ଅସଲ ପରୀକ୍ଷା

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଗୋଟିଏ ଯୁଦ୍ଧର ଘନଘଟାରେ ମ୍ରିୟମାଣ ଜଣେ ସୈନିକଙ୍କ ଭାବାନ୍ତର ହେଲା। ସେ ଜଣେ ଗୁରୁଙ୍କ ପାଖରୁ ଦୀକ୍ଷା ନେଲେ ଏବ˚ କହିଲେ- ମହାତ୍ମା, ମୁଁ ଆଜି ଠାରୁ ଅସ୍ତ୍ର ପରିତ୍ୟାଗ କଲି। ଆଜି ଠାରୁ ମୁଁ ଆପଣଙ୍କ ଆଶ୍ରିତ। ଆଜି ଠାରୁ ହି˚ସାଚାର ବନ୍ଦ।

ଏହା କହି ସେ ଗୁରୁଙ୍କ ଠାରେ ନିଜ ଅସ୍ତ୍ରଶସ୍ତ୍ର ସମର୍ପଣ କରିଦେଲେ। କିନ୍ତୁ, ଗୁରୁ କହିଲେ- ମୁଁ ତୁମକୁ ଗ୍ରହଣ କଲି ସତ, ମାତ୍ର ମୋ ପାଖରେ ଅସ୍ତ୍ରଶସ୍ତ୍ର ଛାଡ଼ିଯିବାର କୌଣସି କାରଣ ନାହିଁ। ଏ ସବୁ ତୁମ ପାଖରେ ରହୁ। କାରଣ ଏବେ ଏହାକୁ ପାଖରେ ରଖିବା ହେଉଛି ତୁମ ଲାଗି ଅସଲ ପରୀକ୍ଷା।

ଏହା ପରେ ବିତିଗଲା ଅନେକ ମାସ। ଦିନେ କୌଣସି ଜଣେ ବ୍ୟକ୍ତି ସୈନିକଙ୍କ ଉପରେ ପୂର୍ବ ରାଗର ପ୍ରତିଶୋଧ ନେବା ସକାଶେ ତାଙ୍କ ଉପରେ ଆକ୍ରମଣର ଉଦ୍ୟମ କଲା। ସାଧୁ ହୋଇଯାଇଥିବା ସୈନିକ କହିଲେ- ତୁମେ ଯାହାକୁ ଖୋଜୁଛ ମୁଁ ସେ ନୁହେଁ। ସେହି ସୈନିକ ମରି ସାରିଛି। ମୁଁ ତାର ପୁନର୍ଜନ୍ମ।

କିନ୍ତୁ ସେହି ବ୍ୟକ୍ତି କିଛି ନ ଶୁଣି ସୈନିକଙ୍କୁୁ ଆକ୍ରମଣ କଲା। ଅସ୍ତ୍ରଶସ୍ତ୍ର ପାଖରେ ଥିବା ସତ୍ତ୍ବେ ସେ ପ୍ରତିରୋଧ କଲେ ନାହିଁ ଏବ˚ ଗୁରୁତର ଭାବେ ଆହତ ହୋଇ ମୃତବତ୍‌ ପଡ଼ି ରହିଲେ।

ଏ ଖବର ପାଇ ତାଙ୍କ ଗୁରୁ ଆସି ପହଞ୍ଚିଲେ। ତାଙ୍କ ଚିକିତ୍ସାରେ ସୈନିକଜଣକ ଆରୋଗ୍ୟ ଲାଭ କଲେ। ଏବେ ଯାଇ ଗୁରୁ ତାଙ୍କୁ କହିଲେ- ଏବେ ତୁମେ ନିଜର ଅସ୍ତ୍ରଶସ୍ତ୍ର ମୋତେ ଦେଇପାର। କାରଣ ତୁମେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛ। ପାଖରେ ଅସ୍ତ୍ର ଥିବା ସତ୍ତ୍ବେ ତାର ବ୍ୟବହାର ନ କରିବା ପ୍ରମାଣ କରିଛି ଯେ ତୁମେ ଏବେ ଅସଲ ସାଧୁରେ ପରିଣତ ହୋଇଛ, ହି˚ସା ପରିତ୍ୟାଗ କରିଛ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe