ଗୋଇ ଖୋଳା

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଦୁଇ ସହଯୋଗୀଙ୍କ ଭିତରେ ମନାନ୍ତର ହେଲା। ଜଣେ ଅନ୍ୟ ଜଣଙ୍କର ଗୋଛି କାଟିବାକୁ ଚାହିଁଲା। ସେଥିଲାଗି ସେମାନେ ଦୁହେଁ ନିଜ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ନିଜ ନିଜ ସୁବିଧା ସମୟରେ ଗଲେ। ପ୍ରଥମେ ଅଧିକାରୀଙ୍କ ଗୁଣ ଗାନ କରି ତାଙ୍କର ନିକଟସ୍ଥ ହେବାର ଉଦ୍ୟମ କଲେ। ତା’ ପରେ କିଛି ଦିନ ପରେ ସେମାନେ ସନ୍ତର୍ପଣରେ ପରସ୍ପର ବିରୋଧରେ ଗୋଇ ଖୋଳିବାକୁ ଲାଗିଲେ।

ଦିନେ ଅଧିକାରୀ ଜଣକ ଭିନ୍ନ ଭିନ୍ନ ସମୟରେ ଉଭୟଙ୍କୁ ପାଖକୁ ଡାକି କହିଲେ- ଦୁଇ ଦିନ ତଳେ ତୁମ ସହଯୋଗୀ ମୋ ପାଖକୁ ଆସିଥିଲେ।

ତୁମେ ତାଙ୍କ ବିରୋଧରେ ଯାହା ଯାହା ଅଭିଯୋଗ କରୁଛ ସେ ତୁମ ବିରୋଧରେ ତାହା ତାହା କହି ଯାଇଥିଲେ। ଦୁହିଁଙ୍କ ମତକୁ ଯଦି ବିଚାର କରିବି ତେବେ ତୁମେ ଦୁହେଁ ଯାକ ଦାୟିତ୍ବଶୂନ୍ୟ, ସମ୍ବେଦନଶୂନ୍ୟ, ଅଯଥା କଳି ସୃଷ୍ଟିକାରୀ, କଟୁ ଭାଷୀ ଏବଂ ଅସାଧୁ ଇତ୍ୟାଦି।

ମୋତେ ଲାଗୁଛି ଏହା ସତ। କେବଳ ଏତିକି ଯେ ତୁମେମାନେ ନିଜ ନିଜ ଦୋଷ ଦେଖି ନ ପାରି ଅନ୍ୟର ଦୋଷ ଦେଖୁଛ। ତେଣୁ ମୁଁ ବିଚାର କରୁଛି ଯେ ଏମିତି ଭାବେ ତୁମେ ଏବେ ମୋ ଠାରୁ ପରସ୍ପରର ବଦଗୁଣ ସଂପର୍କରେ ଜାଣି ସାରିଲଣି। ଏବେ ତାର ସୁଧାର କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe