ଓହ୍ଲାଇବାକୁ ହେବ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଗୋଟିଏ ନଈର ଦୁଇ ପାଖରେ ଥିଲା ଦୁଇଟି ଗାଁ। ଗାଁ ଦୁଇଟି ଭିତରେ ଏମିତି ସଦ୍‌ଭାବ ଥିଲା ଯେ କହିଲେ ନ ସରେ। ନଈ ଉପରେ ଥିଲା ଗୋଟିଏ ପୁରୁଣା ଓ ଅତି ଅଣଓସାରିଆ ପୋଲ। ସେଇ ପୋଲ ଉପର ଦେଇ ଲୋକେ ଗୋଟିଏ ଗାଁରୁ ଆରଟିକୁ ଯିବା ଆସିବା କରୁଥିଲେ।

ଦିନକର କଥା। ଦୁଇ ଗାଁର ମୁଖିଆ ଘୋଡ଼ାରେ ଚଢ଼ି ପୋଲ ପାରି ହେଉଥିବା ବେଳେ ପୋଲ ମଝିରେ ଅଟକି ଗଲେ। ଘୋଡ଼ାରେ ଚଢ଼ି ଦୁହେଁ ଏକ ସାଙ୍ଗରେ ପରସ୍ପରକୁ ଅତିକ୍ରମ କରିବା ଥିଲା ଅସମ୍ଭବ। ଦୁଇ ମୁଖିଆଙ୍କ ଭିତରେ ବହୁତ ସଦ୍‌ଭାବ ଥିଲେ ବି ସେ ଦିନ କଥାଟା ଅଲଗା ଭଳି ହେଲା। କିଏ କାହାକୁ ବାଟ ଦେବ ସେ ନେଇ ପ୍ରଥମେ କଥାବାର୍ତ୍ତା ପରେ ଯୁକ୍ତିତର୍କ ଏବ˚ ଶେଷରେ କଳିଗୋଳ ହେଲା। ଦୁହେଁ ସେଇ ଠାରୁ ନିଜ ନିଜ ଗାଁକୁ ଫେରି ଆସିଲେ। କିନ୍ତୁ ତା’ ପରେ ସେ ଦୁଇ ଗାଁ ଭିତରେ ସ˚ପର୍କ ଆଉ ଆଗ ଭଳି ରହିଲା ନାହିଁ। ଭାଇ ଭଗାରି ହେଲା ଭଳି ଗାଁ ଦୁଇଟି ପରସ୍ପରର ଚରମ ଶତ୍ରୁ ହୋଇଗଲେ।

ଥରେ ଜଣେ ସନ୍ନ୍ୟାସୀ ଗୋଟିଏ ଗାଁର ମୁଖିଆଙ୍କ ନିକଟରେ ପହଞ୍ଚିଲେ। ମୁଖିଆ ତାଙ୍କୁ ଆତିଥ୍ୟ ପ୍ରଦାନ କଲେ ଏବ˚ କଥାବାର୍ତ୍ତା ବେଳେ ଦୁଇ ଗାଁ ଭିତରେ ଥିବା ପୁରୁଣା ସ˚ପର୍କକୁ ମନେ ପକାଇ ମନ ଦୁଃଖ କଲେ।

ସନ୍ନ୍ୟାସୀ କହିଲେ- ଏ ଅବସ୍ଥାର କାରଣ ତୁମେ ନିଜେ। ସମସ୍ୟାର ସମାଧାନ ଲାଗି ଘୋଡ଼ା ପିଠିରୁ ତ ଓହ୍ଲାଇବାକୁ ହେବ। ସେ ଦିନ ଯଦି ଦୁହିଁଙ୍କ ଭିତରୁ ଜଣେ କେହି ଘୋଡ଼ାରୁ ଓହ୍ଲାଇ ଚାଲିଚାଲି ପୋଲ ଅତିକ୍ରମ କରିଥାଆନ୍ତ, ତେବେ ଏ ଭଳି ସ୍ଥିତି ହୋଇ ନ ଥାଆନ୍ତା। କିନ୍ତୁ ତୁମ ଦୁହିଁଙ୍କ ଅହ˚ ତୁମ ଦୁହିଁଙ୍କୁ ଘୋଡ଼ାରୁ ଓହ୍ଲାଇବାକୁ ବାରଣ କଲା। ତେଣୁ ପରିଣାମ ଏମିତି ହେଲା। ଅଧିକା˚ଶ ସମସ୍ୟାର ସମାଧାନ ଲାଗି ଘୋଡ଼ା ପିଠିରୁ ଓହ୍ଲାଇବାକୁ ପଡ଼େ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe