ନିର୍ବୋଧ ବିଦ୍ବାନ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ମୁଲ୍ଲା ନସିରୁଦ୍ଦିନଙ୍କ ବନ୍ଧୁ ଥିଲେ ବଡ଼ ବିଦ୍ବାନ। କୌଣସି ପ୍ରସଙ୍ଗରେ ବି ସେ ତର୍କ କରିପାରୁଥିଲେ। ତେବେ, ବୁଦ୍ଧିମାନ ମୁଲ୍ଲାଙ୍କ ପ୍ରତି ତାଙ୍କର ଟିକିଏ ସମ୍ମାନ ଥିଲା।

ଦିନେ ସେ ମୁଲ୍ଲାଙ୍କ ଘରକୁ ବୁଲିବା ଲାଗି ଆସିଥିଲେ। ଘର ଭିତରେ ଦୁଇ ବନ୍ଧୁ କଥାବାର୍ତ୍ତା ହେଉଥିବା ବେଳେ ବାହାରୁ ଯୁକ୍ତିତର୍କ ଏବଂ ପାଟିତୁଣ୍ତ ଶୁଣି ବାହାରକୁ ଯାଇ ଦେଖନ୍ତି ତ ଈଶ୍ବର ଅଛନ୍ତି ନା ନାହାନ୍ତି ବୋଲି କିଛି ମୂର୍ଖ ଓ ଅପଗଣ୍ତ ପରସ୍ପର ମଧ୍ୟରେ ଯୁକ୍ତିତର୍କ କରୁଛନ୍ତି। ତେଣୁ ପ୍ରବଳ ପାଟିଗୋଳ ଶୁଭୁଛି।

ମୁଲ୍ଲା ଏହା ଦେଖି ଭିତରକୁ ଚାଲିଯାଉଥିବା ବେଳେ ତାଙ୍କ ବନ୍ଧୁ ତାଙ୍କ ହାତକୁ ଧରି ପକାଇ କହିଲେ- ଏ ମାମଲାରେ ଆମେ ପଶିବା ଦରକାର। ଈଶ୍ବରଙ୍କ ଅସ୍ତିତ୍ବ ନେଇ ଏ ମୂର୍ଖମାନଙ୍କୁ ଜ୍ଞାନ ଦେବା ଆମମାନଙ୍କ କର୍ତ୍ତବ୍ୟ।

ମୁଲ୍ଲା ଏହା ଶୁଣି ନରମ ଭାବେ କହିଲେ- ସେ ଭୁଲ କରନାହିଁ।

କିନ୍ତୁ ଅହଂକାରୀ ବିଦ୍ବାନ ଶୁଣିବା ଲୋକ ନ ଥିଲେ। ତେଣୁ ସେ ସେମାନଙ୍କ ଭିତରେ ପଶି ତାଙ୍କର ଯୁକ୍ତି ଦେବାକୁ ଲାଗିଲେ। କିଛି ସମୟ ପରେ ପାଟିଗୋଳ ଆହୁରି ତୀବ୍ର ଶୁଭିଲା ଏବ˚ ବିଦ୍ବାନ ଜଣକ ପ୍ରବଳ ଛେଚା ଖାଇ ଊର୍ଦ୍ଧ୍ବଶ୍ବାସରେ ମୁଲ୍ଲାଙ୍କ ଘରକୁ ଦୌଡ଼ି ପଶି ଆସିଲେ।

ବିଦ୍ବାନ ଟିକିଏ ସାଷ୍ଟମ ହେବା ପରେ ମୁଲ୍ଲା ତାଙ୍କୁ କହିଲେ- ବନ୍ଧୁ ତୁମର ଜ୍ଞାନ ପ୍ରଖର। କିନ୍ତୁ ବୁଦ୍ଧି ଟିକିଏ ଥିଲେ ମୂର୍ଖମାନଙ୍କୁ ବୁଝାଇବାର ସାହସ କରିଥାଆନ୍ତ କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe