କୁହୁକ ଆଇନା

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ଭଦ୍ର ବ୍ୟକ୍ତି ଗୁରୁଙ୍କ ପାଖରେ ପହଞ୍ଚିଲେ। ତାଙ୍କର ଅନେକ ସମସ୍ୟା ଥିଲା। ସେ ତହିଁରୁ ମୁକ୍ତି ଚାହୁଁଥିଲେ।

ଗୁରୁ ସବୁ ଶୁଣିବା ପରେ ସେଇ ଭଦ୍ର ବ୍ୟକ୍ତିଙ୍କୁ ଗୋଟିଏ ଛୋଟିଆ ବାକ୍‌ସ ଦେଇ କହିଲେ- ଏହା ଭିତରେ ଅଛି ଏକ କୁହୁକ ଆଇନା। କାଲି ସକାଳେ ତୁମେ ପ୍ରଥମେ ଏଇ ବାକ୍‌ସକୁ ଖୋଲିବ। ସେଥିରେ ଥିବା କୁହୁକ ଆଇନାରେ ତୁମକୁ ସବୁଠାରୁ ଅଧିକ ସମସ୍ୟାରେ ପକାଉଥିବା ବ୍ୟକ୍ତିଙ୍କ ମୁହଁ ଦେଖିବାକୁ ପାଇବ। ତା’ ପରେ ତୁମେ ମୋ ପାଖକୁ ଆସିଲେ ତୁମ କଥା ବୁଝି ମୁଁ ତୁମ ଅସୁବିଧା ଦୂର କରିବି।

ଭଦ୍ର ବ୍ୟକ୍ତି ସେମିତି କଲେ। ପର ଦିନ ସକାଳୁ ସେ ବାକ୍‌ସଟି ଖୋଲି ଯାହା ଦେଖିଲେ ଚକିତ ହୋଇଗଲେ। କାରଣ ତା’ ଭିତରେ ଥିଲା ଏକ ସାଧାରଣ ଆଇନା, ଯେଉଁଥିରେ କେବଳ ତାଙ୍କ ନିଜ ଚେହେରା ହିଁ ପ୍ରତିବିମ୍ବିତ ହେଉଥିଲା।

ସେ ହତାଶ ହୋଇ ତାକୁ ଧରି ଗୁରୁଙ୍କ ପାଖକୁ ଯାଇ କହିଲେ- ଆଜ୍ଞା, ଏଥିରେ ତ ମୋ ଚେହେରା ଆସିଲା। ଏହା କୌଣସି କୁହୁକ ଆଇନା ନୁହେଁ। ଏହା ହେଉଛି ଗୋଟିଏ ସାଧାରଣ ଆଇନା!

ଗୁରୁ କହିଲେ- ହାୟ, ଏବେ ବି ବୁଝିପାରୁନାହଁ? ଆରେ ବାବୁ, ତୁମେ ତୁମ ନିଜ ଲାଗି ହିଁ ଅଧିକ ସମସ୍ୟାରେ ପଡୁଛ। ଆମ ସମସ୍ତଙ୍କର ଅଧିକା˚ଶ ସମସ୍ୟା ପାଇଁ ଦାୟୀ ଆମେ ନିଜେ। କିନ୍ତୁ ଆମେ ନିଜକୁ ଦୋଷମୁକ୍ତ କରି ଅନ୍ୟକୁ ଦୋଷ ଦେଉ। ତେଣୁ ସମସ୍ୟାର ସମାଧାନ ଲାଗି ଅନ୍ୟମାନେ ବଦଳିବା ଦରକାର ନାହିଁ। ତୁମେ ନିଜକୁ ବଦଳାଇଲେ ଅଧିକା˚ଶ ସମସ୍ୟା ଦୂର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe