା ଭଳି ‘ମାସ୍କ୍‌’ ପିନ୍ଧି ନିଜ ଦେଶରେ ସଂକ୍ରମଣର ଗତିରୋଧ କରିପାରିଥିବା ଦେଖାଯାଇଛି। ଏବେ ସମୟ ଆସିଛି ନିରୀହ ମାସ୍କ୍‌ର ରାଜନୀତୀକରଣ ନ କରି ବା ଏହାକୁ ସ୍ବାଧୀନତାର ପରିପନ୍ଥୀ ବୋଲି ବିଚାର ନ କରି ପିନ୍ଧାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe