ଦୟାର ପାତ୍ର

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ରାଜାଙ୍କ ପାଦ ଧରି ପକାଇ ଜଣେ ବୃଦ୍ଧ କହିଲେ- ଆପଣଙ୍କ ଦୟାର ଆଶ୍ରିତ ଏଇ ବୃଦ୍ଧକୁ କିଛି ଦାନ କରନ୍ତୁ ।

ରାଜା ବୃଦ୍ଧଙ୍କୁ ଦୁଇ ହାତରେ ତୋଳି ଧରିଲେ। ତାଙ୍କୁ ନିଜ ପାଖରେ ବସାଇ କହିଲେ- ଆପଣ ଏଭଳି କାହିଁକି କହୁଛନ୍ତି? ମୁଁ ନିଜେ ତ ଦୟାର ଆଶ୍ରିତ। ଆପଣଙ୍କୁ ବା କି ଦୟା ମୁଁ କରିପାରିବି?

ବୃଦ୍ଧ କହିଲେ- ସେମିତି କୁହନ୍ତୁ ନାହିଁ ମଣିମା। ଆପଣ ହେଉଛନ୍ତି ରାଜା। ଆପଣ ଯାହା ଚାହିଁଲେ ତାହା କରିପାରିବେ।

ତାଙ୍କୁ ଅଧାରୁ ଅଟକାଇ ଦେଇ ରାଜା କହିଲେ- ନା ସେମିତି ନୁହେଁ। ଦେଖନ୍ତୁ, ମୁଁ ଯେଉଁ ଜଳ ପାନ କରୁଛି, ପବନକୁ ପ୍ରଶ୍ବାସରେ ଗ୍ରହଣ କରି ଜୀବନ ଧାରଣ କରିଛି, ଯେଉଁ ଧରଣୀ ଉପରେ ଛିଡ଼ା ହୋଇଛି ବୋଲି ମୋର ଅସ୍ତିତ୍ବ ଅଛି, ସେ ସବୁ ହେଉଛି ଈଶ୍ବରଙ୍କ ଦୟା। ଯେଉଁ ଅନ୍ନ ଦ୍ବାରା ମୁଁ ଓ ଆମ ରାଜ୍ୟର ସମସ୍ତେ ପ୍ରତିପାଳିତ ତାହା କୃଷକଙ୍କ ଦୟା। ଆପଣ ଯାହା କିଛି ଦେଖୁଛନ୍ତି, ମୋ ପୋଷାକ ପରିଚ୍ଛଦ ଠାରୁ ଆରମ୍ଭ କରି ମୋ ତରବାରି, ରାଜଦଣ୍ତ, ମୋ ସି˚ହାସନ ସବୁ କିଛି ଅନ୍ୟମାନଙ୍କ ଦ୍ବାରା ସୃଷ୍ଟ। ମୁଁ କେବଳ ସେ ସବୁ ଧାରଣ କରୁଛି ବା ସେ ସବୁର ଉପଯୋଗ କରୁଛି। ମୁଁ ସେ ସମସ୍ତଙ୍କ ଦୟାର ଆଶ୍ରିତ। ମୋ ପ୍ରଜାମାନେ ମୋତେ ଶ୍ରଦ୍ଧା କରନ୍ତି। ତାହା ସେମାନଙ୍କର ଦୟା।

ବୃଦ୍ଧ କହିଲେ- କିନ୍ତୁ ଆପଣ ରାଜା! ଆପଣଙ୍କ ଅମାପ କ୍ଷମତା।

ରାଜା କହିଲେ- ତାହା ମୋତେ ମିଳିଛି ମୋ ଭାଗ୍ୟ ବଳରୁ, ମୋ ଜନ୍ମ ସୂତ୍ରରୁ। ମୋ ରାଜପଣ ମୋ ଦ୍ବାରା ତିଆରି ହୋଇନାହିଁ। ଯିଏ ଏ କ୍ଷମତା ପାଇବ ସେ ରାଜା ହେବ। କିନ୍ତୁ ଜଣେ ସେଇଭଳି ଭାବେ କୃଷକ, ସୈନିକ, ବୁଣାକାର ଆଦି ହୋଇପାରିବ ନାହିଁ। ତେଣୁ ମନେ ରଖନ୍ତୁ, ଆମେ ପ୍ରତ୍ୟେକ ଅନ୍ୟର ଦୟାର ଆଶ୍ରିତ। ତେଣୁ ମୋତେ କେବେ ହେଲେ ସେଭଳି ଉଚ୍ଚାସନ ଦେବେ ନାହିଁ।

ବୃଦ୍ଧ କହିଲେ- ଆପଣ ମହାନ୍‌ କାରଣ ଆପଣଙ୍କ ବିଚାର ମହାନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe