ପ୍ରେମର ପରୀକ୍ଷା

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଗୋଟିଏ ଜଙ୍ଗଲରେ ରହୁଥିଲେ ହରିଣ ଏବ˚ ହରିଣୀଟିଏ। ସେମାନେ ପରସ୍ପରକୁ ଅତ୍ୟନ୍ତ ଭଲ ପାଉଥିଲେ। ଥରେ ସେଇ ଜଙ୍ଗଲରେ ନିଆଁ ଲାଗିଗଲା। ଜଙ୍ଗଲର ଜନ୍ତୁମାନେ ଯିଏ ଯୁଆଡ଼େ ପାରିଲେ ଧାଇଁଲେ। ହରିଣ ଏବ˚ ହରିଣୀ ବି ଧାଇଁଲେ। ଗ୍ରୀଷ୍ମ କାଳ। କିଛି ବାଟ ଗଲା ପରେ ହରିଣ ଓ ହରିଣୀ ଦୁଇ ଜଣ ଶୋଷରେ ଆଉଟୁପାଉଟୁ ହେଲେ। ଟୋପାଏ ପାଣି ନ ପାଇଲେ ଗୋଟିଏ ପାଦ ବି ଆଗକୁ ପକାଇବା କଷ୍ଟକର ହୋଇପଡ଼ିଲା। ଏଇ ସମୟରେ ଜଣେ ଯକ୍ଷ ଦୁହିଁଙ୍କ ଭିତରେ ପ୍ରେମ କେତେ ତାର ପରୀକ୍ଷା ନେବାକୁ ସ୍ଥିର କଲେ। ସେ ଉଭୟଙ୍କ ଆଗରେ ଜଣେ ବୃଦ୍ଧ ବେଶରେ ଉଭା ହେଲେ। ସେ ସେମାନଙ୍କୁ ପଚାରିଲେ- ତୁମେମାନେ ଘୋର ତୃଷାର୍ତ୍ତ କି?

ସେମାନେ ଅତି ଆକୁଳ ଭାବେ ହଁ ଭରିଲେ। ସେଇଠୁ ସେ ଗୋଟିଏ ପାତ୍ରରେ କିଛି ପାଣି ସେମାନଙ୍କ ଆଗରେ ଟେକି ଧରିଲେ ଓ କହିଲେ- ଏଇ ପାତ୍ରରେ ଯେତିକି ପାଣି ଅଛି ତାକୁ ପିଇଲେ ଜଣେ ମାତ୍ର ଜୀବନ ଧରି ବଞ୍ଚିବା ସମ୍ଭବ। ଏବେ ତୁମେ ସ୍ଥିର କର ତୁମ ଭିତରୁ କିଏ ଏ ପାଣି ତକ ପିଇବ?

ହରିଣ ଏବ˚ ହରିଣୀ ଉଭୟେ ପରସ୍ପରକୁ ଏଭଳି ଭଲ ପାଉଥିଲେ ଯେ ସେମାନେ ଜଣେ ଅପରକୁ ପାଣି ପିଇବାକୁ ଅନୁରୋଧ କରି କରି କେହି ପାଣି ପିଇଲେ ନାହିଁ ଏବ˚ ଶେଷରେ ମରି ଶୋଇଲେ। ଯକ୍ଷ ଚମତ୍କୃତ ହେଲେ। ସେ ଯକ୍ଷିଣୀଙ୍କୁ କହିଲେ- ଦେଖ, ଏମାନଙ୍କ ପ୍ରେମର ପଟାନ୍ତର ନାହିଁ।

ଏହା ଶୁଣି ଯକ୍ଷିଣୀ ହସିଲେ ଓ କହିଲେ- ଏହା କି ପ୍ରକାର ପ୍ରେମ? ଯଦି ହରିଣ ଓ ହରିଣୀ ତୁମେ ଦେଉଥିବା ପାଣିର ଅଧା ଅଧା ପିଇଥାଆନ୍ତେ ଏବ˚ ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇ ରଖିଥାଆନ୍ତେ ତେବେ ସିନା ମୁଁ ମାନିଥାଆନ୍ତି। ଏମାନେ ଯାହା କଲେ ତାହା କେବଳ ନିର୍ବୋଧତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe