ମୂଲ୍ୟବାନ ଦାନ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁନାର ମୂଲ୍ୟ

i-love-png.com

ରାସ୍ତାରେ ଜଣେ ଭିକ୍ଷୁକ ଭିକ୍ଷା ମାଗୁଥିଲେ। ଏହି ସମୟରେ ଜଣେ ଭଦ୍ରଲୋକ ଅଟକି ଯାଇ ନିଜ ପକେଟ୍‌ ଅଣ୍ଡାଳିଲେ। କିନ୍ତୁ ପକେଟ୍‌ରେ ଦେବା ଲାଗି କିଛି ନ ଥିଲା। ସେ ନିଜର ପର୍ସ‌୍ ଛାଡ଼ି ଆସିଥିଲେ।
ତାଙ୍କ ମୁହଁ ଟିକିଏ ଶୁଖିଗଲା। ସେ ଭିକ୍ଷୁକଙ୍କ ହାତ ଧରିପକାଇ କହିଲେ- ଭାଇ, କ୍ଷମା କର। ଆଜି ତୁମକୁ ଦେବା ଲାଗି ମୋ ପାଖରେ କିଛି ନାହିଁ। କାଲି ନିଶ୍ଚୟ ଦେବି।
ଭିକ୍ଷୁକ ଜଣକ ତାଙ୍କ ହାତକୁ ଛାଡ଼ିଲେ ନାହିଁ। ଭିକ୍ଷୁକଙ୍କ ଚକ୍ଷୁ ଯୁଗଳ ଲୋତକାର୍ଦ୍ର ହୋଇଗଲା। ସେ କହିଲେ- ମୋତେ ଅନେକ ଲୋକ ଅନେକ କିଛି ଦେଇଛନ୍ତି। କେହି କେହି ଶହେ ଟଙ୍କା ପର୍ଯ୍ୟନ୍ତ ଦେଇଛନ୍ତି। କିନ୍ତୁ କେହି କେବେ ହେଲେ ମୋ ହାତକୁ ଏମିତି ଭାବରେ ଧରିପକାଇ ନାହାନ୍ତି। କେହି ଦାତା ମୋତେ କେବେ ଭାଇ ବୋଲି ଡାକି ନାହାନ୍ତି। କେହି ମୋତେ ଦେଇ ପାରି ନ ଥିବା କାରଣରୁ କ୍ଷମା ମାଗି ନାହାନ୍ତି। ଆପଣ ହିଁ ଏଭଳି କରିଥିବା ପ୍ରଥମ ଲୋକ।
ତା’ ପରେ ଭିକ୍ଷୁକ ତାଙ୍କ ହାତକୁ ଆହୁରି ଜୋରରେ ଚାପି ଧରି କହିଲେ- ଆପଣ ମୋତେ କିଛି ଦେଇ ପାରି ନାହାନ୍ତି ବୋଲି କେବେ କହିବେ ନାହିଁ। ଆପଣ ମୋତେ ଯାହା ଦେଲେ, ତାହା କେହି କେବେ ହେଲେ ମୋତେ ଦେଇ ନାହାନ୍ତି। ଏହା ହିଁ ମୁଁ ମୋ ଜୀବନରେ ପାଇଥିବା ସବୁଠାରୁ ଅଧିକ ମୂଲ୍ୟବାନ ଦାନ। ଏଭଳି ସ୍ନେହ ଦାନ କରିବାକୁ ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ।
ଭଦ୍ରଲୋକ ମଧ୍ୟ ଆବେଗରେ ଆପ୍ଳୁତ ହୋଇ ଉଠିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe