ଇମରୋଜଙ୍କ କଥା

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଗୋଟିଏ ଗାଁରେ ରହୁଥିଲେ ସନ୍ଥ ଇମରୋଜ। ସେ ଗୋଟାଏ ମେଣ୍ଢା ପାଳିଥିଲେ। ଗାଁର ସବୁ ଲୋକ କିଛି ନା କିଛି ପଶୁ ବା ପକ୍ଷୀ ପାଳିଥିଲେ। ପାଳିତ ପଶୁଗୁଡ଼ିକ ବଡ଼ ହେଲା ପରେ ସେଗୁଡ଼ିକୁ କ˚ସେଇକୁ ବିକି ସେମାନେ ଚଳୁଥିଲେ। ମଝିରେ ମଝିରେ ନିଜେ ବି ସେଗୁଡ଼ିକୁ ମାରି ଉତ୍ସବ ଅନୁଷ୍ଠାନ ବେଳେ ଭୋଜି କରୁଥଲେ। କିନ୍ତୁ ଇମରୋଜ ଥିଲେ କରୁଣା ଓ ଭଲ ଗୁଣର ଅବତାର। ସେ ସେମିତି କରିବାର ପ୍ରଶ୍ନ ନ ଥିଲା।

ଦିନେ ରାତିରେ ଇମରୋଜ ଦେଖିଲେ ଗୋଟିଏ ଛାଇ ଚାଲିଯାଉଛି। ଇମରୋଜ ତାର ପରିଚୟ ମାଗନ୍ତେ ଅଶରୀରୀ ଛାଇଟି କହିଲା ଯେ ସେ ହେଉଛି ଗାଁର ରକ୍ଷାକର୍ତ୍ତା ଦେବତା। ଗାଁଟି ଏବେ ସୈତାନର କବଳିତ ହେବାକୁ ବସିଥିବାରୁ ସେ ଗାଁ ଛାଡ଼ି ଚାଲିଯାଉଛନ୍ତି।

ଇମରୋଜ ତାଙ୍କୁ କହିଲେ- ତୁମେ ଯାଅନାହିଁ। ମୋ ପାଇଁ ରହ। ମୁଁ କଥା ଦେଉଛି ମୁଁ କେବେ ବି ଗାଁକୁ ସୈତାନର କବଳିତ ହେବାକୁ ଦେବିନାହିଁ। କିନ୍ତୁ ଛାଇଟି ଅନ୍ଧାରରେ ମିଳାଇ ଗଲା।

ସତକୁ ସତ ଘୋର ଅକାଳ ପଡ଼ିଲା। ବର୍ଷାଭାବରୁ ଚାଷ ହେଲା ନାହିଁ। ଲୋକେ ଖାଇବାକୁ ପାଇଲେ ନାହିଁ। ଅବସ୍ଥା ଏମିତି ହେଲା ଯେ ଲୋକେ ନିଜ ପୋଷା ପଶୁପକ୍ଷୀ ଖାଇଗଲେ। ଶେଷରେ ଶବ ଭକ୍ଷଣ କରିବା ଭଳି ସ୍ଥିତି ଆସିଲା। ବଡ଼ କରୁଣ ପରିସ୍ଥିତି। ଏକା ଇମରୋଜ ଥିଲେ ସ୍ଥିର। ତେବେ, ଚଉଦ ଦିନ ଉପାସ ରହିବା ପରେ ସେ ମଧୢ ଆଉ ଭୋକର ଦାଉ ସହି ପାରିଲେ ନାହିଁ। ହାତରେ ଛୁରୀ ଧରି ସେ ବାହାରିଲେ। ଲୋକେ କହିଲେ, ହାୟ ଇମରୋଜ ବି? କିନ୍ତୁ ଇମରୋଜ ମେଣ୍ଢା ପାଖକୁ ନ ଯାଇ ନିଜ ହାତର ଶିରାକୁ କାଟି ଦେଲେ।

କଥିତ ଅଛି ଠିକ ସେହି କ୍ଷଣି ବର୍ଷା ଆରମ୍ଭ ହୋଇଗଲା। ପୁଣି ଗାଁ ଶସ୍ୟ ଶ୍ୟାମଳା ହେଲା। ଇମରୋଜ ରହିଲେ ନାହିଁ ସିନା, ତାଙ୍କର ଦେବତ୍ବ ସୈତାନକୁ ବିତାଡ଼ିତ କରି ଦେଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe