ସଫଳତା ମିଳିବ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଥରେ ଜେନ୍‌ ଗୁରୁ ନେନେଙ୍କ ଠାରେ ବିଚିତ୍ର ଝୁଙ୍କ ଉଠିଲା। ତାସ୍‌କୁ ସଜାଇ ଗୋଟିଏ ତିରିଶ ମହଲା ବିଶିଷ୍ଟ ଘରଟିଏ ତିଆରି କରିବାକୁ ସେ ପଣ କଲେ। ଏହା ଥିଲା ଏକ ଅତ୍ୟନ୍ତ କଷ୍ଟପ୍ରଦ କାର୍ଯ୍ୟ। କିନ୍ତୁ ଜେନ୍‌ ସାଧକମାନେ ଅନେକ ସମୟରେ ସେମିତି କରନ୍ତି। ଏଭଳି ଏକ ଅତ୍ୟନ୍ତ ସୂକ୍ଷ୍ମ କାର୍ଯ୍ୟଟିକୁ ସ˚ପାଦନ କରିବା ଲାଗି ଯେଉଁ ଧୢାନ ଓ ଯେଉଁ ସାଧନା ଲୋଡ଼ା, ତାକୁ ହାସଲ କରିବା ହେଉଛି ଏଭଳି ପ୍ରୟାସ ପଛରେ ଥିବା ଉଦ୍ଦେଶ୍ୟ।

ନେନେ ପ୍ରତି ଦିନ ଘଣ୍ଟା ଘଣ୍ଟା ଧରି ତାସ୍‌ ସଜାଇ ଘର ତିିଆରି କରିବାର ଚେଷ୍ଟା କରୁଥିଲେ, କିନ୍ତୁ ତାହା ବାରମ୍ବାର ଭାଙ୍ଗି ପଡୁଥିଲା। ନେନେ ପୁଣି ଥରେ ତାହା ମୂଳରୁ ଆରମ୍ଭ କରୁଥିଲେ। ମାସଟିଏ ବିତିଗଲା। ନେନେ ସଫଳ ହୋଇ ପାରିଲେ ନାହିଁ। ଏମିତି ବି ହେଲା ଆଉ ମାତ୍ର ଗୋଟିଏ ମହଲା ସଜଡ଼ା ଯିବାର ବାକି ଥିବା ବେଳେ ତାସ୍‌ ଘର ଭାଙ୍ଗି ପଡୁଥିଲା। କିନ୍ତୁ ନେନେ ଥିଲେ ଅବିଚଳିତ।

ଜଣେ ବନ୍ଧୁ ଥରେ ନେନେଙ୍କୁ କହିଲେ- ତୁମେ ସେଇ କାମଟି ଦିନ ପରେ ଦିନ ଘଣ୍ଟା ଘଣ୍ଟା ଧରି କରି ଚାଲିଛ; ତୁମ ମନରେ ବିରକ୍ତି ବା ହତାଶା ଆସୁନାହିଁ ?

ନେନେ କହିଲେ- ଏହା ପଛରେ ଗୋଟିଏ ସରଳ ତତ୍ତ୍ବ ଅଛି। ପ୍ରତି ଥର ବିଫଳ ହେବା ପରେ ମୁଁ ଆଶ୍ବସ୍ତ ହେଉଛି ଯେ ଯାହା ହେଉ ସଫଳ ହେବାର ମାର୍ଗରେ ଥିବା ବିଫଳତାର ସଂଖ୍ୟାରୁ ଗୋଟିଏ କମିଗଲା। ତେଣୁ ଶେଷରେ ସଫଳ ହେବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe