Advertisment

ମନ ଭିତରର ସ୍ବର

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁନାର ମୂଲ୍ୟ

i-love-png.com

ଥରେ ନାରଦ ଭଗବାନଙ୍କୁ ପଚାରିଲେ-ଆପଣଙ୍କୁ ପାଇବାର ପ୍ରକୃତ ବାଟଟି କେଉଁଟା?
ଭଗବାନ କହିଲେ- ମୋ ସହିତ ଏବେ ମର୍ତ୍ତ୍ୟକୁ ଚାଲ। ତୁମକୁ ଦେଖାଇ ଦେବି। ଏହା କହି ଭଗବାନ ଜଣେ ଅତି ଦରିଦ୍ର ରୋଗଗ୍ରସ୍ତ ମୁମୂର୍ଷୁ ବୃଦ୍ଧ ରୂପରେ ଗୋଟିଏ ଗଛ ମୂଳରେ ପଡ଼ି ରହିଲେ।
ସେଇ ବାଟ ଦେଇ ପ୍ରଥମେ ଗଲେ ଜଣେ ସାମନ୍ତ। ସେ ବୃଦ୍ଧଙ୍କୁ ଦେଖି କ୍ଷଣିଏ ଅଟକିଲେ ସିନା, ହେଲେ ଭାବିଲେ- ଏହାକୁ ସାହାଯ୍ୟ କରିବା ଯଦିଓ ମୋର କର୍ତ୍ତବ୍ୟ, କିନ୍ତୁ ଏହାର ଦାୟିତ୍ବ ନେଲେ ମୋ ରାଜ କାର୍ଯ୍ୟ ଅଟକି ଯିବ। କିଛି ସମୟ ପରେ ସେଇ ବାଟ ଦେଇ ଗଲେ ଜଣେ ମନ୍ଦିର ପୂଜକ। ସେ ବି କ୍ଷଣିଏ ଅଟକିଲେ। ତା’ ପରେ ସେ ନିଜକୁ କହିଲେ- ଆଜି ମୋ ବିଳମ୍ବ ହେତୁ ମନ୍ଦିରରେ ଦେବନୀତିରେ ବିଳମ୍ବ ହୋଇଗଲାଣି। ମୋ ଠାକୁର ତେଣେ ଉପାସ। ତେଣୁ ସେ ବି ଚାଲିଗଲେ।

ତୃତୀୟରେ ଗଲେ ଜଣେ ସୈନିକ। ଗୋଟିଏ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ନେଇ ସେ ରାଜ୍ୟର ସୀମାନ୍ତକୁ ଯାଉଥିଲେ। ତେଣୁ ସେ ଆଦୌ ଅଟକିଲେ ନାହିଁ।
ଚତୁର୍ଥରେ ଜଣେ ଚାଷୀ ସପତ୍ନୀକ ବିଲକୁ ଯାଉଥିବା ବେଳେ ଅଟକିଗଲେ ଏବ˚ ନିଜ ପତ୍ନୀଙ୍କୁ କହିଲେ- ୟେ ଶୁଶ୍ରୂଷା ନ ପାଇଲେ ମରିଯିବେ। ତେଣୁ ପ୍ରଥମେ ଏହାଙ୍କୁ ଦେଖିବା। ପତ୍ନୀ କହିଲେ- କିନ୍ତୁ ଆଜିକାଲି ପାଗଯୋଗ ଯେମିତି ହେଉଛି, ବିଲରେ ଆଜି କାମ ଅଟକିଗଲେ ଆମର କ୍ଷତି ହେବ। ଚାଷୀ କହିଲେ- କିନ୍ତୁ ମନ ଭିତରଟା ୟାଙ୍କୁ ଛାଡ଼ି ଯିବାକୁ କହୁନି।
ଭଗବାନ କହିଲେ- ଦେଖିଲ ତ ନାରଦ ମୁଁ କାହା ପାଖକୁ ଗଲି। ମୋତେ ଦେଖି ସମସ୍ତଙ୍କ ମନ ଭିତରୁ କିଛି ସ୍ବର ଉଠିଲା। କିନ୍ତୁ ଯିଏ ସେଇ ସ୍ବରକୁ ଶୁଣିଲା, ମୁଁ ତା’ରି ପାଖକୁ ଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe