କଥାଟିଏ-ଯାଯାବର: ସୁଖ ଲାଭର ଗୂଢ଼ କଥା

Advertisment

ଜଣେ ଅଭାବୀ ଲୋକ ଜୀବନରେ ସୁଖ ଟିକିଏ ପାଇବା ଲାଗି ତପସ୍ୟା କଲା। ଦିନେ ଭଗବାନ ଉଭା ହୋଇ କହିଲେ କି ବର ମାଗୁଛୁ ମାଗ। ଲୋକଟି ଖୁସି ହୋଇଯାଇ କହିଲା- ପ୍ରଭୁ ମୋତେ ବର ଦିଅନ୍ତୁ କି ମୁଁ ଯାହା ମାଗିବି ତାହା ପାଇବି। 

ଜଣେ ଅଭାବୀ ଲୋକ ଜୀବନରେ ସୁଖ ଟିକିଏ ପାଇବା ଲାଗି ତପସ୍ୟା କଲା। ଦିନେ ଭଗବାନ ଉଭା ହୋଇ କହିଲେ କି ବର ମାଗୁଛୁ ମାଗ। ଲୋକଟି ଖୁସି ହୋଇଯାଇ କହିଲା- ପ୍ରଭୁ ମୋତେ ବର ଦିଅନ୍ତୁ କି ମୁଁ ଯାହା ମାଗିବି ତାହା ପାଇବି। 

foot1

ଜଣେ ଅଭାବୀ ଲୋକ ଜୀବନରେ ସୁଖ ଟିକିଏ ପାଇବା ଲାଗି ତପସ୍ୟା କଲା। ଦିନେ ଭଗବାନ ଉଭା ହୋଇ କହିଲେ କି ବର ମାଗୁଛୁ ମାଗ। ଲୋକଟି ଖୁସି ହୋଇଯାଇ କହିଲା- ପ୍ରଭୁ ମୋତେ ବର ଦିଅନ୍ତୁ କି ମୁଁ ଯାହା ମାଗିବି ତାହା ପାଇବି। 
ଭଗବାନ କହିଲେ- ତୋତେ ଏହି ବରଟି ଦେବି ନିଶ୍ଚିତ, କିନ୍ତୁ ଗୋଟିଏ ସର୍ତ୍ତରେ। ସର୍ତ୍ତଟି ହେଲା, ତୁ ଯାହା ପାଇବୁ, ତୋ ଗାଁର ଅନ୍ୟମାନଙ୍କୁ ବି ତାହା ଆପଣା ଛାଏଁ ମିଳିବ। ଭାବିଚିନ୍ତି କହ, ଚଳିବ ତ? 
ଲୋକଟି କହିଲା- ଚଳିବ ପ୍ରଭୁ। ଯାହା ମାଗିବି ଯଦି ତାହା ପାଇବି, ତେବେ ଆଉ ଭାବିବା ଚିନ୍ତିିବାର ଆବଶ୍ୟକତା କ’ଣ?
ଈଶ୍ବର ତଥାସ୍ତୁ କହି ଚାଲିଗଲେ। 
ଏବେ ଲୋକଟି ଯାହା ମାଗିଲା ତାହା ତାକୁ ମିଳିଲା। ସେ ଖୁସି ହୋଇଗଲା। ଏଣେ ଗାଁ ବାଲାଙ୍କ ଖୁସି ଓ ବିସ୍ମୟ କଥା କହିଲେ ନସରେ। ସେମାନେ କିଛି ନ ଚାହିଁ ସବୁ କିଛି ପାଇଗଲେ।
କିଛି ଦିନ ପରେ ଲୋକଟି ଅତ୍ୟନ୍ତ ଧନୀ ହୋଇଗଲା। କିନ୍ତୁ ସେ ସୁଖୀ ହୋଇପାରିଲା ନାହିଁ। କାରଣ ସେ ଦେଖିଲା ଯେ ଗାଁର ସମସ୍ତେ ତାରି ଭଳି ଜଣେ ଜଣେ ଧନୀ ହୋଇଯାଇଛନ୍ତି। ସେ ଭାବିଲା- ଏତେ ତପସ୍ୟା କଲି ମୁଁ, ଅଥଚ ଲାଭ ପାଇଲେ ସମସ୍ତେ। ସେ ଈର୍ଷାରେ ଜଳି ଉଠିଲା। 
ଦିନେ ସେ ତା’ର ମନସ୍ତାପ ବିଷୟରେ ଜଣାଇଲା ଜଣେ ପ୍ରାଜ୍ଞ ଗୁରୁଙ୍କୁ। ଗୁରୁ ଏ କଥା ଶୁଣି କହିଲେ- ଆରେ ବାବୁ ତୁ ତ ଯାହା ଖୋଜୁଥିଲୁ, ଯାହା ଚାହୁଁଥିଲୁ ତାହା ପାଇଲୁ। ପୁଣି ତୋର ଅଭିଯୋଗ କ’ଣ? ତୁ ଯେହେତୁ ଅନ୍ୟମାନଙ୍କ ସହିତ ନିଜକୁ ତୁଳନା କରୁଚୁ, ତୋତେ ସୁଖ ମିଳି ପାରୁନାହିଁ। ଏହା ହିଁ ଗୂଢ଼ କଥା। ତେଣୁ ସୁଖ ପାଇବୁ ନା ଦୁଃଖ, ତାହା କେବଳ ତୋ ଉପରେ ହିଁ ନିର୍ଭର କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe