ନିର୍ବୋଧ କେଉଁଠିକାର?

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଥରେ ଜେନ୍‌ ଗୁରୁ ନେନେଙ୍କ ସହିତ ଯାବତୀୟ ଆଲୋଚନା କରୁଥିବା ଜଣେ ଭଦ୍ରଲୋକ କହିଲେ- ଆପଣ ସଲୋମନଙ୍କ ବୁଦ୍ଧି ନେଇ ରହିଥିବା କାହାଣୀ ଶୁଣିଛନ୍ତିି? ନେନେ କହିଲେ, ‘ସଲୋମନ କିଏ?’

ଭଦ୍ରଲୋକ କହିଲେ- ଆପଣ ତାହା ହେଲେ ଶୁଣି ନାହାନ୍ତି! ସଲୋମନ ଥିଲେ ଜଣେ ଅତି ବୁଦ୍ଧିମାନ ରାଜା। ଥରେ ଜଣେ ଲୋକ ସଲୋମନଙ୍କ ବୁଦ୍ଧିକୁ ପରୀକ୍ଷା କରିବା ଲାଗି ଦୁଇଟି ଫୁଲ ହାର ନେଇ ଦରବାରକୁ ଆସିଲେ। ଗୋଟିଏ ଥିଲା ଅସଲି ଓ ଅନ୍ୟଟି ନକଲି। କିନ୍ତୁ ଆଖିରେ ଦେଖି କେହି କହିପାରିବେ ନାହିଁ, କେଉଁଟି ଅସଲି ଓ କେଉଁଟି ନକଲି! ସେ କହିଲା- ସଲୋମନ, ଆପଣ ଏ ଫୁଲ ହାରକୁ ନ ଛୁଇଁ କହି ପାରିବେ କି କେଉଁଟି ଅସଲି ଓ କେଉଁଟି ନକଲି?

ସଲୋମନ ଥିଲେ ବୁଦ୍ଧିମାନ। ସେ ତାଙ୍କ ଲୋକମାନଙ୍କୁ କହିଲେ- ବଗିଚା ପାଖ ଝରକା ଖୋଲିଦିଅ। ଝରକା ଖୋଲା ଗଲା ପରେ ଦେଖାଗଲା କିଛି ଭ୍ରମର ପଶି ଆ‌ସିଲେ ଏବଂ ଅସଲି ଫୁଲ ହାର ପାଖରେ ଉଡ଼ିବାକୁ ଲାଗିଲେ। ସଲୋମନ ଏବେ କହିଦେଲେ କେଉଁ ହାରଟି ଅସଲି।

ଏହା ଶୁଣି ନେନେ କିଛି ସମୟ ଚୁପ୍ ରହିଲେ। ତା’ ପରେ କହିଲେ- ତୁମ ଗପରୁ ସଲୋମନଙ୍କ ବୁଦ୍ଧି ମୋତେ ଦିଶିଲା ନାହିଁ। ମୁଁ ଭାବୁଛି ଭଅଁରମାନେ ଏତେ ଦୂରରୁ ଜାଣିଗଲେ ଅସଲ ଫୁଲ ହାର କେଉଁଁଟା, ଅଥଚ ସଲୋମନ ଜାଣି ପାରିଲେ ନାହିଁ? ନିର୍ବୋଧ କେଉଁଠିକାର?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe