i-love-png.com
ଜଣେ ବିଚକ୍ଷଣ ଯୁବକ ଗୁରୁଙ୍କ ତଲାସରେ ବାହାରି ଜେନ୍ ଗୁରୁ ନେନେଙ୍କ ଆଶ୍ରମରେ ପହଞ୍ଚିଲା। ସେ ପୂର୍ବରୁ େନେନଙ୍କ ବିଷୟରେ ବହୁତ କିଛି ଶୁଣିଥିଲା।
ସେ ପହଞ୍ଚିବା ବେଳକୁ ନେନେ ବସିଥିଲେ ଏବଂ ତାଙ୍କ ପାଖରେ ଥିବା ଏକ ଟେବୁଲରେ ଗୋଟିଏ ଧର୍ମ ଶାସ୍ତ୍ର ଥିଲା ଏବଂ ତା ଉପରେ ରହିଥିଲା କିଛି ଅଶ୍ଳୀଳ ଚିତ୍ର।
ଏହା ଦେଖି ଯୁବକ ଚମକି ପଡ଼ିଲା। ସେ ଭାବିଲା-ଏଭଳି ବ୍ୟକ୍ତିିଙ୍କୁ ଗୁରୁ ଭାବେ ଗ୍ରହଣ କରିବାକୁ ମୋର ଶୁଭଚିନ୍ତକମାନେ ଉପଦେଶ ଦେଉଥିଲେ?
ନେନେଙ୍କ ନଜର ଯୁବକଟି ଉପରେ ପଡ଼ି ସାରିଥିଲା। ସେ ତାକୁ ପଚାରିଲେ- କୁଆଡ଼େ ଆସିଲ?
ଯୁବକ କହିଲା- ଯେଉଁଥି ଲାଗି ଆସିଥିଲି ତାହା ବିଫଳ ହୋଇଛି। ତେଣୁ ଅଗତ୍ୟା ଫେରୁଛି। ତେବେ ଯିବା ଆଗରୁ ଗୋଟିଏ କଥା କହିବାକୁ ଚାହୁଁଛି। ଏହା କ’ଣ ଉଚିତ? ଯୁବକଟି ଅଶ୍ଳୀଳ ଚିତ୍ର ଆଡ଼କୁ ଆଙ୍ଗୁଳି ଦେଖାଇ ପଚାରିଲା।
ନେନେ ହସିଲେ। ତା ପରେ ସେ ସବୁ ଚିତ୍ରକୁ ଧର୍ମଗ୍ରନ୍ଥ ଭିତରେ ପୂରାଇ ଲୁଚାଇ ଦେଇ କହିଲେ- ଏବେ ଠିକ୍ ହେଲା ତ? ତୁମ ଭଳି ଲୋକଙ୍କ ପାଇଁ ବୋଧହୁଏ ଏଭଳି କରାଯିବା ଉଚିତ?
ହଠାତ୍ ଯୁବକଟିର ଚୈତନ୍ୟ ଉଦୟ ହେଲା। କିଭଳି କପଟାଚାର ଭିତରେ ସମସ୍ତେ ବଞ୍ଚିଛନ୍ତି ସେ କଥା ନେନେ ତାକୁୂ ସାଙ୍ଗେ ସାଙ୍ଗେ ଦେଖାଇ ଦେଇଥିଲେ।
ଯୁବକ କହିଲା- ମୁଁ ଗୁରୁଙ୍କୁ ପାଇଗଲି।
Follow Us