କାହିଁକି ଏମିତି ହେଉଛି?

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜେନ୍ ଗୁରୁ ନେନେଙ୍କୁ ଜଣେ ପଚାରିଲେ- ନେନେ, ଆମେ ଏବେ ଯେମିତି ବ୍ୟବହାର କରୁଛେ, ସେମିତି କରୁଛେ କାହିଁକି?

ନେନେ କହିଲେ- ପ୍ରଥମେ ମୋତେ କହ ତୁମ ମନଟି କ’ଣ ତୁମର?

ଅନୁଗାମୀ ଜଣକ କହିଲେ- ଅବଶ୍ୟ, ମୋର।

ନେନେ କହିଲେ- କାହିଁ ସେମିତିି ଲାଗୁ ନାହିଁ। ଅନୁଗାମୀ ଜଣକ କହିଲେ- ଆପଣ ଏମିତି ଭାବୁଛନ୍ତି କାହିଁକି?

ନେନେ କହିଲେ- କାରଣ ଗତକାଲି ତୁମକୁ ମୁଁ ଉତ୍‌କ୍ଷିପ୍ତ ହୋଇ ଜଣଙ୍କ ସହିତ କଳହ କରୁଥିବାର ଦେଖିଥିଲି।

ଅନୁଗାମୀ କହିଲେ- ସେମିତି କରନ୍ତି ନାହିଁ? ସେ ମୋ ବିରୋଧରେ ଯାହା କହୁଥିଲା, ତାହା ଶୁଣିଲେ ଯାହାର ହେଲେ ମୁଣ୍ଡ ଗରମ ହୋଇଯିବ। ନେନେ କହିଲେ- ସେହି କଥା ତ କହୁଥିଲି। ମନଟି ତୁମର, କିନ୍ତୁ ତାକୁ ନିୟନ୍ତ୍ରଣ କରିବାର ଚାବିକାଠି ଅନ୍ୟର ହାତରେ।

ଅନୁଗାମୀ ଜଣକ ନିରବ ରହିଲେ ଏବଂ କିଛି ସମୟ ପରେ କହିଲେ- ଅବଶ୍ୟ, ତାହା ଠିକ।

ତା’ପରେ ନେନେ କହିଲେ- ତୁମକୁ ଯାହା କ୍ରୋଧିତ କଲା, ହୁଏ’ତ ତାହା କେତେକଙ୍କୁ ଉତ୍‌କ୍ଷିପ୍ତ କରନ୍ତା ନାହିଁ। କାରଣ ସେମାନଙ୍କ ମନଟି ସେମାନଙ୍କ ଅଧୀନରେ। ତୁମ ମନଟି ବି ତୁମ ଅଧୀନରେ ନାହିଁ। ଓଲଟି ତୁମେ ତୁମ ମନର ଅଧୀନରେ ଅଛ। ଆମ ସଂସାରର ଅଧିକାଂଶ ଲୋକ ସେମାନଙ୍କ ମନର ଅଧୀନରେ ଓ ସେମାନଙ୍କ ମନର ଚାବିକାଠି ଅନ୍ୟମାନଙ୍କ ହାତରେ। ତେଣୁ ଏବେ ଲୋକେ ଯେମିତି ହେବା କଥା ସେମିତି ହେଉଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe