ଈଶ୍ୱରଙ୍କ ଭିଆଣ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ସାଧୁଙ୍କୁ ହଠାତ୍‌ ପକ୍ଷାଘାତ ରୋଗ ହେଲା। ସେ ଅଚଳ ହୋଇପଡ଼ିଲେ। କେବଳ ସେ କଷ୍ଟେମଷ୍ଟେ କଥା ଯାହା କହିପାରୁଥିଲେ। ତାଙ୍କର ଏଭଳି ଅବସ୍ଥା ହେବାର କିଛି ଦିନ ଭିତରେ ଆଶ୍ରମର ଶିଷ୍ୟମାନେ ଧୀରେ ଧୀରେ ଚାଲି ଯିବାକୁ ଲାଗିଲେ। ତେବେ ଆଶ୍ରମରେ ରହୁଥିବା ଜଣେ ବୃଦ୍ଧ ସାଧୁଙ୍କ ସବୁ ପ୍ରକାର ସେବାଯତ୍ନ କଲେ।

ଦିନେ ସାଧୁ ତାଙ୍କୁ ଅସ୍ପଷ୍ଟ ଭାବେ ପଚାରିଲେ-ଆପଣ ଏ ଆଶ୍ରମକୁ ଶିଷ୍ୟ ଭାବେ ଆସି ନ ଥିଲେ। ଆପଣ ଏଠାକୁ ଆସିଥିଲେ ଜଣେ ଅସହାୟ ନିରାଶ୍ରୟ ବ୍ୟକ୍ତି ଭାବେ। ଆପଣ ଏ ଆଶ୍ରମର ଗୋଟିଏ କୋଣରେ ପଡ଼ି ରହିଥିଲେ। କୌଣସି ବିଷୟରେ କେବେ ଅଭିଯୋଗ କରୁ ନ ଥିଲେ। ମୁଁ ଏହା ବି ଜାଣେ ଆମ ଆଶ୍ରମର କିଛି ଶିଷ୍ୟ ଆପଣଙ୍କୁ ଖରାପ ବ୍ୟବହାର ବି କରୁଥିଲେ। କିନ୍ତୁ ଆପଣ କୁଆଡ଼େ ଯାଉ ନ ଥିଲେ। କାରଣ ଯିବା ଲାଗି ଆପଣଙ୍କର କୌଣସି ଆଶ୍ରୟ ସ୍ଥଳ ନ ଥିଲା। ଅତି ଦୁର୍ଭାଗ୍ୟଜନକ ସ୍ଥିତିରେ ଆପଣଙ୍କ ପିଲା କୁଟୁମ୍ବ ବି ଆପଣଙ୍କୁ ଛାଡ଼ି ଆର ପାରିକୁ ଚାଲିଯାଇଥିଲେ। ଶେଷକୁ ଏମିତି ଅବସ୍ଥା ଆସିଲା ନିଜର ପରିଣତ ବୟସରେ ଆପଣଙ୍କୁ ମୋର ବୋଝ ମଧୢ ବୋହିବାକୁ ପଡୁଛି। ଏତେ ଦୁଃଖ ପାଇବା ପରେ ବି ଆପଣଙ୍କ ମନରେ ଈଶ୍ବରଙ୍କ ଉପରେ କ୍ଷୋଭ ଆସୁନାହିଁ?

ବୃଦ୍ଧ କହିଲେ- ନା, ମୁଁ ବର˚ ଈଶ୍ବରଙ୍କ ପରିକଳ୍ପନାରେ ବିଭୋର ହେଉଛି। ମୁଁ ଓ ଆପଣ ପରସ୍ପରର ଅପରିଚିତ ଥିଲେ। ଦୁହେଁ ଭିନ୍ନ ଭିନ୍ନ ସ୍ଥାନ ଓ ସମୟରେ ଜନ୍ମିଥିଲେ। କିନ୍ତୁ ଦେଖନ୍ତୁ ଈଶ୍ବର କେମିତି ଖଞ୍ଜିଛନ୍ତି, ଆପଣଙ୍କ ଦାୟିତ୍ବ ସେ ମୋ ହାତରେ ନ୍ୟସ୍ତ କରିଦେଲେ ଓ ସେଥିଲାଗି ସବୁ ପ୍ରକାର ଭିଆଣ ଈଶ୍ବର ହିଁ ଭିଆଇଥିଲେ। ଏଭଳି ମହାନ ଈଶ୍ବରଙ୍କୁ କ୍ଷୋଭ କରିବାର କିଛି କାରଣ ଅଛି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe