ଚିନ୍ତାର ବୋଝ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ପ୍ରତିଷ୍ଠିତ ଓ ଧନୀ ବ୍ୟକ୍ତି ଥିଲେ। କିନ୍ତୁ ସେ ଦେଖୁଥିଲେ ଯେ ତାଙ୍କର ଖ୍ୟାତି, ଐଶ୍ବର୍ଯ୍ୟ ଏବ˚ ସଫଳତା ସତ୍ତ୍ବେ ତାଙ୍କୁ ସଦାବେଳେ ବିଭିନ୍ନ ଚିନ୍ତା ଘାରୁଥିଲା। ଏଥିରୁ ମୁକ୍ତି ପାଇବାର ବାଟ ସେ ପାଉ ନ ଥିଲେ।

ଥରେ ସେ ପ୍ରାତଃ ଭ୍ରମଣରେ ବାହାରିଛନ୍ତି, ଦେଖିଲେ ଯେ ଜଣେ ସାଧାରଣ ଲୋକ ମନ ଖୁସିରେ ଗୀତ ଗାଇ ଗାଇ ଚାଲିଛି। ବିଦ୍ବାନ୍‌ ତାକୁ ଅଟକାଇ ପଚାରିଲେ, ତୁମେ ଜଣେ ଅତି ସାଧାରଣ ଦରିଦ୍ର ଲୋକ ଭଳି ଲାଗୁଛ। ହେଲେ, ତୁମେ କେମିତି ଏତେ ଖୁସିରେ ଅଛ? ତୁମର କ’ଣ କିଛି ଦୁଶ୍ଚିନ୍ତା ନାହିଁ?

ଲୋକଟି କହିଲା, ଆଜ୍ଞା, ଦୁଇଟି କଥା ନେଇ ଆପଣ କେବେ ବି ଚିନ୍ତା କରିବେ ନାହିଁ। ସେ ଦୁଇଟି କଥା ହେଲା ଗତ କାଲି ଏବ˚ ଆସନ୍ତା କାଲି। ଗତକାଲି ଆପଣ ଯାହା କରିଦେଇଛନ୍ତି, ତାକୁ ଆପଣ କଦାଚିତ୍‌ ବଦଳାଇ ପାରିବେ ନାହିଁ। ନିଜେ ଭଗବାନ ମଧୢ ନୁହେଁ। ତେଣୁ ଗତକାଲି ଯାହା ଘଟିଗଲା, ତାକୁ ନେଇ ଚିନ୍ତା କରିବାରେ ଲାଭ ନାହିଁ। ସେମିତି ଅନ୍ୟଟି ହେଲା ଆସନ୍ତାକାଲି। ଆସନ୍ତାକାଲି ବିଷୟରେ ତ ସମସ୍ତେ ଅଜ୍ଞ। କେହି ଜଣେ ହେଲେ କହିପାରିବେ ନାହିଁ ଯେ ଆସନ୍ତାକାଲି କ’ଣ ଘଟିବ? ତେଣୁ ସେ ବିଷୟରେ ବି ଚିନ୍ତା କରି ଲାଭ ନାହିଁ।

ଆପଣ ବିଚାର କରନ୍ତୁ ଦେଖିବେ ଅଧିକା˚ଶ ଦୁଃଖ ଓ ଚିନ୍ତାର କାରଣ ଏଇ ଦୁଇଟି। ଏହାକୁ ଛାଡ଼ିଦେଲେ ଆପଣଙ୍କ ଉପରୁ ଚିନ୍ତାର ବୋଝ ଅନେକ କମିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe