ରାଜା ଓ ବ୍ରାହ୍ମଣ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ଅତ୍ୟନ୍ତ ଗୁଣୀ ରାଜା ଥିଲେ। ରାଜା ହୋଇଥିବା ସତ୍ତ୍ବେ ସେ ସାଧାରଣ ଲୋକ ଭଳି ଚଳୁଥିଲେ। ଜଣେ ଦରିଦ୍ର ବ୍ରାହ୍ମଣ ଥରେ ରାଜାଙ୍କୁ ପ୍ରଶ୍ନ କଲେ- ଆପଣଙ୍କ ପାଖରେ ସବୁ ଥାଇ ବି ଆପଣ କାହିଁକି ଦରିଦ୍ରଙ୍କ ଭଳି ଚଳୁଛନ୍ତି? ଦାରିଦ୍ର୍ୟରେ ପୁଣି ଏମିତି କି ରସ ଅଛି?

ରାଜା କହିଲେ- ଆପଣ ଅତ୍ୟନ୍ତ ଦରିଦ୍ର। ତେଣୁ ମୁଁ ଆପଣଙ୍କ ଦୁଃଖ ବୁଝିପାରୁଛି। ତେଣୁ ମୁଁ ଆପଣଙ୍କୁ ଆଉ ଦୁଃଖୀ ଭାବେ ଦେଖିବାକୁ ଚାହୁଁନାହିଁ। ସୁତରା˚, ମୁଁ ଆପଣଙ୍କୁ ଦଶ ମହଣ ସୁନା ଦାନ ଭାବେ ଦେଉଛି। କିନ୍ତୁ ଗୋଟିଏ ସର୍ତ୍ତରେ। ଆପଣ ସବୁ ସୁନାକୁ ନିଜେ ବୋହି ବୋହି ଘରକୁ ନେବେ। କାହାର ସାହାଯ୍ୟ ନେବେ ନାହିଁ କି ବାଟରେ ତଳେ ଥୋଇ ବିଶ୍ରାମ ନେବେ ନାହିଁ।

ଏହା ଶୁଣି ବ୍ରାହ୍ମଣ ପ୍ରଥମେ ଆନନ୍ଦରେ ଅଧୀର ହୋଇଗଲେ। ସେ ଭାବିଲେ ଦଶ ମହଣ ସୁନା କୌଣସି ମତେ ବୋହି ନେଲେ ଦଶ ପୁରୁଷ ଯାଏ ତାଙ୍କର ଦାରିଦ୍ର୍ୟ ଦୂର ହୋଇଯିବ।

କିନ୍ତୁ ବାସ୍ତବରେ ତାକୁ ବୋହି ଘରକୁ ନେବା ବେଳେ ମାତ୍ର କେଇ ପାଦ ପରେ ତାଙ୍କର ହ˚ସା ଉଡ଼ିଗଲା। ତାଙ୍କୁ ଲାଗିଲା ଯେ ଶ୍ବାସରୁଦ୍ଧ ହୋଇ ସେ ମରିଯିବେ। ସେ ଭାବିଲେ- ପ୍ରଥ‌େମ ମଣିଷ ବଞ୍ଚୁ। ତା’ ପରେ ସୁନା।

ଏବେ ରାଜା କହିଲେ- ଆପଣ ଯେମିତି ସୁନାର ଓଜନ ସମ୍ଭାଳି ପାରିଲେ ନାହିଁ ଓ ତାକୁ ତଳେ ଥୋଇ ସ୍ବସ୍ତିରେ ନିଃଶ୍ବାସ ମାରିଲେ, ସେମିତି ମୁଁ ମୋ ଐଶ୍ବର୍ଯ୍ୟର ବୋଝକୁ ବୋହି ପାରୁନାହିଁ ବୋଲି ଦାରିଦ୍ର୍ୟ ବରଣ କରିନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe