ଅଖାଡୁଆ ମୁଲ୍ଲା

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ମୁଲ୍ଲା ନସିରୁଦ୍ଦିନଙ୍କ ଗୋଟିଏ ବଦ୍‌ ଅଭ୍ୟାସ ଆରମ୍ଭ ହେଲା। ଏଣିକି ସେ ରାଜାଙ୍କ ସାମନାରେ ଅନ୍ୟର ସମାଲୋଚନା ଏବଂ ନିନ୍ଦା କରିବାକୁ ଲାଗିଲେ। ସମସ୍ତଙ୍କ ପିଠି ପଛରେ ସେମାନଙ୍କ ନିନ୍ଦାକୁ ରାଜା ଯଦିଓ ପ୍ରଥମେ ପ୍ରଥମେ ଭଲ ପାଉଥିଲେ, କ୍ରମେ ତାହା ଅସହ୍ୟ ହେଲା। ସେ ଦିନେ ମୁଲ୍ଲାଙ୍କୁ କହିଲେ- ମୁଲ୍ଲା, ତୁମର ଏଭଳି ଅଭ୍ୟାସ ଭଲ ନୁହେଁ। ତୁମେ ଆଜି ମୋ ପାଖରେ ଅନ୍ୟମାନଙ୍କ ନିନ୍ଦା କରୁଛ! ସେମିତି ମୁଁ ଯେଉଁଠାରେ ନ ଥିବି, ସେଠାରେ ତୁମେ ମୋର ମଧ୍ୟ ନିନ୍ଦା କରୁଥିବ! ଆଗରୁ ତ ତୁମର ଏମିତି ଅଭ୍ୟାସ ନ ଥିଲା।

ମୁଲ୍ଲା କହିଲେ- ନା ଜାହାଁପନା, ଏ ଅଭ୍ୟାସ ମୁଁ ଏବେ ମାତ୍ର ଆରମ୍ଭ କରିଛି। କାରଣ ମୁଁ ଜଣେ ଭଲ ଲୋକ ହୁଏ ବୋଲି ମୋ ପତ୍ନୀ ଚାହେଁ।

ରାଜା କହିଲେ- ସତ କଥା ତୁମେ ଜଣେ ଅତି ଅଖାଡୁଆ ମଣିଷ। କିନ୍ତୁ ତୁମ ପତ୍ନୀ କହିବାର ଅର୍ଥ ହେଲା ତୁମେ ନିଜକୁ ସୁଧାର। ନିଜର ଖରାପ ଗୁଣକୁ ବଦଳାଅ। ଅଥଚ, ତୁମେ ଆଉ ଗୋଟିଏ ଖରାପ ଗୁଣ ହାସଲ କରିସାରିଲଣି!

ମୁଲ୍ଲା କହିଲେ- ଜାହାଁପନା, ନିଜକୁ ବଦଳାଇ ଉଚ୍ଚ ହେବା ଭାରି କଷ୍ଟକର। ମୁଁ ଦେଖିଲି ତା’ ଠାରୁ ସହଜ ବାଟ ହେଲା ଅନ୍ୟକୁ ଛୋଟ କରି ନିଜକୁ ବଡ଼ କରିବା। ତେଣୁ ମୁଁ ଏବେ ଅନ୍ୟ ଲୋକଙ୍କ ‌େଦାଷ ଖୋଜି ଖୋଜି ସେମାନଙ୍କୁ ଛୋଟ କରିବାରେ ଲାଗିଛି, ତାହା ହେଲେ ମୁଁ ବଡ଼ ଦିଶିବି।

ରାଜା କହିଲେ ମୁଲ୍ଲା ସତରେ ତୁମେ ଭାରି ଅଖାଡୁଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe