ଜୀବନ ବଦଳି ଗଲା

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ବ୍ୟକ୍ତି ହଠାତ୍‌ ଦୃଷ୍ଟିଶକ୍ତିି ହରାଇଲେ। ବ୍ୟକ୍ତିଗତ ତଥା ସାମାଜିକ ଜୀବନରେ ଚଳଚଞ୍ଚଳ ଥିବା ଏହି ବ୍ୟକ୍ତିଙ୍କୁ ଅନେକ ଦିନ ପର୍ଯ୍ୟନ୍ତ କେହି ଦେଖିବାକୁ ପାଇଲେ ନାହିଁ। ସେ ବିଷଣ୍ଣତାରେ ବୁଡ଼ି ଘରୁ ବାହାରିଲେ ନାହିଁ। କିନ୍ତୁ ଦିନେ ସେ ବାହାରକୁ ବାହାରିଲେ। ହଠାତ୍‌ ଦୃଷ୍ଟିଶକ୍ତି ହରାଇବା ଜନିତ ଅସୁବିଧା ସବୁକୁ ଜିଣି ନିଜ ଜୀବନକୁ ଚଳାଇବା ଲାଗି ସେ ସମର୍ଥ ହୋଇପାରିଥିଲେ। ତା’ ସହିତ ସେ ଏକ ନୂଆ ଜୀବନ ଆରମ୍ଭ କରିବା ସକାଶେ ଛୋଟ ବ୍ୟବସାୟ ଆରମ୍ଭ କଲେ। କିଛି ଦିନ ଭିତରେ ଦେଖାଗଲା ଯେ ସେ ନିଜ କାରବାରରେ ବହୁତ ଉନ୍ନତି କରିଛନ୍ତି। ଥରେ ତାଙ୍କର ଜଣେ ପୁରୁଣା ବନ୍ଧୁ ତାଙ୍କୁ କହିଲେ- ଭାଇ, ମାନିଗଲି, ତୁମର ଆତ୍ମପ୍ରତ୍ୟୟକୁ। ତୁମେ ଆଜି ଅନ୍ୟମାନଙ୍କ ଲାଗି ଏକ ଦୃଷ୍ଟାନ୍ତ ପାଲଟି ଯାଇଛ।

ଦୃଷ୍ଟିହୀନ ବ୍ୟକ୍ତି ଜଣକ କହିଲେ- ମୁଁ ସତରେ କିଛି ହୋଇପାରି ନ ଥାଆନ୍ତି ଯଦି ଭାଗ୍ୟକୁ ଜଣେ ସୁପୁରୁଷଙ୍କ ଉପଦେଶ ଶୁଣିବାର ସୌଭାଗ୍ୟ ପାଇ ନ ଥାଆନ୍ତି। ଦୃଷ୍ଟିଶକ୍ତି ହରାଇବା ପରେ ମୁଁ ଗଭୀର ବିଷାଦଗ୍ରସ୍ତ ହୋଇ ପଡ଼ିଥିବା ବେଳେ ମୋର ଜଣେ ସ˚ପର୍କୀୟ ମୋତେ ନେଇଗଲେ ତାଙ୍କ ଗୁରୁଙ୍କ ପାଖକୁ। ଗୁରୁ ମୋତେ କହିଲେ-ପୃଥିବୀରେ କୋଟି କୋଟି ଲୋକଙ୍କ ଦୃଷ୍ଟିଶକ୍ତି ଅଛି। କିନ୍ତୁ ସେମାନେ କିଛି ଅଲଗା କରିପାରିଛନ୍ତି କି? ତେଣୁ ଦେଖିବାର କ୍ଷମତା ବିଶେଷ ଗୁରୁତ୍ବପୂର୍ଣ୍ଣ ନୁହେଁ, ଗୁରୁତ୍ବପୂର୍ଣ୍ଣ ହେଉଛି ସ୍ବପ୍ନ ଦେଖିବାର କ୍ଷମତା। ଭଗବାନ ତୁମର ଦେଖିବାର କ୍ଷମତା ନେଇଯାଇଛନ୍ତି ସିନା ତୁମର ସ୍ବପ୍ନ ଦେଖିବାର କ୍ଷମତା ଅପହରଣ କରିନାହାନ୍ତି। ତେଣୁ ତୁମେ ଆଉ କିଛି ନ ଦେଖି ପାରିଲ ନାହିଁ, ସ୍ବପ୍ନ ତ ଦେଖିପାରିବ! ସ୍ବପ୍ନକୁ ଚରିତାର୍ଥ କରିବା ଲାଗି କାମ ତ ଆରମ୍ଭ କରିପାରିବ!
ବାସ୍‌, ଏତିକିରେ ମୋ ଜୀବନ ବଦଳିଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe