ଜୀବନ କ’ଣ?

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜୀବନ କ’ଣ ବୋଲି ଏକ ପ୍ରଶ୍ନର ଉତ୍ତରରେ ଗୁରୁ ୟୁଜିକେ କହିଥିଲେ ଏହି ଗଳ୍ପଟି।

ରାଜା ବୀର ବିକ୍ରମାଦିତ୍ୟଙ୍କ ଦରବାରକୁ ଆସିଲେ ଜଣେ ସନ୍ନ୍ୟାସୀ। ସେ ରାଜାଙ୍କୁ ଏକ ଜଙ୍ଗଲୀ ଫଳ ଅର୍ପଣ କରି ଚାଲିଗଲେ। ଏଭଳି ଏକ ଜଙ୍ଗଲୀ ଫଳରେ ରାଜାଙ୍କ କୌଣସି ଆଗ୍ରହ ନ ଥିଲା। ସୁତରାଂ, ସେ ଫଳଟିକୁ ନିକଟରେ ବସିଥିବା ଜଣେ ଅମାତ୍ୟଙ୍କୁ ଦେଇ ‌େଦଲେ। ଅମାତ୍ୟଙ୍କର ମଧ୍ୟ ଏଭଳି ଅତି ସାଧାରଣ ଜଙ୍ଗଲୀ ଫଳ ପ୍ରତି ଆଗ୍ରହ ନ ଥିଲା। ତେବେ ରାଜା କାଳେ ଖରାପ ଭାବିବେ ସେହି କାରଣରୁ ଟିକିଏ ଦୂରକୁ ଯାଇ ଗୋଟିଏ କୂଅ ଭିତରକୁ ସେ ତାକୁ ନିକ୍ଷେପ କଲେ। ସନ୍ନ୍ୟାସୀ କିନ୍ତୁ ଏବେ ପ୍ରତିଦିନ ଆସିବାକୁ ଲାଗିଲେ ଏବଂ ପ୍ରତିଦିନ ଗୋଟିଏ ଲେଖାଏଁ ଫଳ ଦେବାରେ ଲାଗିଲେ। କିନ୍ତୁ ଫଳର ଯାତ୍ରା ସବୁ ଦିନ ଭଳି କୂଅରେ ସରିଲା।

ଏମିତି ଅନେକ ଦିନ ଚାଲିଲା। ଦିନେ ଅମାତ୍ୟ ନ ଥିବାରୁ ରାଜା ତାଙ୍କ ପାଖରେ ବସିଥିବା ପୋଷା ମାଙ୍କଡ଼କୁ ଫଳଟି ଦେଇ‌େ‌ଦଲେ। ମାଙ୍କଡ଼ଟି ଫଳକୁ ଖାଇବା କ୍ଷଣି ତହିଁରୁ ଖସି ପଡ଼ିଲା ଏକ ଅତିି ମୂଲ୍ୟବାନ ହୀରା। ରାଜା ଚମକି ପଡ଼ିଲେ। ଏବେ ସେ ଅମାତ୍ୟଙ୍କୁ ଫଳ ବାବଦରେ ପଚାରିଲେ। ଅମାତ୍ୟଙ୍କୁ ନେଇ କୂଅ ନିକଟକୁ ଗଲେ। ଏବେ ସେଠାରେ ମିଳିଲା ଅଗଣିତ ହୀରାର ସନ୍ଧାନ।

ଏହା ପରେ କାହାଣୀ ଆହୁରି ରହିଛି। କିନ୍ତୁ ତାକୁ ଏଠାରେ ସାରି ଗୁରୁ କହିଲେ- ଜୀବନ ହେଉଛି ସେଇ ଜଙ୍ଗଲୀ ଫଳ ଯାହା ତୁମ ପାଖରେ ପ୍ରତିଦିନ ସକାଳେ ପହଞ୍ଚେ। ଯାହାକୁ ତୁମେ ହତାଦର କର ବୋଲି ତା ଭିତରେ ଥିବା ହୀରାକୁ ଆବିଷ୍କାର କରି ପାରନାହିଁ। ଯିଏ ତାକୁ ଦୈବାତ୍‌ ଆବିଷ୍କାର କରିପାରେ ତା ଲାଗି ଜୀବନର ଅର୍ଥ ସଂପୂର୍ଣ୍ଣ ବଦଳିଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe