ମନ୍ତ୍ରୀ ନିଯୁକ୍ତି

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ତିନି ଜଣ ଯୁବକ ନିଜ ଜ୍ଞାନ ଦ୍ବାରା ରାଜାଙ୍କୁ ପ୍ରଭାବିତ କରିବା ଲାଗି ଗୁରୁଗୃହରୁ ଯାତ୍ରା ଆରମ୍ଭ କଲେ। ରାଜଧାନୀ ଥିଲା ଅନେକ ଦୂର ଓ ଦୁର୍ଗମ। ଏକ ମାନଚିତ୍ର ନେଇ ତିନିହେଁ ଯାତ୍ରା ଆରମ୍ଭ କଲେ।

ଏହି ବାଟରେ ପଡ଼େ ଶ୍ବାପଦସ˚କୁଳ ଘଞ୍ଚ ଜଙ୍ଗଲ, ବିଶାଳ ପାହାଡ଼, ଗଭୀର ନଦୀ ଓ ମରୁଭୂମି। ସେଇ ଜଙ୍ଗଲରେ ବାଟ ବଣା ହୋଇ ଜଣେ ଯୁବକ ଦଳ ଠାରୁ ଅଲଗା ହୋଇଗଲେ। ଅନ୍ୟ ଦୁଇ ଜଣ ବିଚାର କଲେ ଯେ ହଜି ଯାଇଥିବା ବନ୍ଧୁଙ୍କୁ ଖୋଜିବା ଅର୍ଥ ବୃଥା ସମୟ ନଷ୍ଟ ଏବ˚ ସେଥିରେ ସେମାନେ ବି ବାଟ ବଣା ହେବାର ଭୟ ରହିଛି। ତେଣୁ ସେମାନେ ମାନଚିତ୍ରକୁ ଆଧାର କରି ଶେଷରେ ରାଜଧାନୀରେ ପହଞ୍ଚିଲେ। ରାଜା ସେମାନଙ୍କ ପାଣ୍ତିତ୍ୟ ଦେଖି ରାଜପରିଷଦରେ ସ୍ଥାନ ଦେଲେ।

ଏହାର ପ୍ରାୟ ଛଅ ମାସ ପରେ ପାଗଳ ବା ଭିକାରି ଭଳି ଦିଶୁଥିବା ଜଣେ ବ୍ୟକ୍ତି ରାଜଦରବାରରେ ଉଭା ହେଲେ। ଜଣାଗଲା ଯେ ସେଇ ହେଉଛନ୍ତି ବାଟରେ ହଜିଯାଇଥିବା ସେଇ ଯୁବକ। ରାଜା ଥିଲେ ଗୁଣୀ। ମହାମନ୍ତ୍ରୀ ଅତ୍ୟନ୍ତ ବୃଦ୍ଧ ହୋଇ ଅବସର ନେବାକୁ ଚାହୁଁଥିଲେ। ଏଣୁ ରାଜା ସେଇ ଯୁବକଙ୍କୁ ନିଜର ମନ୍ତ୍ରୀ ପଦ ଦେଲେ।

ସଭାସଦ୍‌ମାନଙ୍କୁ ରାଜା କହିଲେ- ଏ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ଭଳି ପଣ୍ତିତ ହୋଇଥିବେ କି ନାହିଁ ମୁଁ ଜାଣିନାହିଁ। କିନ୍ତୁ ତାହା ବଡ଼ କଥା ନୁହେଁ। ଯେଉଁ ବ୍ୟକ୍ତି ଛଅ ମାସ କାଳ ଜଙ୍ଗଲ, ମରୁଭୂମି ଓ ପର୍ବତ ଦେଇ ବିନା ମାନଚିତ୍ର‌େର ଏକୁଟିଆ ଯାତ୍ରା କରି ନିଜକୁ ମରଣ ମୁହଁରୁ ବଞ୍ଚାଇ ରଖି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଲେ ତାଙ୍କ ଅଭିଜ୍ଞତା ସମସ୍ତଙ୍କ ଠାରୁ ଅଧିକ ମୂଲ୍ୟବାନ। ତାଙ୍କ ସାହସ ଓ ପ୍ରତ୍ୟୟ ସମସ୍ତଙ୍କ ଠାରୁ ଅଧିକ ଦୃଢ଼। ସେ ମୋ ଲାଗି ଦିଗ୍‌ଦର୍ଶକର କାର୍ଯ୍ୟ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe