ଦୃଷ୍ଟିକୋଣ‌ରେ ପ୍ରଭେଦ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଥରେ ଶିକ୍ଷକ କହିଲେ- ଯାହା ଠିକ, ତାହା ସର୍ବଦା ଠିକ ନୁହେଁ ବୋଲି ବେଳେ ବେଳେ ବୋଧ ହୁଏ। ବୁଝିପାରୁଛ?

ପିଲାମାନେ ନାସ୍ତିସୂଚକ ମୁଣ୍ତ ହଲାଇବାରୁ ଶିକ୍ଷକ ପିଲାମାନଙ୍କୁ କହିଲେ ଏହାକୁ ସରଳ ଭାବେ ବୁଝାଇ ଦେବି, ମୋ ସହିତ ଆମ ସହରର ସେଇ ସୁନ୍ଦର ମନ୍ଦିରକୁ ଚାଲ।

ଅଧା ବାଟରେ ଶିକ୍ଷକ ପିଲାମାନଙ୍କୁ ପଚାରିଲେ- ତୁମେମାନେ ସେଇ ମନ୍ଦିର ଦେଖିଛ ତ? ଠିକ ବାଟଟା ମୋତେ କୁହ ତ?

ପିଲାଏ କହିଲେ- ଆମେ ଯେଉଁ ରାସ୍ତାରେ ଯାଉଛୁ ସେଇ ବାଟେ କିଛି ଦୂର ଗଲା ପରେ ଛକରେ ବାଁକୁ ମୋଡ଼ିଲେ ପଡ଼ିବ ମନ୍ଦିର।

ଶିକ୍ଷକ କହିଲେ- ଏବେ ଶିକ୍ଷକ ପିଲାଙ୍କୁ କହିଲେ ଠିକ ଅଛି। ଚାଲ ଏବେ ସେହି ଛକକୁ ଟପି ଆଗକୁ ଯିବା ଓ ଆମ ବିପରୀତ ଦିଗରୁ ଆସୁଥିବା କାହାକୁ ମନ୍ଦିରକୁ ଯିବା ଲାଗି ବାଟ କେଉଁଟା ବୋଲି ପଚାରିବା।

ଶିକ୍ଷକଙ୍କ ସହିତ ପିଲାମାନେ ଚାଲିଲେ। ସେମାନେ ଛକକୁ ଅତିକ୍ରମ କରି କିଛି ବାଟ ଗଲା ପରେ ବିପରୀତ ଦିଗରୁ ଆସୁଥିବା ଜଣେ ଲୋକକୁ ମନ୍ଦିରକୁ ଯିବାର ବାଟ କେଉଁଟା ବୋଲି ପଚାରିଲେ। ସେହି ବ୍ୟକ୍ତି କହିଲେ- ମୋ ପଛେ ପଛେ ଆସନ୍ତୁ। ଆଗକୁ ଯାଇ ଛକରେ ଡାହାଣକୁ ମୋଡ଼ିଲେ ପଡ଼ିବ ମନ୍ଦିର।

ଶିକ୍ଷକ କହିଲେ- ଆମ ବାମ ମୋଡ଼ ଠିକ୍‌ ଥିଲା, ତାଙ୍କର ଡାହାଣ ମୋଡ଼ ବି ଠିକ୍‌। କେବଳ ଆମେ ଓ ସେ ଦୁଇ ବିପରୀତ ଦିଗରୁ ଆସୁଥିବାରୁ ଆମ ଦୃଷ୍ଟିକୋଣ ବଦଳିଯାଇ ଏଭଳି ଭିନ୍ନ ଭିନ୍ନ ଉତ୍ତର ମିଳିଲା। ଦୁଇଟି ଯାକ ଉତ୍ତର ପରସ୍ପରର ଓଲଟା କିନ୍ତୁ ଉଭୟଟି ଠିକ୍‌। ଠିକ ଓ ଭୁଲ ବିଚାର ଏମିତି ଦୃଷ୍ଟିକୋଣ ଆଧାରରେ ହେଉଥିବାରୁ ତାହା ଆପେକ୍ଷିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe