ପିଲା ଓ ଗୁରୁଜ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଦୁଇ ଜଣ ଛୋଟ ପିଲା ଖେଳୁଥିଲେ। ଖେଳୁ ଖେଳୁ ସେମାନଙ୍କ ଭିତରେ କଳି ଲାଗିଲା। ଜଣେ ଅନ୍ୟ ଜଣକ ଉପରେ ଧୂଳି ଛାଟିଦେଲା। ଅନ୍ୟ ଜଣକ ତା ଗାଲରେ ମାରିଲା ଚଟକଣାଟିଏ। ମାଡ଼ ଖାଇଥିବା ପିଲା କାନ୍ଦି କାନ୍ଦି ଯାଇ ତାର ବାପାକୁ କହିଲା। ବାପ ଥିଲା ଗାଁର ଜଣେ ତାଗଡ଼ା ବ୍ୟକ୍ତିତ୍ବ। ସେ ସାଙ୍ଗେ ସାଙ୍ଗେ ଦାଣ୍ତକୁ ବାହାରି ଆସି ମାଡ଼ ମାରିଥିବା ପିଲା ଘରକୁ ଗଲା ଏବ˚ ଦୁଆର ମୁହଁରେ ଏଣୁତେଣୁ ବକିଲା।

ଚାପୁଡ଼ା ମାରିଥିବା ପିଲାର ବାପା ବି କମ୍‌ ପ୍ରତିପତ୍ତିଶାଳୀ ନ ଥିଲା। ସେ ଥିଲା ଗାଁର ନେତା। ସେ କି ଆଉ ସମ୍ଭଳା ପଡ଼େ? ସେ ବି ଦାଣ୍ତକୁ ବାହାରି ଆସିଲା। ଉଭୟେ ମୁହାଁମୁହିଁ ହୋଇଗଲେ। ଗାଁ ସାରା କଥାଟା ନିମିଷକ ଭିତରେ ରାଷ୍ଟ୍ର ହୋଇଗଲା। ଉଭୟ ପକ୍ଷର ଲୋକେ ସେଠାରେ ଜୁଟିଗଲେ ଏବ˚ ଏକ ବିରାଟ ଗୋଷ୍ଠୀ କନ୍ଦଳ ହେବାର ବାଟ ପରିଷ୍କାର ହୋଇଗଲା।

ଠେଙ୍ଗାବାଡ଼ି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଯେତିକି ବେଳେ ଉଭୟ ପକ୍ଷର ଲୋକେ ସାମନାସାମନି ହେଲେ ସେତିକିବେଳେ ସେଇ ବାଟ ଦେଇ ଯାଉଥିବା ଜଣେ ସାଧୁ ହାବୁଡ଼ି ଗଲେ। ସେ ହାଁ ହାଁ କରି ଉଭୟ ପକ୍ଷଙ୍କ ମଝିରେ ଛିଡ଼ା ହୋଇଗଲେ। ସାଧୁ କଳିର କାରଣ କ’ଣ ବୋଲି ଜାଣିବାକୁ ଚାହିଁବାରୁ ଉଭୟ ପକ୍ଷ ନିଜ ନିଜର ଦଲିଲ ଦେଲେ। ସାଧୁ କହିଲେ - ପ୍ରଥମେ ପିଲା ଦୁହିଁଙ୍କୁ ଏଠାକୁ ଡାକ। ଏ କଥା ପରେ ପିଲା ଦୁହିଁଙ୍କୁ ଖୋଜାଗଲା। ଦେଖାଗଲା ଯେ ସେ ଦୁଇ ଜଣ ପୁଣି ଖେଳରେ ମାତିଛନ୍ତି।

ସାଧୁ କହିଲେ- ଦେଖିଲ ତ! ତୁମେମାନେ ସମସ୍ତେ ଗୁରୁଜନ। ତୁମେମାନେ ବଡ଼ ହୋଇଗଲ ବୋଲି ପିଲା ମନକୁ ଛାଡ଼ିଦେଲ। ଏବେ ଦେଖ ତାର ପରିଣତି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe