ସ୍ୱର୍ଗରେ ବିଶେଷ ସୁବିଧା

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ମୁଲ୍ଲା ନସିରୁଦ୍ଦିନଙ୍କ ଗୋଟିଏ ଦଦରା ଖଚର ଟଣା ଗାଡ଼ି ଥିଲା ଯେଉଁଥିରେ ସେ ଯାତ୍ରୀ ନେବା ଆଣିବା କରୁଥିଲେ। ସେଥିରେ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଦେଖି ସେଇ ଗାଁର ଜଣେ ଭଲ ଲୋକ ଗୋଟିଏ ଭଲ ଗାଡ଼ିର ବ୍ୟବସ୍ଥା କଲେ, ଯେଉଁଥିରେ ଲୋକେ ସମାନ ଭଡ଼ା ଦେଇ ବହୁତ ଅଧିକ ଆରାମରେ ଯିବା ଆସିବା କରି ପାରିଲେ।

ଏମିତି ଅନେକ ବର୍ଷ ବିତିଗଲା। ପ୍ରଥମେ ମୁଲ୍ଲା ନସିରୁଦ୍ଦିନଙ୍କ ଦେହାନ୍ତ ହେଲା। ତା ପରେ ସେଇ ଭଦ୍ରଲୋକ ବି ଇହଲୀଳା ସମ୍ବରଣ କଲେ। ତେବେ ଅସୁବିଧାଟି ସେତେବେଳେ ହେଲା, ଯେତେବେଳେ ମୃତ୍ୟୁ ପରେ ଭଦ୍ରଲୋକ ସ୍ବର୍ଗକୁ ଯାଇ ଦେଖିଲେ ଯେ ତାଙ୍କୁ ସ୍ବର୍ଗର ପଞ୍ଚମ ମହଲାଟି ମିଳିଛି, ଅଥଚ ମୁଲ୍ଲା ନସିରୁଦ୍ଦିନ ସବୁଠାରୁ ସୁନ୍ଦର ସବା ଉପର ମହଲାରେ ରହିଛନ୍ତି ଓ ସବୁ ପ୍ରକାର ବିଶେଷ ସୁବିଧା ପାଉଛନ୍ତି।

ଭଦ୍ରଲୋକ ପାଟି କଲେ ଓ କହିଲେ- ଏ ଅନ୍ୟାୟ। ମୁଲ୍ଲା ଲୋକଙ୍କୁ ଠକି ଠକି ଦଦରା ଗାଡ଼ିରେ ସବାର କରାଇ ପୁରସ୍କାର ଭାବେ ପ୍ରଥମ ମହଲା ପାଇଲା, ଅଥଚ, ମୁଁ ଲୋକମାନଙ୍କ ଲାଗି ସବୁ ସୁବିଧା କରି, ସେମାନଙ୍କ ଯାତାୟତକୁ ସୁଖମୟ କରି ପଞ୍ଚମ ମହଲା ପାଇଲି? ଘୋର ଅନ୍ୟାୟ।

ଏତିକି ବେଳେ ଭଗବାନ ଆସିଗଲେ। ସେ କହିଲେ- ତୁମେ ଯାହା କହୁଛ ସବୁ ସତ। ଏହା ସତ ଯେ ତୁମ ଗାଡ଼ିରେ ଲୋକେ ଖୁବ୍ ଆନନ୍ଦ ପାଇଛନ୍ତି, ସବୁ ସୁବିଧା ପାଇଛନ୍ତି। କିନ୍ତୁ ମୁଲ୍ଲାର ଗାଡ଼ିରେ ଚଢ଼ୁଥିବା ଲୋକେ କେମିତି ଭଲରେ ପହଞ୍ଚିବେ ବୋଲି ଭଗବାନଙ୍କୁ ଯେତିକି ସୁମରଣା କରିଛନ୍ତି, ସେତିକି ତୁମ ଗାଡ଼ିରେ କରି ନାହାନ୍ତି। ତେଣୁ ମୁଲ୍ଲାକୁ ବିଶେଷ ସୁବିଧା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe