ଭୟର ହେତୁ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଗୋଟିଏ ଆଶ୍ରମରେ ରହୁଥିଲେ ଜଣେ ବିଦ୍ବାନ। ତାଙ୍କର ସ˚ପତ୍ତି ବୋଇଲେ ଥିଲା କେବଳ କିଛି ଅତି ବିରଳ ପ୍ରାଚୀନ ପୋଥି। ସେଗୁଡ଼ିକ ତାଙ୍କର ଏତେ ପ୍ରିୟ ଥିଲା ଯେ ସେ ସବୁକୁ ସେ ନିଜ ପାଖରେ ରଖୁଥିଲେ। କାଳେ ଆଶ୍ରମର କୌଣସି ଜିଜ୍ଞାସୁ ଶିଷ୍ୟ କିଛି ପୋଥି ନେଇଯିବ, ସେଥି ଲାଗି ସେ କୁଆଡେ଼ ବାହାରକୁ ଗଲେ, ତାଙ୍କ ପ୍ରକୋଷ୍ଠକୁ ଭଲ ଭାବେ ବନ୍ଦ କରି ଯାଉଥିଲେ।

ତେବେ ବିଧିର ବିଧାନ ଥିଲା ଏହିପରି। ଥରେ ଆଶ୍ରମରେ ନିଆଁ ଲାଗିଗଲା। ଯୋଗକୁ ସେ ସେଇ ଦିନ ଆଶ୍ରମରେ ନାହାନ୍ତି। ଏ କାଠରେ ତିଆରି ଘର ନିମିଷକେ ପାଉଁଶ ହୋଇଗଲା। ବିଦ୍ବାନଙ୍କ ପୋଥି ସବୁ ପାଉଁଶ ହୋଇଗଲା। ଫେରିବା ପରେ ସେ ଏମିତି ଅବସ୍ଥା ଦେଖି ମୂର୍ଚ୍ଛା ଗଲେ। ଅନେକ ମାସ ଯାଏ ସେ ବିଳାପ କଲେ ଓ ଘୋର ବିଷାଦଗ୍ରସ୍ତ ହୋଇ ମୁହଁ ଶୁଖାଇ ବସିଲେ ବା ଶୋଇ ରହିଲେ।

ତେବେ ସମୟ ତ ସବୁ କିଛି ଫିକା କରିଦିଏ। ଅନେକ ମାସ ପରେ ସେ ପ୍ରକୃତିସ୍ଥ ହେଲେ। ଏବେ ସେ ଆଉ ତାଙ୍କ ପ୍ରକୋଷ୍ଠରେ ତାଲା ପକାଉ ନ ଥିଲେ।

ଏବେ ଆଶ୍ରମର ଜଣେ ପଚାରିଲା- ମହାନୁଭବ ଏବେ ଆପଣ ଦରଜା ମେଲା ରଖି ବାହାରକୁ ଚାଲିଯାଉଛନ୍ତି କେମିତି?

ସେ କହିଲେ- ପୋଥିଗୁଡ଼ିକ ଥିଲା ବୋଲି ତାକୁ ହରାଇବାର ଭୟ ଥିଲା। ଏବେ ତାହା ସହିତ ଭୟ ଗଲା।

କଥାଟି କହି ୟୁଜିକେ କହିଲେ- ଏବେ ବୁଝୁଛ ତ ଭୟର କାରଣ? ସବୁ ଭୟର କାରଣ ସେହି ଗୋଟାଏ; କିଛି ପ୍ରିୟ ଜିନିଷକୁ ହରାଇବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe