ମନର ମଇଳା

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଥରେ ଗୌତମ ବୁଦ୍ଧ ତାଙ୍କର କିଛି ଶିଷ୍ୟଙ୍କ ସହିତ ଗୋଟିଏ ଗଛ ମୂଳରେ ବିଶ୍ରାମ ନେଉଥିଲେ। ଏଇ ସମୟରେ ପାଖ ଗାଁର କେହି ଜଣେ ସେଇ ବାଟ ଦେଇ ଗଲା। କୌଣସି କାରଣରୁ ବୁଦ୍ଧଙ୍କ ଜଣେ ଶିଷ୍ୟ ସହିତ ତାର କଥା କଟାକଟି ହେଲା ଏବ˚ ତାହା କଳିରେ ପରିଣତ ହେଲା। ବୁଦ୍ଧ ଉଭୟଙ୍କୁ ଶାନ୍ତ କଲା ପରେ ଶିଷ୍ୟକୁ କହିଲେ- ତୁମେ ଆଗରେ ଥିବା ପୋଖରୀରୁ ପିଇବା ଲାଗି ପାଣି ଟିକିଏ ଆଣି ଦିଅନ୍ତ ନାହିଁ? ମୁଁ ପ୍ରବଳ ତୃଷାର୍ତ୍ତ।

ଏ କଥା ଶୁଣି ଶିଷ୍ୟଟି ପୋଖରୀ ଆଡ଼କୁ ଗଲା। କଳହ କାରଣରୁ ତା ମନ ତଥାପି ବିଚଳିତ ଥାଏ। ଖରା ଦିନ। ପୋଖରୀରେ ବହୁତ କମ୍‌ ପାଣି। ସେ ଦେଖିଲା ଯେ ଗୋଟିଏ ଶଗଡ଼ ଗାଡ଼ି ପୋଖରୀ ଭିତର ଦେଇ ପଶି ଆର ପଟକୁ ଗଲା। ପାଣି ପୂରା ଗୋଳିଆ ହୋଇଗଲା। ବୁଦ୍ଧଙ୍କୁ କେମିତି ଗୋଳିଆ ପାଣି ଦେବ ବୋଲି ଭାବି ସେ ପାଣି ନ ଆଣି ଫେରି ଆସିଲା ଏବ˚ ତାଙ୍କୁ ସେଇ କଥା କହିଲା।

କିଛି ସମୟ ପରେ ବୁଦ୍ଧ କହିଲେ ଏବେ ଯାଅ ପାଣି ନେଇ ଆସିବ।

ଶିଷ୍ୟଟି ପୁଣି ପାଣି ଆଣିବା ଲାଗି ଗଲା। ଏଥର ପୋଖରୀର ପାଣି ଶାନ୍ତ ଥିଲା। ସେ ଗୋଟିଏ ପାତ୍ରରେ ପାଣି ନେଇ ଆସିଲା। ବୁଦ୍ଧ ପାଣି ପିଇ ସାରି ପଚାରିଲେ- ପାଣିକୁ ସଫା କରିବାକୁ ତୁମେ କିଛି କଲ କି?

ଶିଷ୍ୟ କହିଲା- ନା, ଆପେ ଆପେ ତାହା ସଫା ହୋଇଯାଇଛି।

ବୁଦ୍ଧ କହିଲେ- ଯେତେବେଳେ ପାଣି ଅଶାନ୍ତ ଥାଏ, ଗୋଳିଆ ହୋଇଯାଏ। କିଛି ସମୟ ସ୍ଥିର ହୋଇଗଲେ, ମଇଳା ସବୁ ତଳେ ବସିଯାଏ।

ଶିଷ୍ୟ କଥାର ଇଙ୍ଗିତ ବୁଝିପାରିଲା। ସେ କହିଲା- ମହାଭାଗ, ଆପଣ ଠିକ କହୁଛନ୍ତି। କିଛି ସମୟ ପୂର୍ବରୁ ମୋ ମନ ଅଶାନ୍ତ ଥିଲା ବେଳେ ମୋ ମନର ମଇଳା ଉପରକୁ ଉଠିଆସି ମୋତେ ସ˚ପୂର୍ଣ୍ଣ ଗୋଳିଆ କରି ପକାଇଥିଲା। ସେଥିଲାଗି ମୁଁ ଲଜ୍ଜିତ ତଥାଗତ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe