ସ˚ସ୍କାର ଶିକ୍ଷା

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ଭଦ୍ର ବ୍ୟକ୍ତି ଥିଲେ। ତାଙ୍କ ଦୁଇ ପୁଅ କେମିତି ସୁସ˚ସ୍କୃତ ହେବେ, ତାହା ଥିଲା ତାଙ୍କର ସବୁଠାରୁ ବଡ଼ ଚିନ୍ତା। ପିଲାଟି ଦିନରୁ ସେ ସେମାନଙ୍କୁ ଉତ୍ତମ ସ˚ସ୍କାର ଭିତରେ ବଢ଼ାଇଲେ। କିନ୍ତୁ ଦେଖାଗଲା ଯେ ବଡ଼ ପୁଅଟି ମାର୍ଜିତ ହୋଇ ବଢ଼ିଲା ବେଳକୁ ସାନ ପୁଅଟି ସେପରି ହେଲା ନାହିଁ। ଏଥିରେ ସେ ମୁହ୍ୟମାନ ହେଲେ।

ଏହାର କାରଣ ଜାଣିବା ଲାଗି ସେ ତାଙ୍କ ଗୁରୁଙ୍କ ପାଖକୁ ଗଲେ। ନଦୀ କୂଳରେ ଆଶ୍ରମଟିଏ କରି ଗୁରୁ ରହୁଥିଲେ। ଗୁରୁଙ୍କ ଆଶ୍ରମରେ ପହଞ୍ଚି ସେ ଦେଖିଲେ ଯେ ଗୁରୁ ନଦୀ କୂଳରେ ଛିଡ଼ା ହୋଇଛନ୍ତି। ସେ ଗୁରୁଙ୍କୁ ପ୍ରଣାମ କଲେ ଏବ˚ ନିଜ ମନ ଦୁଃଖର କଥା କହିଲେ।

ଗୁରୁ ଏହା ଶୁଣିବା ପରେ ନଇଁ ପଡ଼ି ନଦୀର ପାଣି ଧାରରୁ କିଛି ଉଠାଇ ଆଣିଲେ। ଭଦ୍ର ବ୍ୟକ୍ତିଙ୍କୁ ତାହା ଦେଖାଇ କହିଲେ- ହେଇ ଦେଖ, ମୋ ହାତରେ ଏ ପଥର ଓ ଏ ଓଦା କନା ଖଣ୍ତିକ। ଏ ଦୁଇଟି ଯାକ ନଦୀର ଜଳ ସ˚ସ୍ପର୍ଶରେ ଆସିଛନ୍ତି। କିନ୍ତୁ ପଥର ଭିତରକୁ ପାଣି ଭେଦି ପାରିନାହିଁ, ଅଥଚ କନାଟି ପାଣିରେ ସରସର ହୋଇଯାଇଛି। ଏହାର କାରଣ ପଥର ଠାରେ ପାଣିକୁ ଗ୍ରହଣ କରିବାର ସାମର୍ଥ୍ୟ ନାହିଁ, ଯାହା କନାର ଅଛି। ସେମିତି ମଣିଷର ହୃଦୟ। ତୁମେ ଦେଉଥିବା ଶିକ୍ଷାକୁ ଗ୍ରହଣ କରିବାର ସାମର୍ଥ୍ୟ ସମସ୍ତେ ରଖନ୍ତି ନାହିଁ। ଯେଉଁମାନେ ସେମିତି ମନ ନେଇ ଜନ୍ମ ହୋଇଥାଆନ୍ତି, ସେମାନଙ୍କ ଭିତରକୁ ତୁମର ଶିକ୍ଷା ଭେଦିଯାଏ।

ଭଦ୍ରଲୋକ ନିଜ ପ୍ରଶ୍ନର ଉତ୍ତର ପାଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe