ଆଶାର ଗବାକ୍ଷ: ଦାମ୍ପତ୍ୟ ବୁଝାମଣା

Advertisment

ଝିଅ ବିଦା ସମୟରେ, ଝିଅକୁ ତା’ ମା’ ବ୍ୟାଙ୍କ ପାସବୁକ୍‌ଟା ଦେଇ କହିଲେ, “ଏହା ତୋ ବିବାହ ହିସାବଖାତା। ଜୀବନରେ ଯେତେବେଳେ ବି କିଛି ଭଲ ଘଟଣା ଘଟିବ, ତା’ର ବିବରଣୀ ସହ ଏଥିରେ କିଛିକିଛି ଟଙ୍କା ଜମା କରିବୁ।

ଝିଅ ବିଦା ସମୟରେ, ଝିଅକୁ ତା’ ମା’ ବ୍ୟାଙ୍କ ପାସବୁକ୍‌ଟା ଦେଇ କହିଲେ, “ଏହା ତୋ ବିବାହ ହିସାବଖାତା। ଜୀବନରେ ଯେତେବେଳେ ବି କିଛି ଭଲ ଘଟଣା ଘଟିବ, ତା’ର ବିବରଣୀ ସହ ଏଥିରେ କିଛିକିଛି ଟଙ୍କା ଜମା କରିବୁ।

ffgbccbbcv

ଗୌରଚନ୍ଦ୍ର ତ୍ରିପାଠୀ

ଝିଅ ବିଦା ସମୟରେ, ଝିଅକୁ ତା’ ମା’ ବ୍ୟାଙ୍କ ପାସବୁକ୍‌ଟା ଦେଇ କହିଲେ, “ଏହା ତୋ ବିବାହ ହିସାବଖାତା। ଜୀବନରେ ଯେତେବେଳେ ବି କିଛି ଭଲ ଘଟଣା ଘଟିବ, ତା’ର ବିବରଣୀ ସହ ଏଥିରେ କିଛିକିଛି ଟଙ୍କା ଜମା କରିବୁ।’’ ଦମ୍ପତିଙ୍କ ବୈବାହିକ ଜୀବନର ଆରମ୍ଭ ବହୁତ ଭଲ ଥିଲା। ସମୟକ୍ରମେ, ସେମାନଙ୍କର ଦୁଇଟି ସନ୍ତାନ ଜନ୍ମ ହେଲେ, ଅନେକ ସମ୍ପତ୍ତିର ମାଲିକ ହେଲେ। କିନ୍ତୁ କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେମାନେ ପରସ୍ପର ସହିତ କମ୍ ସମୟ ବିତାଇଲେ; ସମ୍ପର୍କ ଦୁର୍ବଳ ହେବାକୁ ଲାଗିଲା ଏବଂ ଶେଷରେ ପରସ୍ପରଠାରୁ ଅଲଗା ହେବାର ନିଷ୍ପତ୍ତି ନେଲେ। ଏ ବିଷୟ ଝିଅ ଯେତେବେଳେ ତା’ ମାଆଙ୍କୁ ଜଣାଇଲା, ସେ କହିଲେ ଠିକ୍‌ ଅଛି, କିନ୍ତୁ ବିବାହ ବିଚ୍ଛେଦ କାଗଜପତ୍ରରେ ସ୍ୱାକ୍ଷର କରିବା ପୂର୍ବରୁ ବ୍ୟାଙ୍କକୁ ଯାଇ ବିବାହ ଆକାଉଣ୍ଟଟି ବନ୍ଦ କରିଦେବୁ। ଏତେ ଖରାପ ବିବାହ ଅନୁଭୂତିର ସ୍ମୃତିସବୁ ଲିଭେଇ ଦେବା ଭଲ। ଆକାଉଣ୍ଟଟି ବନ୍ଦ କରିବା ପାଇଁ ଯିବା ପୂର୍ବରୁ କୌତୂହଳବଶତଃ ଝିଅ ପାସବୁକ୍ ଯେତେବେଳେ ଖୋଲିଲା, ତା’ ପ୍ରଥମ ଗର୍ଭଧାରଣ, ପ୍ରଥମ ଘର, ପ୍ରଥମ କାର, କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି, ଦ୍ୱିତୀୟ ଗର୍ଭଧାରଣ, ଯେତେସବୁ ବିବାହବାର୍ଷିକୀ, ଜନ୍ମଦିନ, ପର୍ବପର୍ବାଣି, ବିଭିନ୍ନ ଉତ୍ସବ ପାଳନର ଦୃଶ୍ୟ ତା’ ଆଖି ଆଗରେ ନାଚି ଉଠିଲା। ପରବର୍ତ୍ତୀ ସମୟରେ ଆକାଉଣ୍ଟ ବନ୍ଦ କରିବାକୁ ତା’ ସ୍ୱାମୀ ଯେତେବେଳେ ବ୍ୟାଙ୍କକୁ ଗଲେ ତାଙ୍କର ମଧ୍ୟ ଠିକ୍‌ ସେହି ଅବସ୍ଥା ହେଲା। ଦୁହେଁ ବୁଝି ପାରିଲେ ଯେ ସେମାନଙ୍କ ବିବାହ କେବଳ ଝଗଡ଼ା ଓ ଯୁକ୍ତିତର୍କରେ ସୀମିତ ନଥିଲା, ବହୁତ କିଛି ମଧୁର ମୁହୂର୍ତ୍ତର ସମାହାର ବି ଥିଲା।
ଭାରତୀୟ ସଂସ୍କୃତିରେ, ବିବାହ ଜନ୍ମ ଜନ୍ମାନ୍ତରର ଏକ ବନ୍ଧନ; ଏକ ପରିବାରର ଗଠନ ପାଇଁ ଦୁଇଟି ଆତ୍ମାର ମହାମିଳନ। ଏହା ଏକ ‘ପ୍ୟାକେଜ୍ ଡିଲ୍’। ଜଣେ ସାଥୀକୁ ଅନ୍ୟ ସାଥୀର ଶାରୀରିକ, ମାନସିକ, ଭାବଗତ ଓ ଆଧ୍ୟାତ୍ମିକ ଗୁଣସବୁ ଗ୍ରହଣ କରିବାକୁ ପଡ଼ିଥାଏ। କିନ୍ତୁ, ବର୍ତ୍ତମାନ ଆମେ ଏମିତି ଏକ ସମୟ ଦେଇ ଗତି କରୁଛେ ଯେଉଁଠି ପରିବାର ତାସଘର ପରି ଭାଙ୍ଗିପଡୁଛି, ବାଇ ଚଢ଼େଇର ବସାପରି, ସାମାନ୍ୟ ପବନରେ ଦୋହଲିଯାଉଛି। ଦ୍ରୁତ ଗତିଶୀଳ ଆଧୁନିକ ଜୀବନ ଯୋଗୁଁ ମାନସିକ ଚାପ ବୃଦ୍ଧି ପାଉଛି ଏବଂ ଏହା ଆମ ଦାମ୍ପତ୍ୟ ସମ୍ପର୍କ ଉପରେ ଭାରୀ ପ୍ରଭାବ ପକାଇବା ଫଳରେ ପାରିବାରିକ କଳହ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ବର୍ଗ ଓ ଶ୍ରେଣୀର ଦମ୍ପତିଙ୍କ ମଧ୍ୟରେ ସେମାନଙ୍କ ସାଥୀଙ୍କ ମତାମତ, ଆଚରଣ, ମନୋଭାବ ଓ ବିଶ୍ୱାସକୁ ନେଇ ନିରନ୍ତର ଯୁକ୍ତିତର୍କ ହେଉଛି। ଆମ ଦେଶରେ, ଗତ କିଛି ବର୍ଷ ମଧ୍ୟରେ ଛାଡ଼ପତ୍ର ହାର ବୃଦ୍ଧି ପାଇଛି। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ମହାନଗରରେ ଛାଡ଼ପତ୍ର ହାର ୩୦%ରୁ ଅଧିକ।
ସମ୍ପର୍କକୁ ବଞ୍ଚାଇବା ପାଇଁ ପତିପତ୍ନୀଙ୍କ ମଧ୍ୟରୁ ଯଦି ଜଣେ ବଗିଚାର ଫୁଲ ହୁଅନ୍ତି, ତେବେ ଅନ୍ୟ ଜଣଙ୍କୁ ଏହାର ସୁରକ୍ଷା ଓ ଯତ୍ନ ପାଇଁ ମାଳି ହେବାକୁ ପଡ଼େ। ମହାତ୍ମା ଗାନ୍ଧୀଙ୍କ ବିଶ୍ୱାସ ଥିଲା ଦାମ୍ପତ୍ୟ ସମ୍ପର୍କ ନିଃସ୍ୱାର୍ଥପର, ପବିତ୍ର ହେବା ସହ ପାରସ୍ପରିକ ସମ୍ମାନ ଓ ସମାନତା ଉପରେ ଆଧାରିତ ହେବା ଉଚିତ। ବେଦରେ ବି ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ସମାନତାକୁ ପ୍ରାଧାନ୍ୟତା ଦିଆଯାଇଛି। ଭାରତୀୟ ସଂସ୍କୃତିରେ ସ୍ତ୍ରୀ ଚତୁର୍ଦ୍ଧାମୂର୍ତ୍ତିର ଭୂମିକା ଗ୍ରହଣ କରନ୍ତି: ସେ ହେଉଛନ୍ତି ଅର୍ଦ୍ଧାଙ୍ଗିନୀ, ସହଧର୍ମିଣୀ, ସହକର୍ମିଣୀ ଓ ସହଯୋଗିନୀ। ମନସ୍ତତ୍ତ୍ୱବିତ୍ ରବର୍ଟ ଷ୍ଟର୍ନବର୍ଗଙ୍କ ଦ୍ୱାରା ବିକଶିତ ପ୍ରେମର ତ୍ରିକୋଣୀୟ ତତ୍ତ୍ୱ ଅନୁସାରେ, ପ୍ରେମର ତିନିଟି ଉପାଦାନ ହେଉଛି ଘନିଷ୍ଠତା, ଆଗ୍ରହ ଓ ପ୍ରତିବଦ୍ଧତା। ମହାଭାରତ ଶିକ୍ଷା ଦିଏ, ବିବାହ ପରସ୍ପର ପ୍ରତି ଆନ୍ତରିକତା, ସମ୍ପର୍କର ନିବିଡ଼ତା, ଘନିଷ୍ଠତା, ଉତ୍ତମ ବୁଝାମଣା, ପାରିବାରିକ ମୂଲ୍ୟବୋଧ ଓ ଭାବପ୍ରବଣତାର ବନ୍ଧନର ମୂଳଦୁଆ ଉପରେ ଆଧାରିତ। ରାମାୟଣରେ ସୀତା କୌଶଲ୍ୟାଙ୍କୁ କହୁଛନ୍ତି, ବାପାମା’ ଝିଅକୁ ଯେତେ ଭଲ ପାଇଲେ ବି ତା’ପାଇଁ ସବୁଠାରୁ ବଡ଼ ଆନନ୍ଦ ମିଳେ ପତି ପ୍ରେମରୁ। ଜଣେ ଧୈର୍ଯ୍ୟବାନ ଶ୍ରୋତା ହେବା, ବର୍ତ୍ତମାନର ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ଉପସ୍ଥିତ ରହିବା, ଏକ ଦୃଢ଼ ଦଳଗତ ମାନସିକତା ଗଠନ କରିବା, ପ୍ରଶଂସା ପାଇବା ପାଇଁ ପ୍ରଶଂସା କରିବା ଏବଂ ନିଜ ଭୁଲ୍‌କୁ ସ୍ୱୀକାର କରିବା ଅପରିହାର୍ଯ୍ୟ। ଏହା ସମ୍ପର୍କର ଦୃଢ଼ ବନ୍ଧନ ସୃଷ୍ଟି କରେ। ସାଥୀଙ୍କ କୌଣସି ଖରାପ ଅଭ୍ୟାସ ନେଇ ଅଭିଯୋଗ କରିବା, ଚିତ୍କାର କରିବା, ଅପମାନିତ କରିବା, ଅନ୍ୟମାନଙ୍କ ସହିତ ତୁଳନା କରିବା ଏବଂ ଏକପାଖିଆ ନିଷ୍ପତ୍ତି ନେବା ଅନୁଚିତ। ଖ୍ରୀଷ୍ଟଧର୍ମରେ କୁହାଯାଇଛି, ପରସ୍ପର ପ୍ରତି ଦୟାଳୁ ହୁଅନ୍ତୁ, ପରସ୍ପରକୁ କ୍ଷମା କରନ୍ତୁ। ଦମ୍ପତିମାନେ ‘ମୁଁ’ ପରିବର୍ତ୍ତେ ‘ଆମେ’ ଭାବରେ ଚିନ୍ତା କରିବା ସୁସ୍ଥ ସମ୍ପର୍କ ସୃଷ୍ଟି କରେ। ସମ୍ପର୍କ ବିଶେଷଜ୍ଞ ଜନ୍ ଗଟମ୍ୟାନ୍ କୁହନ୍ତି, “ସୁଖୀ ବିବାହ ଗଭୀର ବନ୍ଧୁତା ଉପରେ ଆଧାରିତ।” ପାଣ୍ଡବ ରାଜକୁମାର ଯୁଧିଷ୍ଠିର ପ୍ରାୟ ଚାରି ହଜାର ବର୍ଷ ପୂର୍ବେ ବନ୍ଧୁତାର ଏହି “ରହସ୍ୟ” ପ୍ରକଟ କରିଥିଲେ।
ବିବାହ ଏକ ସହଭାଗିତା। ଏହା ଏକ ଚ୍ୟାଲେଞ୍ଜ, ଏକ ଆକର୍ଷଣୀୟ ଦୁଃସାହସିକ ପଦକ୍ଷେପ। ମନେ ରଖନ୍ତୁ, ଅଗ୍ନିଙ୍କୁ ସାକ୍ଷୀ ରଖି ବିବାହ ମଣ୍ଡପରେ ନେଇଥିବା ସେଇ ଶପଥ, “ଆଜନ୍ମ ଆମେ ଜୀବନର ପ୍ରତିଟି ଆହ୍ୱାନକୁ ଶକ୍ତି ଓ ସାହସର ସହିତ ସାମ୍ନା କରିବୁ; ଉତ୍ତମ ଓ ବିଶ୍ୱସ୍ତ ବନ୍ଧୁ ହୋଇ ରହିବୁ ଏବଂ ପ୍ରତ୍ୟେକ ପ୍ରୟାସରେ ପରସ୍ପରକୁ ସମର୍ଥନ କରିବୁ ବୋଲି ପ୍ରତିଜ୍ଞା କରୁଛୁ।’’ 
“ତୁମେ ଓ ମୁଁ, ବର୍ତ୍ତମାନ ଓ ସବୁଦିନ ପାଇଁ ଅତୁଟ ରହିବା”- ଏହି ସଂକଳ୍ପ ଜୀବନର ମହାମନ୍ତ୍ର ହେଲେ ହିଁ ପରିଣତ ବୟସରେ ପରସ୍ପର ଆଖିରେ ଆଖି ମିଶାଇ ଆପଣ କହିପାରିବେ, “ହଁ, ଆମେ ସବୁ ପ୍ରତିକୂଳ ପରିସ୍ଥିତିକୁ ଏକାଠି ପରାସ୍ତ କରିପାରିଛୁ।’’  
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୪୨୫୨୭

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe