ଦର୍ପଣ: ଗାଜା ଆକ୍ରମଣ

Advertisment
ଦର୍ପଣ: ଗାଜା ଆକ୍ରମଣ

ଆମେରିକୀୟ ଥିଙ୍କ୍‌ ଟ୍ୟାଙ୍କ୍‌ ପିଉ ରିସର୍ଚ ସେଣ୍ଟର୍‌ ପ୍ରକାଶ କରିଥିବା ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି ଯେ ତିନି-ଚତୁର୍ଥାଂଶ ଇଜ୍ରାଏଲୀ ନାଗରିକ ବିଶ୍ବାସ କରନ୍ତି ଯେ ହାମାସ୍‌ ସଂଗଠନକୁ ନିପାତ କରିବା ଲାଗି ଗାଜା ଉପରେ ଇସ୍ରାଏଲ୍‌ ସେନାର ଆକ୍ରମଣ ଯଥାର୍ଥ ଏବଂ ତାହା ସୀମା ଲଙ୍ଘିନାହିଁ।
ଗତ ମାର୍ଚ୍ଚ ୩ରୁ ଏପ୍ରିଲ୍‌ ୪ ମଧ୍ୟରେ ୧,୦୦୧ ଇସ୍ରାଏଲୀ ନାଗରିକଙ୍କ ମତକୁ ବିଶ୍ଳେଷଣ କରିବା ପରେ ସର୍ଭେର ନିଷ୍କର୍ଷ ପ୍ରକାଶ ପାଇଛି। ସର୍ବେକ୍ଷଣରେ ଭାଗ ନେଇଥିବା ୩୯% ଲୋକ ବିଶ୍ବାସ କରନ୍ତି ଯେ ଇସ୍ରାଏଲୀ ସେନାର ପ୍ରତିଆକ୍ରମଣ ସଂପୂର୍ଣ୍ଣ ଯଥାର୍ଥ, ୩୪% ଲୋକ ବିଶ୍ବାସ କରନ୍ତି ଯେ ସେନାର ଆକ୍ରମଣ ସୀମା ଲଙ୍ଘିନାହିଁ ଏବଂ ୧୯% ଲୋକଙ୍କ ମତରେ ସେନା ସୀମା ଲଙ୍ଘିଯାଇଛି।
ଇତିମଧ୍ୟରେ ପାଲେଷ୍ଟିନୀୟ ଓ ଇସ୍ରାଏଲୀଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପ୍ରତି ଇସ୍ରାଏଲୀମାନଙ୍କର ସମର୍ଥନ ମଧ୍ୟ ଏକ ଦଶନ୍ଧି ତଳର ୫୦%ରୁ ଆଜି ୨୬%କୁ ଖସିଆସିଛି। ସେହିପରି ଇସ୍ରାଏଲ୍‌-ହାମାସ୍‌ ଯୁଦ୍ଧରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆଭିମୁଖ୍ୟକୁ ଇସ୍ରାଏଲ୍‌ର ୬୦% ନାଗରିକ ନାପସନ୍ଦ କରନ୍ତି। ତେବେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜମିନ୍ ନେତନ୍ୟାହୁଙ୍କୁ ନେଇ ପ୍ରତି ଦଶରୁ ଛଅ ଜଣ ନାଗରିକଙ୍କ ମନରେ ନକାରାତ୍ମକ ଭାବନା ରହିଛି। ଇସ୍ରାଏଲ୍‌ର ପ୍ରତି ଦଶ ଜଣରୁ ଚାରି ଜଣ ବିଶ୍ବାସ କରନ୍ତି ଯେ ଯୁଦ୍ଧ ଶେଷ ହେବା ପରେ ଗାଜା ପଟିରେ ଇସ୍ରାଏଲ୍‌ ଶାସନ ପ୍ରଚଳିତ ହେବା ଉଚିତ। ମାତ୍ର ୧୮% ଇସ୍ରାଏଲୀଙ୍କ ମତ ଯେ ଗାଜାର ଶାସନ କ୍ଷମତା ‘ପାଲେଷ୍ଟିନିଆନ୍ ଅଥୋରିଟି’ ପାଖରେ ରହିବା ଉଚିତ ଏବଂ ୧୪%ଙ୍କ ମତ ହେଲା ଗାଜାର ଅଧିବାସୀ ସେ ନିଷ୍ପତ୍ତି ନେବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ ଯେ ଏହି ସର୍ବେକ୍ଷଣରେ ୱେଷ୍ଟ ବ୍ୟାଙ୍କ, ପୂର୍ବ ଜେରୁସେଲମ୍‌ ଓ ଗାଜା ପଟିର ନାଗରିକଙ୍କ ମତାମତ ଗ୍ରହଣ କରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe