ବ୍ୟବହାର ପ୍ରସଙ୍ଗ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ଅତି ଅହ˚କାରୀ ଧନୀ ବ୍ୟକ୍ତି ତାଙ୍କ ଯାତ୍ରା କାଳରେ ଏକ ଧର୍ମଶାଳାରେ ରହିଲେ। ଧର୍ମଶାଳାର ମାଲିକ ତାଙ୍କ ଆରାମ ଲାଗି ଯେତେ ବ୍ୟବସ୍ଥା କଲେ ବି ତାହା ତାଙ୍କୁ ସନ୍ତୁଷ୍ଟ କଲା ନାହିଁ। ତେଣୁ ସେ ବିଭିନ୍ନ କଥା ନେଇ ଧର୍ମଶାଳାର ମାଲିକଙ୍କ ନିକଟରେ ଅଭିଯୋଗ କରିବାକୁ ଲାଗିଲେ। ଧର୍ମଶାଳାର ମାଲିକ ସବୁ ସହିଲେ। ପରଦିନ ଧନୀ ବ୍ୟକ୍ତି ଜଣକ ଧର୍ମଶାଳା ଛାଡ଼ି ଚାଲିଗଲେ।

ତା’ ପରେ ବିତିଗଲା ଅନେକ ବର୍ଷ। ତା’ ଭିତରେ ବଦଳିଗଲା ଅନେକ କିଛି। ଧର୍ମଶାଳାର ମାଲିକ ବି ବୃଦ୍ଧ ହୋଇଯାଇଥିଲେ। ଦିନେ ସ˚ଧୢାରେ ଜଣେ ବ୍ୟକ୍ତି ଧର୍ମଶାଳାକୁ ରହିବାକୁ ଆସିଲେ। ସେ ବ୍ୟକ୍ତି ଦିଶୁଥିଲେ ଅତ୍ୟନ୍ତ ଦୟନୀୟ। ତାଙ୍କ ପିନ୍ଧା ଲୁଗା ବି ଚିରି ଫାଟି ଯାଇଥିଲା। ଧର୍ମଶାଳାରେ ରାତିକର ଭଡ଼ା ଦେବା ଲାଗି ତାଙ୍କ ପାଖରେ ପଇସା ନ ଥିଲା।

ଧର୍ମଶାଳାର ମାଲିକ କିନ୍ତୁ ତାଙ୍କୁ ରହିବାକୁ ସ୍ଥାନ ଦେଲେ ଓ ଅତ୍ୟନ୍ତ ବିନମ୍ର ଓ ଭଲ ବ୍ୟବହାର ପ୍ରଦର୍ଶନ କଲେ। ପରଦିନ ସକାଳେ ଆଗନ୍ତୁକ ବିଦାୟ ନେଲା ବେଳେ ଧର୍ମଶାଳାର ମାଲିକ କହିଲେ- ଆଜିକୁ ଅନେକ ବର୍ଷ ତଳେ ଆପଣ ଏଠି ରାତିଟାଏ କଟାଇଥିଲେ। କିନ୍ତୁ ଆପଣ ସେତେବେଳେ ଧନୀ ଥିଲେ। ଆପଣଙ୍କ ଏତେ ଐଶ୍ବର୍ଯ୍ୟ ଗଲା କୁଆଡେ଼?

ଆଗନ୍ତୁକଙ୍କ ଆଖିରୁ ଲୁହ ଝରିପଡ଼ିଲା। ସେ କହିଲେ-ସବୁ ଭଗବାନଙ୍କ ଇଚ୍ଛା। ମୁଁ ଏବେ ଦାଣ୍ତର ଭିକାରି। କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହେଉଛି ଏଥି ଲାଗି ଯେ ପ୍ରତିଦିନ ତ ଅନେକ ଲୋକ ଆପଣଙ୍କ ଧର୍ମଶାଳାକୁ ଆସୁଥିବେ। ଆପଣ ମୋତେ ମନେ ରଖିପାରିଲେ କେମିତି?

ଧର୍ମଶାଳାର ମାଲିକ କହିଲେ- ଆପଣଙ୍କ ଚେହେରା ନୁହେଁ, ଆପଣଙ୍କ ବ୍ୟବହାର ଆପଣଙ୍କୁ ମୋ ସ୍ମୃତିରେ ଏ ଯାଏ ଧରି ରଖିଛି।

ଆଗନ୍ତୁକ ଲଜ୍ଜାରେ ମୁହଁ ପୋତିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe