ରାଜାଙ୍କ ପରାମର୍ଶଦାତା

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ରାଜାଙ୍କ ପାଖରେ ଜଣେ ପଣ୍ତିତ ପହଞ୍ଚିଲେ। ନିଜର ଜ୍ଞାନର ପରାକାଷ୍ଠା ପ୍ରଦର୍ଶନ କରି ରାଜାଙ୍କ ପରାମର୍ଶଦାତା ଭାବେ ରାଜ ଦରବାରରେ ସ୍ଥାନଟିଏ ଲାଭ କରିବା ଥିଲା ତାଙ୍କର ଉଦ୍ଦେଶ୍ୟ। କାରଣ ସେ ଶୁଣିଥିଲେ ଯେ ରାଜା ଯାହାଙ୍କ ଠାରୁ ବିଶେଷ ପରାମର୍ଶ ଲୋଡୁଛନ୍ତି, ସେ ଜଣେ ସାଧାରଣ ଚାଷୀ। ତାଙ୍କର ଶିକ୍ଷାଦୀକ୍ଷା ନାହିଁ।

ରାଜାଙ୍କ ଦରବାରରେ ପହଞ୍ଚି ପଣ୍ତିତ ମହାଶୟ ଆହ୍ବାନ ଦେଲେ ଯେ ଯଦି କାହାର ସାହସ ଅଛି ତାଙ୍କୁ ଜ୍ଞାନରେ ପରାସ୍ତ କରି ଦେଖାନ୍ତୁ। ସଙ୍ଗେ ସଙ୍ଗେ ରାଜାଙ୍କ ଦରବାରରେ ଥିବା ପଣ୍ତିତ ବର୍ଗ ଚଳଚଞ୍ଚଳ ହୋଇ ଉଠିଲେ। କିନ୍ତୁ ସମସ୍ତେ ପଣ୍ତିତଙ୍କ ଦ୍ବାରା ପରାସ୍ତ ହେଲେ। ଏବେ ପଣ୍ତିତ କହିଲେ- ମହାରାଜ, ଆପଣଙ୍କ ଦରବାରରେ ମୋ ଭଳି ଜ୍ଞାନୀ ବିଦ୍ୟମାନ। ଆପଣ ମୋତେ ଆପଣଙ୍କ ପରାମର୍ଶଦାତା ଭାବେ ଗ୍ରହଣ କରିବା ଉଚିତ।

ରାଜା କହିଲେ- ଆପଣଙ୍କ ଜ୍ଞାନ ଚମତ୍କାର। କିନ୍ତୁ ମୋ ସୀମିତ ବୁଦ୍ଧିରେ ମୁଁ କହିବି ଯେ ଆପଣ ପ୍ରକୃତରେ ଜଣେ ମୂଢ଼।

ମୂଢ଼? ପଣ୍ତିତ ଚମକି ପଡ଼ିଲେ।

ରାଜା କହିଲେ- ବୁଝାଇ ଦେଉଛି। ଆପଣ ଜଣେ ପଣ୍ତିତ। ବିଭିନ୍ନ ସ୍ରୋତରୁ ଜ୍ଞାନ ଆହରଣ କରି ଆପଣ ମହା ଜ୍ଞାନୀ। କିନ୍ତୁ ଆପଣ ଭାବୁଛନ୍ତି ଯେ ଆପଣ ସର୍ବଜ୍ଞ। ଆପଣଙ୍କ ପାଖରେ କ’ଣ ଅଭାବ ରହିଛି ସେ ସ˚ପର୍କରେ ଧାରଣା ଆପଣଙ୍କର ନାହିଁ। ଯେଉଁମାନେ ନିଜ ପାଖରେ ଥିବା ଅଭାବଟିକୁ ଜାଣି ପାରନ୍ତି ନାହିଁ, ସେମାନେ ଯେତେ ଜ୍ଞାନୀ ହେଲେ ମଧୢ ମୂଢ଼। ମୁଁ ଯାହାଙ୍କ ଠାରୁ ପରାମର୍ଶ ନିଏ, ସେ ଅଶିକ୍ଷିତ। ତାଙ୍କର କୌଣସି ଶାସ୍ତ୍ରଜ୍ଞାନ ନାହିଁ। କିନ୍ତୁ ସେ ଜାଣନ୍ତି ଯେ ତାଙ୍କ ପାଖରେ କ’ଣ ଅଛି ଓ କ’ଣ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe