ଗୁପ୍ତ ଧନ ଓ ଦୁଇ ବନ୍ଧୁ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଦୁଇ ବନ୍ଧୁ ଥିଲେ। ସେମାନଙ୍କ ମିତ୍ରତା ଏତେ ପ୍ରଗାଢ଼ ଥିଲା ଯେ ଲୋକେ ତାଙ୍କ ବନ୍ଧୁତ୍ବର ଉଦାହରଣ ଦେଉଥିଲେ। ଏ କଥା ସଇତାନ ସହିପାରିଲା ନାହିଁ। ତାକୁ ସୁଯୋଗଟିଏ ବି ଜୁଟିଗଲା। ଥରେ ଦୈବାତ୍‌ ଦୁଇ ବନ୍ଧୁ ଅଜସ୍ର ଗୁପ୍ତଧନର ସନ୍ଧାନ ପାଇଲେ। ଦୁହେଁ ସ୍ଥିର କଲେ ଯେ ଏ କଥା କାହାକୁ କହିବେ ନାହିଁ ଓ ପରଦିନ ଏକ ନିରୋଳା ସମୟରେ ଆସି ପୋତାଧନକୁ ବାଣ୍ଟିନେବେ।

ଏଇ ସମୟଟିକୁ ସଇତାନ ଚାହିଁ ବସିଥିଲା। ସେ ଦୁହିଁଙ୍କ ମନ ଭିତରେ ପଶିଗଲା। ଦୁହେଁ ଭାବିଲେ କେମିତି ପରସ୍ପରକୁ ନିଜ ବାଟରୁ ଦୂର କରି ଧନତକ ଏକୁଟିଆ ହଡ଼ପ କରିନେବେ।

ସକାଳ ହେଲା। ଦୁହେଁ ପରସ୍ପରକୁ ହତ୍ୟା କରିବା ଚିନ୍ତାରେ କ’ଣ କରିବେ ଯୋଜନା ପ୍ରସ୍ତୁତ କଲେ। ଜଣେ ଖାଦ୍ୟରେ ବିଷ ମିଶାଇଲା ଏବ˚ ସକାଳେ ଦେଖା ହେବା ମାତ୍ରକେ ସରାଗରେ ତାର ବନ୍ଧୁକୁ ଖାଇବା ଲାଗି ଅନୁରୋଧ କରି ତାକୁ ମାରିଦେବାକୁ ସ୍ଥିର କଲା। ଦ୍ବିତୀୟ ବନ୍ଧୁ ବି ସେଇଭଳି କିଛି ଚିନ୍ତା କରିବାକୁ ଲାଗିଲା। କିନ୍ତୁ ହଠାତ କ’ଣ ହେଲା କେଜାଣି ତା’ ମନରେ ଅନୁତାପଟିଏ ଆସିଲା। ସେ ଭାବିଲା-ଧିକ୍‌ ଏ ସ˚ପତ୍ତି, ଏହା ପାଇଁ କ୍ଷଣିକ ଲୋଭରେ ମୁଁ ମୋ ନିଜର ପ୍ରାଣ ଠାରୁ ବଳି ବନ୍ଧୁକୁ ହତ୍ୟା କରିବାକୁ ବସିଥିଲି? ମୋ ବନ୍ଧୁ କେତେ ଭଲ! ମୁଁ ତାଙ୍କୁ ମୁହଁ ଦେଖାଇବି କେମିତି? ତେଣୁ ସେ ଆଉ ସେହି ସ୍ଥାନକୁ ଗଲା ନାହିଁ। ପ୍ରଥମ ବନ୍ଧୁଟି ଅପେକ୍ଷା କରି କରି ନିରାଶ ହେବା ପରେ ଧନତକ ବୋହି ନେଇ ସେହି ଗାଁ ଛାଡ଼ି ଏକା ବେଳକେ କୁଆଡ଼େ ଚାଲିଗଲା।

ଦିନକ ପରେ ଦ୍ବିତୀୟ ବନ୍ଧୁ ଜାଣିଲା ଯେ ପ୍ରଥମ ବନ୍ଧୁ ସେହି ସ୍ଥାନରୁ ଧନସ˚ପତ୍ତି ନେଇ କୁଆଡ଼େ ଚାଲିଯାଇଛି। ସେ ଈଶ୍ବରଙ୍କୁ ଧନ୍ୟବାଦ ଦେଇ କହିଲା- ଯାହା ହେଉ ପ୍ରଭୁ ଠିକଣା ବେଳାରେ ମୋ ମନରେ ଉଦୟ ହେଲ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe