ଈଶ୍ବରଙ୍କ ଦଣ୍ଡ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁନାର ମୂଲ୍ୟ

i-love-png.com

ପକ୍ଷାଘାତ ରୋଗଗ୍ରସ୍ତ ହୋଇ ଚଳତ୍‌ ଶକ୍ତି ହରାଇଥିବା ଭଦ୍ର ବ୍ୟକ୍ତି ତାଙ୍କର ଅନ୍ତରଙ୍ଗ ବନ୍ଧୁଙ୍କୁ ଘରକୁ ଡାକିଲେ। ବନ୍ଧୁ ପହଞ୍ଚି ତାଙ୍କ ବିଛଣା ପାଖରେ ବସିବା କ୍ଷଣି ଭଦ୍ର ବ୍ୟକ୍ତି କାନ୍ଦି ଉଠିଲେ। ବନ୍ଧୁ ତାଙ୍କୁ ପ୍ରବୋଧନା ‌େଦଇ କହିଲେ- ସବୁ ଈଶ୍ବରଙ୍କ ଇଚ୍ଛା। ତୁମେ କାନ୍ଦ ନାହିଁ। ତେବେ ଗୋଟିଏ କଥା ଭାବି ଈଶ୍ବରଙ୍କୁ ଧନ୍ୟବାଦ ଦିଅ ଯେ ସେ ତୁମକୁ କିଭଳି ସୁଯୋଗ୍ୟ ସନ୍ତାନ ଦେଇଛନ୍ତି, ଯିଏ ଦିନ ରାତି ଅକ୍ଳାନ୍ତ ଭାବେ ତୁମର ସେବା କରି ଚାଲିଛି।
ଭଦ୍ର ବ୍ୟକ୍ତି ଆହୁରି ଜୋରରେ କାନ୍ଦି ଉଠିଲେ। ତାଙ୍କ ବନ୍ଧୁ ବୁଝି ପାରିଲେ ନାହିଁ ‌େଯ ସେ ହଠାତ୍‌ ଏଭଳି କାନ୍ଦୁଛନ୍ତି କାହିଁକି?
କିଛି ସମୟ ପରେ ଭଦ୍ର ବ୍ୟକ୍ତି କହିଲେ- ‘ଭଗବାନ ମୋତେ ଏଭଳି ଯୋଗ୍ୟ ସନ୍ତାନ ଦେଇ ପ୍ରକୃତରେ ମୋତେ ଦଣ୍ଡ ଦେଇଛନ୍ତି। କାଲି ସ୍ବପ୍ନରେ ମୁଁ ମୋ ବାପାଙ୍କୁ ଦେଖିଲି। ଶେଷ ଜୀବନରେ ବାପା ଯେମିତି ଦିଶୁଥିଲେ ଠିକ ସେମିତି। ମୋ ନିଦ ଚାଉଁକିନା ଭାଙ୍ଗିଗଲା। ମନକୁ ଆସିଗଲା ସତରେ ମୁଁ ମୋ ବାପାଙ୍କ ପ୍ରତି କି ଅନ୍ୟାୟ ନ କରିଛି? ତାଙ୍କ ସେବା ଯତ୍ନରେ କି ଅବହେଳା ନ କରିଛି? କେତେ କଷ୍ଟ ପାଇ ସେ ଗଲେ! ଅଥଚ ମୁଁ କେତେ ସେବା ଯତ୍ନ ନ ପାଉଛି? ତୁମ ଭଳି ସମସ୍ତେ ଏହା ମୋର ସୌଭାଗ୍ୟ ବୋଲି କହୁଛନ୍ତି। କିନ୍ତୁ ମୁଁ ଜାଣୁଛି ଏହା ଭଗବାନଙ୍କ ଦଣ୍ଡ। କାଲି ରାତିରେ ମୁଁ ଶୋଇ ପାରିଲି ନାହିଁ। ଆଗକୁ ବଞ୍ଚିଥିବା ଯାଏ ମୁଁ ଶାନ୍ତିରେ ରହିପାରିବି ନାହିଁ। ହାହୁତାଶନମୟ ଅନୁତାପରେ ମୋ ଜୀବନ କଟିବ। ଏହା ଠାରୁ ବଳି ବଡ଼ ଦଣ୍ଡ ଆଉ କ’ଣ ଅଛି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe