ଶତ୍ରୁ ଜିଣିବାର ସୂତ୍ର

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଜଣେ ରାଜା ତାଙ୍କ ଗୁରୁଙ୍କୁ କହିଲେ- ଆଜ୍ଞା, କିଛି ବର୍ଷ ହେଲାଣି ମୋତେ ଗୋଟିଏ ମାରାତ୍ମକ ଭୟ ଗ୍ରାସ କରି ରଖିଛି। ତାହା ହେଉଛି ଶତ୍ରୁ ଆକ୍ରମଣର ଭୟ। ସେହି କାରଣରୁ ମୁଁ ନିଜକୁ ଅଧିକରୁ ଅଧିକ ନିବୁଜ କରି ଦେଉଛି। କିନ୍ତୁ ତହିଁରୁ ଶାନ୍ତି ପାଉ ନାହିଁ। ଏବେ କୁହନ୍ତୁ ମୁଁ କେମିତି ଏଭଳି ଭାବନାରୁ ମୁକ୍ତି ପାଇବି?
ଗୁରୁ କହିଲେ- ପ୍ରଥମ କଥା ହେଲା ଭୟକୁ ଜିଣ। ଦ୍ବିତୀୟ କଥା ହେଲା ଶତ୍ରୁକୁ ଜିଣ। ତାହା ହେଲେ ଏତେ ବଡ଼ ବ୍ୟବସ୍ଥା କରିବାକୁ ହେବ ନାହିଁ।
ରାଜା କହିିଲେ- ଏ ଦୁଇଟି କରିବାର ବାଟ ବତାନ୍ତୁ।
ଗୁରୁ କହିଲେ- ଦୁଇଟି ଯାକ ଲାଗି ଗୋଟିଏ ବାଟ। ନିଜକୁ ନିବୁଜ କରି ରଖନାହିଁ। ସଦାବେଳେ ହସହସ ମୁହଁରେ ଦୁଇ ହାତ ପ୍ରସାର କରି ସମସ୍ତଙ୍କୁ ଆପଣାଇ ନେବା ଲାଗି ଉଦ୍‌ଗ୍ରୀବ ହୋଇ ରହ। ସମସ୍ତଙ୍କୁ ସ୍ନେହର ବନ୍ଧନରେ ବାନ୍ଧି ପକାଅ। ଦେଖିବ ଶତ୍ରୁ ରହିବେ ନାହିଁ। ପୁରୁଣା ଶତ୍ରୁ ବି ମିତ୍ର ହୋଇଯିବେ। ଭୟ ବି ରହିବ ନାହିଁ।
ରାଜା କହିଲେ- ବୁଝିଲି ନିବୁଜ ହୋଇ ରହିବାରେ ନୁହେଁ, ପୂରା ଖୋଲି ହୋଇଯିବାରେ ଅଛି ଶତ୍ରୁର ଭୟକୁ ଜିଣିବାର ଅସଲ ସୂତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe