ଭଗବାନଙ୍କ ଉଦ୍ୟାନ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ଭଦ୍ରଲୋକ ହତାଶ ହୋଇ ପହଞ୍ଚିଲେ ଗୁରୁଙ୍କ ପାଖରେ। ସେ ଗୁରୁଙ୍କୁ ପଚାରିଲେ- ଆଜ୍ଞା, ମୁଁ ଜଣେ ଶୃଙ୍ଖଳିତ ଲୋକ। ମୁଁ ଚାହିଁଥିଲି ମୋ ପିଲାମାନେ ମୋ ଭଳି ଶୃଙ୍ଖଳିତ ହୁଅନ୍ତୁ। ସେଥିପାଇଁ ମୁଁ ପିଲାମାନଙ୍କ ଲାଗି ମୋ ଘରେ କଠୋର ଶୃଙ୍ଖଳା ରଖିଲି। ବହୁତ କଠୋର ନିୟମ ରଖିଲି। କିନ୍ତୁ କିଛି ଲାଭ ହେଲା ନାହିଁ। ମୁଁ ଚାହୁଁଥିଲି ମୋ ପିଲାମାନେ ବହୁତ ପାଠ ପଢ଼ନ୍ତୁ, ଭଲ ଚାକିରି କରନ୍ତୁ। କିନ୍ତୁ ଦେଖିଲା ବେଳକୁ ମୋର ଗୋଟିଏ ପୁଅ କ୍ରିକେଟ୍‌ ଖେଳାଳି ହେବାକୁ ଚାହୁଁଛି ତ ଆଉ ଜଣେ ଚାହୁଁଛି ସମାଜ ସେବା କରିବ ବୋଲି। ମୁଁ ସେଥି ଲାଗି ନିରାଶ ହୋଇଯାଇଛି।

ଗୁରୁ ଭଦ୍ରଲୋକଙ୍କୁ କହିଲେ- ଆପଣ କଥାଟା ଠିକ ଭାବେ ବୁଝିନାହାନ୍ତି ବୋଲି ଏମିତି ବ୍ୟସ୍ତ ହେଉଛନ୍ତି। ଈଶ୍ବର ଆପଣଙ୍କୁ ଗୋଟିଏ ମାଳୀ କରି ପୃଥିବୀକୁ ପଠାଇଛନ୍ତି। କିନ୍ତୁ ଆପଣ ଜଣେ ଚାଷୀ ଭଳି ହେବାକୁ ଚାହୁଁଛନ୍ତି। ଈଶ୍ବର ଏ ପୃଥିବୀକୁ ଏକ ଉଦ୍ୟାନତୁଲ୍ୟ ମନୋରମ ସ୍ଥାନ ଭାବେ ଦେଖିବାକୁ ଚାହାନ୍ତି। ସେଥିଲାଗି ସେ ବ୍ୟବସ୍ଥା କରିଛନ୍ତି। ଉଦ୍ୟାନରେ ବିଭିନ୍ନ ରଙ୍ଗ ଓ ସୌରଭର ଫୁଲ ଗଛ ସହିତ ବିଭିନ୍ନ ପ୍ରକାରେ ଫଳ ଗଛ ଏପରିକି ବିଭିନ୍ନ ପ୍ରକାରର ସପ୍ତଫେଣି ଇତ୍ୟାଦି ସ୍ଥାନ ପାଇଥିବା ଭଳି ଏ ପୃଥିବୀକୁ ସେ ବିଭିନ୍ନ ରୂପ ରଙ୍ଗ ଭରା ଏକ ସୁନ୍ଦର ସ୍ଥାନ ଭାବେ ଗଢ଼ିବାକୁ ଚାହାନ୍ତି। କିନ୍ତୁ ଆପଣ ଜଣେ ଚାଷୀ ଭଳି କେବଳ ଗୋଟିଏ ପ୍ରକାର ଫସଲ କରିବାକୁ ବାହାରିଛନ୍ତି। ଏହା ଦ୍ବାରା ତ ଆପଣ ଈଶ୍ବରଙ୍କ ଇଚ୍ଛା ବିରୋଧରେ ଯାଉଛନ୍ତି?

ତେଣୁ ଆପଣ ପିଲାମାନଙ୍କ ପ୍ରତିଭା ଚିହ୍ନନ୍ତୁ, ପ୍ରତିଭାକୁ ଈଶ୍ବରଙ୍କ ଆଶୀର୍ବାଦ ବୋଲି ଭାବି ତାକୁ ସମ୍ମାନ ଜଣାଇବା ସହିତ ସେ ଉଦ୍ଦେଶ୍ୟ ଚରିତାର୍ଥ କରିବା ଲାଗି ଉଦ୍ୟମ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe