ମଣିଷ ଓ ଚଉକି

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ବଢେ଼ଇ ଗୋଟିଏ ସୁନ୍ଦର ଚଉକି ତିଆରି କରୁଥିଲେ। ଚଉକି ତିଆରି ସରିଯିବା ପରେ ସେ ତାକୁ ବିଭିନ୍ନ ଦିଗରୁ ଦେଖି କାମଟି ଠିକ ହୋଇଛି କି ନାହିଁ, ପରୀକ୍ଷା କରୁଥିବା ବେଳେ ତାଙ୍କ ଛୋଟ ପୁଅ ଆସି ସେଇ ଚଉକି ଉପରେ ବସି ପଡ଼ିଲା।

ବାପା ତାକୁ ନିଜ କୋଳକୁ ଟାଣି ଆଣି କହିଲେ- ବାବୁରେ ତୁ ଆଜି ସିନା ଏଇ ଚଉକିରେ ବସି ପଡ଼ିଲୁ। କାଲି ଠାରୁ ଆଉ କେହି ସାଧାରଣ ଲୋକ ଏ ଚଉକିରେ ବସିପାରିବେ ନାହିଁ। କାରଣ ଏହା କଲେକ୍ଟରଙ୍କ ପ୍ରକୋଷ୍ଠରେ ପଡ଼ିବ ଏବ˚ କେବଳ କଲେକ୍ଟର ସାହେବ ଏଥିରେ ବସିପାରିବେ। ଆମେ ଚଉକି ତିଆରି କରିପାରିବା। କିନ୍ତୁ ସେଥିରେ ବସିବା ଲାଗି ଯୋଗ୍ୟତା ଆମର ନାହିଁ।

ବଢେ଼ଇଙ୍କ ପୁଅ ବୁଦ୍ଧିମାନ ଥିଲା। ଛୋଟ ବୟସରେ ବି ବାପାଙ୍କ ଏଇ ଛୋଟ କଥାଟି ତା ମନକୁ ଭେଦି ଗଲା। ସେ ଠିକ୍‌ କଲା ଭଲ ପାଠ ପଢ଼ିବ ଏବ˚ ବଡ଼ ଲୋକମାନେ ଯେଉଁ ଚଉକିରେ ବସନ୍ତି ସେଥିରେ ବସିବାର ଯୋଗ୍ୟତା ହାସଲ କରିବ। ତେଣୁ ସେ ମନ ଦେଇ ପାଠ ପଢ଼ିବାରେ ଲାଗିଲା। କେବଳ ସେତିକି ନୁହେଁ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସେ ଆଇଏଏସ୍‌ ହେଲା। ଯେଉଁ ଦିନ ପରୀକ୍ଷା ଫଳ ବାହାରିଲା, ସେ ବାପାଙ୍କୁ ଦେଖା କରିବାକୁ ଗଲା। ବାପା ବୃଦ୍ଧ ହୋଇଯାଇଥିଲେ ବି କାମ କରୁଥିଲେ ଏବ˚ ଚଉକି ତିଆରି କରୁଥିଲେ। ପୁଅର ଏ ସଫଳତା ତାଙ୍କ ଆଖିରେ ଲୁହ ଆଣିଦେଲା।

ବାପାଙ୍କୁ ପ୍ରଣାମ କରି ପୁଅ କହିଲା- ବାପା, ମଣିଷ ଚଉକି ଗଢେ଼ ବୋଲି ସମସ୍ତେ ଜାଣନ୍ତି, କିନ୍ତୁ ଚଉକି ବି ମଣିଷ ଗଢ଼ିପାରେ ବୋଲି ଛୋଟିଆ ଦର୍ଶନଟି ମୁଁ ପିଲା ଦିନେ ଆପଣଙ୍କ କଥାରୁ ପାଇଥିଲି। ତାହା ମୋତେ ଗଢ଼ିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe