ଚୋର ଓ ଭଗବାନ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଗୋଟିଏ ଚୋର କାରାଗାର ଭିତରେ ଥାଇ ଭଗବାନଙ୍କୁ କହିଲା- ପ୍ରଭୁ, ମୋତେ ଏ କାରାଗାର ଜୀବନରୁ ମୁକ୍ତି ଦିଅ। ମୁଁ କେମିତି ଏଠାରୁ ପଳାୟନ କରିପାରିବି ସେ ବାଟ ଦେଖାଅ। ହଠାତ୍‌ ଭଗବାନ ଉପସ୍ଥିତ ହୋଇ କହିଲେ- ଉଦ୍ୟମ କର, ସଫଳ ହେବୁ।

ଚୋରଟି ଭଗବାନଙ୍କ ବର ପାଇବା ପରେ ଉତ୍ସାହିତ ହୋଇ ଖସିବା ଲାଗି ଉଦ୍ୟମ ଆରମ୍ଭ କରିଦେଲା। ସତକୁ ସତ ସେ ସଫଳ ହୋଇ ଦିନେ ଖସିଗଲା। ଏବେ ତାକୁ ଦେଖେ କିଏ? ଭଗବାନଙ୍କ ବରରୁ ଏମିତି ହେଲା ବୋଲି ଭାବି ସେ ଭଗବାନଙ୍କୁ ଅଜସ୍ର ଧନ୍ୟବାଦ ଦେଇ ପୁଣି ତାର ଚୋରି କାମରେ ଲାଗିଗଲା। କିଛି ଦିନ ପରେ ପୁଣି ସେ ଧରା ପଡ଼ିଲା। ଏଥର ତାକୁ ଏକ ଭୂତଳ କାରାଗାରରେ ପୂରାଇ ଦିଆଗଲା। ଚାରିପଟେ ପହରା ବଢ଼ାଇ ଦିଆଗଲା।

ଚୋରଟି ପୁଣି ତପସ୍ୟାରେ ବସିଗଲା। ପୁଣି ଈଶ୍ବର ଆସିଲେ। ଚୋର କହିଲା- ପ୍ରଭୁ ଏ କାରାଗାରରୁ ମୁକ୍ତି ଦିଅନ୍ତୁ। ଭଗବାନ କହିଲେ- ଉଦ୍ୟମ କଲେ ସଫଳ ହେବୁ।

ସେ ପୁଣି ଉଦ୍ୟମ କଲା। ପ୍ରାଣମୂର୍ଚ୍ଛା ଉଦ୍ୟମ କଲା ପରେ ସେ ପୁଣି ଖସିଗଲା। ଏବେ ତାର ସାହସ ଆହୁରି ବଢ଼ିଗଲା ଏବ˚ ଚୋରି କରିବା ବଢ଼େଇ ଦେଲା। ପୁଣି ସେ ଧରା ପଡ଼ିଲା। ଏବେ ସେ ଏମିତି ଜେଲରେ ରହିଲା ଯେଉଁଥିରୁ ଖସିବା ଆଉ କଦାପି ସମ୍ଭବ ହେବ ନାହିଁ।

ସେ ପୁଣି ଭଗବାନଙ୍କୁ ଡାକି ତାଙ୍କୁ ଆଗରେ ପାଇଲା। ତାଙ୍କୁ ସେହି କଥା କହିବାରୁ ପୁଣି ଭଗବାନ ସେହି ସମାନ କଥା କହିଲେ।

କିନ୍ତୁ ଚୋର କାନ୍ଦି ପକାଇ କହିଲା- ପ୍ରଭୁ ଏବେ ଆଉ ଯେତେ ଉଦ୍ୟମ କଲେ ଖସିବା ଅସମ୍ଭବ। ଏବେ ସିଧା ଖସିଯିବାର ବର ଦିଅନ୍ତୁ।

ଭଗବାନ କହିଲେ- ମୋ ବର ନିୟମାନୁସାରେ କାମ କରେ। ଏଠାରେ ବି ଉଦ୍ୟମ କଲେ ଖସି ପାରିବୁ। କିନ୍ତୁ ସେମିତି ଉଦ୍ୟମ କରିବାକୁ ତୋର ସାମର୍ଥ୍ୟ ଅଛି କି ନାହିଁ ତାହା ତୁ ଜାଣୁ। ତାହା ଯଦି ନ ଥିବ ତୁ ଆଉ ଖସି ପାରିବୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe