ଦୁଇ ଶିଷ୍ୟ

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଦୁଇ ଜଣ ତରୁଣ ଜ୍ଞାନ ହାସଲ କରିବା ଲାଗି ଜଣେ ସାଧୁଙ୍କ ଆଶ୍ରମକୁ ଗଲେ। ସାଧୁ ପ୍ରତି ଦିନ ସଂଧ୍ୟାରେ ସେମାନଙ୍କ ଶିଷ୍ୟମାନଙ୍କୁ ଅତ୍ୟନ୍ତ ଚମତ୍କାର ପ୍ରବଚନମାନ ଦେଉଥି‌େଲ। ତରୁଣ ଦ୍ବୟ ମନଯୋଗ ସହକାରେ ତାହା ଶୁଣିଲେ ଏବଂ ଆଶ୍ରମରେ ରହି ସାଧୁଙ୍କ ଶିଷ୍ୟ ଭାବେ ଜ୍ଞାନ ଅର୍ଜନରେ ଲାଗିଗଲେ।

ଏଭଳି ଅନେକ ଦିନ ଗଲା ପରେ ଗୁରୁ ଦିନେ ସେମାନଙ୍କୁ କହିଲେ- ତୁମେ ଦୁଇ ଜଣ ଯାକ ମୋ ଠାରୁ ଯାହା ପାଇବାର କଥା ପାଇଗଲଣି। ଏବେ ଦୁହେଁ ଯାକ ବାହାରକୁ ଯାଅ ଏବଂ ନିଜ ଲକ୍ଷ୍ୟ ସାଧନ କର।

ସେହି ତରୁଣଙ୍କ ଭିତରୁ ଜଣେ ତା ଗୁରୁଙ୍କ ଅନୁରୂପ ଚମତ୍କାର ପ୍ରବଚକରେ ପରିଣତ ହେଲା ଏବଂ ଦେଶ ବିଦେଶରେ ବେଶ୍ ପ୍ରସିଦ୍ଧି ଲାଭ କଲା। ତାର ଅସଂଖ୍ୟ ଅନୁଗାମୀ ହେଲେ। କିନ୍ତୁ ତାର ବନ୍ଧୁର କୌଣସି ଖୋଜ ଖବର ମିଳିଲା ନାହିଁ। ସେ କେଉଁ ନିଭୃତ ସ୍ଥାନରେ ଯେମିତି ହଜିଗଲା।

ଦିନେ ପ୍ରସିଦ୍ଧ ପ୍ରବଚକରେ ପରିଣତ ହୋଇଥିବା ଶିଷ୍ୟ ତାର ଗୁରୁଙ୍କୁ ଦର୍ଶନ କରିବାକୁ ଆଶ୍ରମକୁ ଗଲା। ସେଠାରେ ଗୁରୁଙ୍କ ସହିତ କଥାବାର୍ତ୍ତା ସମୟରେ ସେ ଗୁରୁଙ୍କୁ କହିଲା- ମହାଭାଗ, ମୁଁ ସିନା ଏତେ ଖ୍ୟାତି ଲାଭ କଲି, କିନ୍ତୁ ସତ କହିଲେ ଆପଣଙ୍କ ଯଥାର୍ଥ ଶିଷ୍ୟ ହୋଇପାରିଲି ନାହିଁ, ଯାହା ମୋର ବନ୍ଧୁ ହୋଇପାରିଛି। କାରଣ ଆପଣଙ୍କ ଶିକ୍ଷାରୁ ମୁଁ କେବଳ ଜାଣିଲି ଓ ଅନେକ କିଛି ଜାଣିଲି। କିନ୍ତୁ ସେ ଆପଣଙ୍କ ଶିକ୍ଷାରୁ ବନିଲା। ଯାହା ମୁଁ କେବଳ ବହି ଚାଲିଛି, ସେ ତାକୁ ନିଜ ଜୀବନରେ ବ୍ୟବହାର କରି ଚାଲିଛି। ଜାଣିବା ଠାରୁ ବନିବା ଶ୍ରେୟସ୍କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe