ରାଷ୍ଟ୍ରପତି କୁଲିଜ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

କଥା କେମିତି ସବୁ ଅନର୍ଥର ମୂଳ ଏ ବିଷୟରେ ବୁଝାଇବାକୁ ଯାଇ ୟୁଜିକେ ଆମେରିକୀୟ ରାଷ୍ଟ୍ରପତି କାଲଭିନ କୁଲିଜଙ୍କ ଉଦାହରଣ ଦେଲେ।

ଆମେରିକାର ତିରିଶତମ ରାଷ୍ଟ୍ରପତି କୁଲିଜ ବୋଧହୁଏ ଇତିହାସରେ ସବୁଠାରୁ କମ୍‌ କଥା କହୁଥିବା ରାଜନେତା। ସେ କାହିଁକି ଏ‌େତ କମ୍‌ କହନ୍ତି ବୋଲି ପଚରା ଯିବାରେ ସେ କହିଥିଲେ- କହିଲ ତ ମଲ। ଏହାର ଅର୍ଥ କଥା କହୁ ନ ଥିବା ଲୋକ କେବେ ବି ବିପଦରେ ପଡ଼ନ୍ତି ନାହିଁ। କଥା ହିଁ ସବୁ ପ୍ରକାର କଳହ, ଭୁଲ ବୁଝାମଣା ଓ ଅନର୍ଥର ମୂଳ।

ରାଷ୍ଟ୍ରପତି ପଦ ଜିଣିବା ପରେ ତାଙ୍କୁ ସାମ୍ବାଦିକମାନେ ତିନିଟି ପ୍ରଶ୍ନ ପଚାରିଥିଲେ। ପ୍ରତି ପ୍ରଶ୍ନର ଉତ୍ତର ଥିଲା- କିଛି କହିବାର ନାହିଁ। ଏତିକିରେ ବିରକ୍ତ ସାମ୍ବାଦିକମାନେ ଯିବାକୁ ବାହାରନ୍ତେ କୁଲିଜ ସେମାନଙ୍କୁ କହିଥିଲେ- ମୁଁ ଯାହା କହିଲି, ସବୁ ରେକର୍ଡ ବାହାରେ। ତେଣୁ କିଛି ଛାପିବ ନାହିଁ। ସେତିକି ବେଳେ ସାମ୍ବାଦିକମାନେ ଭାବୁଥିଲେ- କୁଲିଜ୍ ସତରେ କ’ଣ କହିଥିଲେ ଯେ ତାକୁ ଛପାଯିବ?

ଥରେ ଏକ ବନ୍ଧୁ ମିଳନ ଉତ୍ସବରେ ଜଣେ ସୁନ୍ଦରୀ ସଂଭ୍ରାନ୍ତ ଭଦ୍ରମହିଳା କୁଲିଜଙ୍କୁ କହିଲେ- ରାଷ୍ଟ୍ରପତି ମହୋଦୟ, ମୁଁ ଗୋଟିଏ ବାଜି ଲଗାଇ ଆସିଛି ଯେ ଆପଣଙ୍କ ମୁହଁରୁ ତିନିଟି ଶବ୍ଦ ବାହାର କରିବାରେ ସମର୍ଥ ହେବି ଓ ବାଜି ଜିଣିବି।

କୁଲିଜ ଅଳ୍ପ ହସି କହିଲେ- ତୁମେ ହାରିଲ।

ଏହା ପରେ ‌େସ ଆଉ ପଦୁଟିଏ କଥା ବି ଉଚ୍ଚାରଣ କରି ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe