ଦେବାର ମହତ୍ତ୍ବ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ଧନୀ ଜମିଦାର ଥିଲେ। ସେ ଅତ୍ୟନ୍ତ ଦୟାଶୀଳ ଥିବାରୁ ବେହିସାବ ଦାନ କରୁଥିଲେ। ଦିନ ନାଇଁ ରାତି ନାଇଁ ଯିଏ ଯେତେବେଳେ ମାଗିଲା ଜମିଦାର ଦେଉଥିଲେ। ଏମିତି ଅବସ୍ଥା ହେଉଥିଲା ଜମିଦାରଙ୍କ ଭଣ୍ତାର ଘର ଖାଲି ହୋଇଯାଉଥିଲା। ତାଙ୍କ ଦେହର ଅଳଙ୍କାର ବି ଦାନରେ ଚାଲିଯାଉଥିଲା।

ଏ କଥା ତାଙ୍କ ତରୁଣ ପୁତ୍ର ସହିପାରିଲେ ନାହିଁ। ସେ ବଡ଼ ହେଲା ପରେ ବ୍ୟବସାୟ ଓ ଜମିଦାରି ସମ୍ଭାଳିବା ଆରମ୍ଭ କଲା ମାତ୍ରକେ ଏଭଳି ଦାନଧର୍ମ କରିବା ବନ୍ଦ କରିଦେଲେ। ସପ୍ତାହର କେବଳ ଗୋଟଏ ଦିନର କେବଳ ଗୋଟିଏ ଘଣ୍ଟାରେ ଯାହା ସମ୍ଭବ ସେତିକି ମାତ୍ର ଦାନ କରିବାକୁ ଲାଗିଲେ। କିଛି ଦିନ ପରେ ବୃଦ୍ଧ ଜମିଦାରଙ୍କ ମୃତ୍ୟୁ ହେଲା। ଲୋକେ ତାଙ୍କୁ ଝୁରି ହେଲେ।

ଦିନକର କଥା। ତରୁଣ ଜମିଦାର କୌଣସି ଏକ କାମରେ ବାହାରକୁ ଯାଇଥିବା ବେଳେ ଏକ ଜଙ୍ଗଲିଆ ରାସ୍ତାରେ ରାତି ହୋଇଗଲା। ସେ ବାଟ ଭୁଲିଗଲେ। ସେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ। ଏଣେ ଅନ୍ଧାର ମାଡ଼ି ଆସୁଥାଏ। ଏହି ସମୟରେ ସେହି ବାଟେ ଯାଉଥିଲେ ଜଣେ ଆଦିବାସୀ ଲୋକ। ତାଙ୍କୁ ହଠାତ୍‌ ତରୁଣ ଜମିଦାର ଧରି ପକାଇ ସାହାଯ୍ୟ ମାଗିଲେ।

ଆଦିବାସୀ ଜଣକ କୌଣସି କାମରେ ତରବର ହୋଇ ଯାଉଥିବାରୁ ପ୍ରଥମେ ସାହାଯ୍ୟ କରିବାକୁ ମନା କରିଦେଲେ। କିନ୍ତୁ ତରୁଣ ଜମିଦାର ଅନ୍ୟ ଉପାୟ ନ ପାଇ ତାଙ୍କ ବାପାଙ୍କ ପରିଚୟ ଦେବାରୁ ସ୍ଥିତି ବଦଳିଗଲା। ଆଦିବାସୀ ବ୍ୟକ୍ତି ଜଣକ ତାଙ୍କ ବାପାଙ୍କ ନାମ ଶୁଣି ଆକାଶକୁ ଚାହିଁ ପ୍ରଣାମ କରିବା ସହିତ ତାଙ୍କୁ ନେଇ ଜଙ୍ଗଲ ବାହାରେ ଛାଡ଼ି ଦେଇ ଆସିଲେ।

ଏବେ ତରୁଣ ଜମିଦାର ବୁଝି ପାରୁଥିଲେ ସେହି ପୁରୁଣା କଥାର ମହତ୍ତ୍ବ- ଦେଇଥିଲେ ପାଇ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe