ପଣ୍ଡିତ ଚରିତ୍ର

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ବଡ଼ ପଣ୍ଡିତ ଥିଲେ। ତାଙ୍କ ଭଳି ଶାସ୍ତ୍ର ଜ୍ଞାନୀ ସେହି ଖଣ୍ଡମଣ୍ଡଳରେ ନ ଥିଲେ। ଦିନେ ସେ ତେଲ ଆଣିବା ଲାଗି ତେଲୀ ନିକଟକୁ ଗଲେ। ତେଲୀ ଘର ଭିତର ଦୁଆରୁ ଘଣ୍ଟି ଶବ୍ଦ ଶୁଭୁଥିଲା। ଏହା କ’ଣ ବୋଲି ଜାଣିବାକୁ କୁତୁହଳୀ ପଣ୍ଡିତ ଭିତରକୁ ଯାଇ ଦେଖନ୍ତି ତ ତେଲ ଘଣାରେ ଯୋଚା ହୋଇଛି ବଳଦ। ବଳଦଟି ଘଣାକୁ ଟାଣି ଚକ୍ରାକାରରେ ବୁଲୁଛି। ତା’ରି ବେକରେ ଘଣ୍ଟିଟିଏ ବନ୍ଧା ହୋଇଛି। ସେଇ ଘଣ୍ଟିରୁ ଶବ୍ଦ ବାହାରୁଛି।

ତେବେ ଗୋଟିଏ କଥା ପଣ୍ଡିତଙ୍କୁ ବିସ୍ମିତ କଲା। ତାହା ହେଉଛି ବଳଦଟି ଆପଣା ଛାଏଁ ଚାଲିଛି କେମିତି?

ସେ ଏହି କଥାଟି ତେଲୀକୁ ପଚାରିଲେ।

ତେଲୀ କହିଲା- ଆଜ୍ଞା, ସେମିତି କଥା ନୁହେଁ। ସେ ଚାଲୁଥିବା ବେଳେ ଘଣ୍ଟି ବାଜୁଥିବାରୁ ମୁଁ ଘରେ ବସି ବି ଜାଣିପାରେ ଯେ ସେ ଚାଲିଛି। ଯଦି ଘଣ୍ଟି ଶବ୍ଦ ବନ୍ଦ ହୋଇଯାଏ, ମୁଁ ଯାଇ ଟିକିଏ ପାଟି କରିଦେଲେ ସେ ପୁଣି ଚାଲେ।

ପଣ୍ଡିତେ କହିଲେ- ଏମିତି କଥା! ଆଚ୍ଛା, ଧରି ନିଅ ସେ ନ ଚାଲି ଗୋଟିଏ ଜାଗାରେ ଛିଡ଼ା ହୋଇ ମୁଣ୍ଡ ହଲାଇବ। ତାହା ହେଲେ ତ ଘଣ୍ଟି ବାଜିବ! ତେବେ ତୁମେ କ’ଣ କରିବ?

ତେଲୀ କହିଲା- ରକ୍ଷା ହୋଇଛି ସେ ଗୋଟିଏ ସାଦାସିଧା ସରଳ ବଳଦ। ଆପଣଙ୍କ ଭଳି ପଣ୍ଡିତ ନୁହେଁ। ନ ହେଲେ ତ ମୋର ଭେକାଳ ବୁଡ଼ିଥାଆନ୍ତା!

ଏ କଥାଟି କହି ଗୁରୁ ଶିଷ୍ୟମାନଙ୍କୁ କହିଲେ- ଅନେକ ସମୟରେ ସରଳ ବିଚାର ଓ ବୁଦ୍ଧି ଜିଇବାର ଗୋଟିଏ ଧାରା ସୃଷ୍ଟି କରିଥାଏ। ଯଦି ସେଥିରେ ଜ୍ଞାନ ପଶିଯାଏ, ତେବେ ତା ଭିତରକୁ କୂଟ ପଶିଯାଏ ଓ ସରଳତା ହଜିଯାଏ। ତାହା‌ ଜୀବନକୁ ଜଟିଳ ଓ କଷ୍ଟକର କରିଦିଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe